କନକ ବ୍ୟୁରୋ: ଶତକ ସତ୍ତ୍ବେ ଭାରତକୁ ବିଜୟ ଦେଇପାରିଲେନି ବିରାଟ କୋହଲି । ଇନ୍ଦୋର ଦିନିକିଆ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ । ୨-୧ରେ ସିରିଜ କବ୍ଜା କଲା କିୱି । ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ ।
ପରାଜୟ ପରେ ଦଳର ଅଧିନାୟକ ଶୁଭମାନ ଗିଲ୍ ହତାଶା ପ୍ରକାଶ କରିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ଅସାଧାରଣ ଶତକ ମାରିଥିଲେ କିନ୍ତୁ ତାହା ଯଥେଷ୍ଟ ହୋଇପାରି ନଥିଲା । ଇନ୍ଦୌରରେ ତୃତୀୟ ଓଡିଆ ମ୍ୟାଚରେ ଭାରତ ୪୧ ରନ୍ରେ ପରାଜିତ ହୋଇଛି ।
ଅଧିକ ପଢନ୍ତୁ: ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବ କି ନାହିଁ ୨୧ ତାରିଖ ସୁଦ୍ଧା ଜଣାଅ: ବିସିବିକୁ କହିଲା ଆଇସିସି
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଡ୍ୟାରିଲ ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ସହାୟତାରେ ୮ ୱିକେଟ ହରାଇ ୩୩୭ ରନ୍ କରିଥିଲା । ଜବାବରେ ବିରାଟ କୋହଲିଙ୍କ ଉତ୍ତମ ଇନିଂସ, ନିତିଶ କୁମାର ରେଡ୍ଡି ଓ ହର୍ଷିତ ରାଣାଙ୍କ ସହଯୋଗ ସତ୍ତ୍ୱେ ଭାରତ ୨୯୬ ରନ୍ରେ ଆଲ୍ ଆଉଟ୍ ହୋଇଛି । ପ୍ରଥମ ମ୍ୟାଚ ପରେ ୧-୧ ସ୍ଥିତିରେ ଏଠାକୁ ଆସିବା ପରେ, ଆମେ ଯେଉଁଭଳି ଖେଳିଲୁ ତାହା ନୈରାଶ୍ୟଜନକ ବୋଲି କହିଛନ୍ତି ଗିଲ। ଅନେକ କ୍ଷେତ୍ର ରହିଛି ଯେଉଁଥିରେ ଆମେ ପଛକୁ ଫେରି ଦେଖିବା, ଚିନ୍ତା କରିବା ଓ ଉନ୍ନତି କରିବା ଆବଶ୍ୟକ ବୋଲି କହିଛନ୍ତି ଅଧିନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/19/odi-series-2026-01-19-09-41-01.jpg)