କନକ ବ୍ୟୁରୋ : କୋରାପୁଟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଲକ୍ଷ୍ମୀପୁର ଗାଁ ମଝିରେ କୁହୁଡି ଆଚ୍ଛାଦିତ କରି ରଖିଥିବା ବେଳେ ସୂର୍ୟ୍ୟଉଦୟରେ ବି ବିଳମ୍ବ ହୋଇଛି । କୋରାପୁଟରେ ପୁଣି ଶୀତ ଅନୁଭୁତ ହୋଇଛି । ଶୀତ ସହ ରାତିରେ ଓ ପାହାନ୍ତିଆ ସମୟରେ ଘନ କୁହୁଡି କାରଣରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢନ୍ତୁ : ଘନ କୁହୁଡି ଯୋଗୁଁ ଓଲଟିଲା ପରିବା ଗାଡି : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
କୋରାପୁଟ ରାୟଗଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ପରିବହନ କରୁଥିବା ଗାଡି ଗୁଡିକ କୁହୁଡି କାରଣରୁ ରାସ୍ତା କଡରେ ରହିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ଖୋର୍ଦ୍ଧାରେ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଯାତାୟାତରେ ଉପୁଜୁଛି ସମସ୍ୟା । ରାସ୍ତା ଦେଖାଯାଉନଥିବାରୁ ସକାଳୁ ସକାଳୁ ଯାତାୟତରେ ସମସ୍ୟା ହୋଇଛି । ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟିଛି ଏହି ଘନ କୁହୁଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/fog-2026-02-02-09-55-05.jpeg)