କନକ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ର ବରାମତି ଯାଉଥିବାବେଳେ ଅବତରଣ ସମୟରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।
ଅଜିତ୍ ପୱାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବରାମତି ଯାଉଥିଲେ । ଅବତରଣ କିମ୍ବା କୌଣସି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି କି ଆଉ କିଛି କାରଣ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଭିଡିଓରୁ ଯାହା ଦେଖିବାକୁ ମିଳୁଛି , ବିମାନଟି ଏକ ବିଲରେ ଖସିପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଛି । ସ୍ଥାନୀୟ ପ୍ରଶାସନ ସହ ମେଡିକାଲ ଟିମ୍ ଓ ରେସ୍କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି, କିନ୍ତୁ କୌଣସି ମୃତାହତ ନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ । …
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/deputy-cm-2026-01-28-09-44-59.jpg)