କନକ ବ୍ୟୁରୋ : ଅଧପନ୍ତରିଆ ନାରାୟଣୀ ମନ୍ଦିର ,କୋଟି କୋଟି ଟଙ୍କା ସରୁଛି, ହେଲେ କାମ ଆଗେଇ ପାରୁନି । ଫଳରେ ପୁନରୁଦ୍ଧାର କାମ ଅଧାରେ ଅଟକି ମନ୍ଦିର ପରିସର ଅସଜଡ଼ା ହୋଇ ପଡ଼ିରହିଛି । କାମ କେବେ ସମ୍ପୂର୍ଣ୍ଣ ହେବ ତା’ ବି ଠିକ ନାହିଁ । ଫଳରେ ପର୍ଯ୍ୟଟକ ମୁଁହ ଫେରାଇବାରେ ଲାଗିଛନ୍ତି । ଗଞ୍ଜାମର ପ୍ରମୁଖ ଶକ୍ତିପୀଠଙ୍କ ମଧ୍ୟରୁ ଅନ୍ୟତମ ଖଲ୍ଲିକୋଟର ନାରାୟଣୀ ମନ୍ଦିର । ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୂର ଭାଲିରୀ ପାହାଡ ପାଦଦେଶରେ କାହିଁ କେଉଁ ଆବାହନ କାଳରୁ ମା’ ନାରାୟଣୀ ପୂଜା ପାଉଛନ୍ତି । ମା’ଙ୍କ ଦର୍ଶନ ସହ ଏଠାରେ ବଣ ଭୋଜି ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳେ । ହେଲେ ମନ୍ଦିରର ଆଖିଦୃଶିଆ ବିକାଶ ହୋଇପାରିନି ।
ପୂର୍ବ ସରକାର ସମୟରେ ନାରାୟଣୀ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ୨୦୨୩ରୁ ଆରମ୍ଭ ହୋଇଥିଲା ପୁନରୁଦ୍ଧାର କାମ । ଟଙ୍କା ସରିଗଲାଣି, ହେଲେ କାମ ସମ୍ପୂର୍ଣ୍ଣ ହୋଇପାରିନି । ନିର୍ଦ୍ଧାରିତ ଡିଜାଇନ୍ର କାମ ହୋଇନଥିବାରୁ ନୂଆ ସରକାର ଆସିବା ପରେ ସଂସ୍କୃତି ସଚିବ କାମ ବନ୍ଦ କରିଛନ୍ତି । ଆଉ ସେବେଠାରୁ କାମ ଅଧପନ୍ତରିଆ ହୋଇ ପଡ଼ିରହିଛି ।
ଅଧିକ ପଢ଼ନ୍ତୁ--କାନ୍ଦୁଛି କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ;‘ଦୟା’ ଦେହରେ ଯୁଦ୍ଧର ନୁହେଁ ଲାଗିଗଲା ଦୁଷ୍କର୍ମର ଦାଗ
ପୁନରୁଉଦ୍ଧାର ନାମରେ ଭାଙ୍ଗିଦେବା ପରେ ମନ୍ଦିର ପରିସର ଅସଜଡ଼ା ହୋଇଯାଇଛି । ଝରଣା ଓ କୁଣ୍ଡରେ ଆବର୍ଜନା ଭାସୁଛି । ବନ ଦୁର୍ଗା ମନ୍ଦିରକୁ ଯିବାକୁ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଫଳରେ ପର୍ଯ୍ୟଟକ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି । ପାର୍କିଂ ଓ ପିଇବା ପାଣିର ମଧ୍ୟ ଘୋର ଅସୁବିଧା। ଅନ୍ୟପଟେ ଯେଉଁଠି ଆବଶ୍ୟକ ନାହିଁ ସେହି ଜାଗାରେ ନିର୍ମାଣ ହୋଇଛି ଶୌଚାଳୟ । ସେପଟେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି, ମନ୍ଦିର ଭିତ୍ତିଭୂମିକୁ ସଜାଡ଼ିବାକୁ ୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କିଛି ଦିନ ଭିତରେ କାମ ଆରମ୍ଭ ହେବ । ସରକାର ମନ୍ଦିର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ କାମ ଆଗକୁ ବଢ଼ିପାରୁନି । ଫଳରେ ପର୍ଯ୍ୟଟକ ଏଠାକୁ ଆସି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/17/temple-2025-12-17-18-03-57.png)