ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ; କ୍ରାସ୍ ପରେ ଜଳିଗଲା ପୂରା ବିମାନ

Advertisment

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ନିର୍ବାଚନ ପ୍ରଚାର ପାଇଁ ବିମାନରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ।  ଉପମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ୬ଜଣଙ୍କ ମୃତ୍ୟୁ ନେଇ ସୂଚନା ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ନିର୍ବାଚନ ପ୍ରଚାର ପାଇଁ ବିମାନରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ।  ଉପମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ୬ଜଣଙ୍କ ମୃତ୍ୟୁ ନେଇ ସୂଚନା ।

Ajit pawar passes away

କନକ ବ୍ୟୁରୋ :   ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପଓ୍ବାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ବାରାମତି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ପାଇଁ ଚାଟାର୍ଡ ପ୍ଲେନରେ ଯାଉଥିଲେ ଅଜିତ୍ । ଅବତରଣ ବେଳେ ବିମାନ ଖସିପଡ଼ି ସେଥିରେ ନିଆଁ ଲାଗିଯାଇଥିଲା ।  ଦୁର୍ଘଟଣାରେ   ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ  ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଡିଜିସିଏ ସୂଚନା ଦେଇଛି ।   

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ପ୍ଲେନ୍ କ୍ରାସ୍ ; ଦୁର୍ଘଟଣା ପରେ ଜଳିଗଲା ବିମାନ

ତେବେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁର୍ଟଘଣାଗ୍ରସ୍ତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ  ।  ଅଜିତ୍ ପାଓ୍ବାରଙ୍କ ସହ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ବିମାନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଜିତଙ୍କୁ  ମେଡିକାଲ ସ୍ଥାନାନ୍ତର  କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । 

 

ଅଜିତ୍ ପୱାର ମହାରାଷ୍ଟ୍ର NCPର ଜଣେ ବରିଷ୍ଠ ଓ ଅଭିଜ୍ଞତା ସମ୍ପନ୍ନ ନେତା ଥିଲେ ।  ଦେବେନ୍ଦ୍ର ଫଡନାବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ମଙ୍ଗ ଧରିଥିଲେ  । ତାଙ୍କର ଏଭଳି ଅକାଳ ବିୟୋଗରେ ଜାତୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe