ନୂଆବର୍ଷରେ କଲବଲ କଲା କୁହୁଡ଼ି; ମଧ୍ୟାହ୍ନ ପର୍ଯ୍ୟନ୍ତ ଦୃଶ୍ୟମାନ ହେଲେନି ସୂର୍ଯ୍ୟ

Advertisment

ଘନ କୁହୁଡ଼ିରେ ଆଛାଦିତ ପରିବେଶ । ଚାରିଆଡ଼େ ଧୂଆଁଧୂଆଁ । କେଉଁଠି ରାସ୍ତା, କେଉଁଠି ଡିଭାଇଡର କିଛି ଜଣାପଡୁନି । ଟିକିଏ ଅସାବଧାନ ହେଲେ ଅଘଟଣ ସୁନିଶ୍ଚିତ । ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଘନ କୁହୁଡି କବଳରେ ଥିଲା ପୁରା ସହର ।

ଘନ କୁହୁଡ଼ିରେ ଆଛାଦିତ ପରିବେଶ । ଚାରିଆଡ଼େ ଧୂଆଁଧୂଆଁ । କେଉଁଠି ରାସ୍ତା, କେଉଁଠି ଡିଭାଇଡର କିଛି ଜଣାପଡୁନି । ଟିକିଏ ଅସାବଧାନ ହେଲେ ଅଘଟଣ ସୁନିଶ୍ଚିତ । ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଘନ କୁହୁଡି କବଳରେ ଥିଲା ପୁରା ସହର ।

Dense Fog

Dense Fog Photograph: (Kanak News)

କନକ ବ୍ୟୁରୋ : ବିଦାୟ ନେଇଛି ବର୍ଷ ୨୦୨୫ । ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ବର୍ଷ ୨୦୨୬ । ହେଲେ ବର୍ଷର ପ୍ରଥମ ଦିନରେ କଲବଲ କରିଛି କୁହୁଡ଼ି । ଅନେକ ସ୍ଥାନରେ ୫୦ ମିଟରରୁ କମ ରହିଥିଲା ଦୃଶ୍ୟମାନ । ସେପଟେ ଘନ କୁହୁଡି ପାଇଁ ବିମାନ ସେବା ବି ପ୍ରଭାବିତ ହୋଇଥିଲା ।

ଘନ କୁହୁଡ଼ିରେ ଆଛାଦିତ ପରିବେଶ । ଚାରିଆଡ଼େ ଧୂଆଁଧୂଆଁ । କେଉଁଠି ରାସ୍ତା, କେଉଁଠି ଡିଭାଇଡର କିଛି ଜଣାପଡୁନି । ଟିକିଏ ଅସାବଧାନ ହେଲେ ଅଘଟଣ ସୁନିଶ୍ଚିତ । ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଘନ କୁହୁଡି କବଳରେ ଥିଲା ପୁରା ସହର । ଦିନ ୧୦ଟା ଯାଏଁ ବି ଦେଖିବାକୁ ମିଳିଥିଲା କୁହୁଡିର ପ୍ରଭାବ । ଫଳରେ ପ୍ରଭାବିତ ହୋଇଥିଲା ଗମନାଗମନ ।

ଅଧିକ ପଢ଼ନ୍ତୁ : ଘନ କୁହୁଡ଼ିରେ ଘେରି ହୋଇଯାଇଛି ସାରା ରାଜ୍ୟ : ଉପାନ୍ତ ଅଞ୍ଚଳରେ ସବୁଠି କୁହୁଡ଼ି କରୁଛି କଲବଲ

ଘନ କୁହୁଡ଼ି ପାଇଁ ପ୍ରଭାବିତ ହୋଇଥିଲା ବିମାନ ସେବା । ୫ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ୩ଟି ରାୟପୁରକୁ ଏବଂ ୨ଟି କୋଲକାତାକୁ ପରିବର୍ତ୍ତନ କରାଯାଇଥିଲା । ସକାଳ ସାଢେ ୬ଟା ବେଳେ ରନ୍‌ୱେରେ ଦୃଶ୍ୟମାନ ମାତ୍ର ୫୦ମିଟର ଥିଲା । ସେଥିପାଇଁ ଉଡାଣ ଭରି ପାରିନଥିଲା ବିମାନ । ଆଗକୁ କିଛିଦିନ ପାଁ ଏଭଳି ପାଗ ଜାରି ରହିବ । ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ।

ବର୍ଷର ପ୍ରଥମ ଦିନକୁ ଧୁମଧୁମରେ ପାଳନ କରିବାକୁ ସମସ୍ତେ ନଜର ରଖିଥିବା ବେଳେ ଏଥିରେ ବାଧକ ସାଜିଥିଲା ଘନ କୁହୁଡ଼ି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe