ସଦନରେ ଲୁଚାଇ ତମାଖୁ ଚୋବାଇଲେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ: ଘେରିଲେ ଆର୍‌ଜେଡି-କଂଗ୍ରେସ

Advertisment

ବିହାର ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ଭାଇରାଲ ଭିଡିଓରେ, ସମ୍ରାଟ ଚୌଧୁରୀ ଗୋଟିଏ ହାତରେ ତାଙ୍କ ମୁହଁକୁ ଘୋଡ଼ାଇ ମୁହଁରେ କିଛି ଭର୍ତ୍ତି କରୁଥିବାର ଦେଖାଯାଉଛି । 

ବିହାର ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ଭାଇରାଲ ଭିଡିଓରେ, ସମ୍ରାଟ ଚୌଧୁରୀ ଗୋଟିଏ ହାତରେ ତାଙ୍କ ମୁହଁକୁ ଘୋଡ଼ାଇ ମୁହଁରେ କିଛି ଭର୍ତ୍ତି କରୁଥିବାର ଦେଖାଯାଉଛି । 

samrat-choudhary

samrat-choudhary Photograph: (Google)

କନକ ବ୍ୟୁରୋ: ବିହାର ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓକୁ ନେଇ ବିରୋଧୀ ଦଳ ଏବେ ତାଙ୍କୁ ଟାର୍ଗେଟ କରୁଛନ୍ତି। ସେ ତମାଖୁ ସେବନ କରୁଥିବା ଅଭିଯୋଗର ଫାଇଦା ଆର୍‌ଜେଡି ଓ କଂଗ୍ରେସ ଉଭୟ ନେଉଛନ୍ତି । ଭାଇରାଲ ଭିଡିଓରେ, ସମ୍ରାଟ ଚୌଧୁରୀ ଗୋଟିଏ ହାତରେ ତାଙ୍କ ମୁହଁକୁ ଘୋଡ଼ାଇ ମୁହଁରେ କିଛି ଭର୍ତ୍ତି କରୁଥିବାର ଦେଖାଯାଉଛି ।

ଅଧିକ ପଢନ୍ତୁ: ପୁଣି ରଦ୍ଦ ହେବ କି ରାହୁଲ ଗାନ୍ଧୀଙ୍କ ସାଂସଦ ପଦ; ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ସୂଚନା

ଏନେଇ ଆରଜେଡି ଓ କଂଗ୍ରେସ ଦାବି କରିଛନ୍ତି, ସେ ଗୃହରେ ତମାଖୁ ଚୋବାଉଥିଲେ । କିନ୍ତୁ, ଭିଡିଓରେ ସେ କ''''ଣ ଖାଇଥିଲେ ତାହା ସ୍ପଷ୍ଟ ଭାବରେ ଦେଖାଯାଉନାହିଁ। ଏହା ସତ୍ତ୍ୱେ, ବିରୋଧୀ ଏହାକୁ ନେଇ ବିବାଦ ଉଠାଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଆର୍‌ଜେଡି ନିଜର ଏକ୍ସ ହ୍ୟାଣ୍ଡେଲରୁ ଭିଡିଓଟି ସେୟାର କରି ଲେଖିଛି ସଦନରେ ତମାଖୁ ଖାଇବାର ନିଞ୍ଜା କୌଶଳ! କ୍ୟାପସନ୍‌ରେ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛି। । କଂଗ୍ରେସ ଏକ ଭୋଜପୁରୀ ଗୀତ ସହିତ ଭିଡିଓ କ୍ଲିପଟି ସେୟାର କରି କ୍ୟାପସନ୍ ଦେଇଛି, ବନାଭୋ ଖୈନି ରେ...। ଏହି ଭିଡିଓ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସୃଷ୍ଟି କରିଛି। ଲୋକମାନେ ଖୋଲାଖୋଲି ଭାବରେ ସମ୍ରାଟ ଚୌଧୁରୀଙ୍କୁ ଗୃହରେ ତମାଖୁ ଚୋବାଇଥିବାର ଅଭିଯୋଗ କରିଛନ୍ତି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe