ସିଡିଏ ଜମି କେଳେଙ୍କାରୀକୁ ନେଇ ତେଜିଲା ତଦନ୍ତ ଦାବି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହିଲେ ଏହି ଦୁଇ ବିଧାୟକ

Advertisment

କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁମୂଲ୍ୟ ଜମିକୁ ଘରୋଇ ସଂସ୍ଥା ହାତରେ ଟେକିଦେବା ମସୁଧା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ  ପାଇଁ ଜୋର୍ ଧରିଲା ଦାବି । ଏନେଇ ବିଭାଗୀୟ ସଚିବ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି କଟକ ସଦର ଏବଂ ମାହାଙ୍ଗା ବିଧାୟକ । ୧୦୦ କୋଟିରୁ ଅଧିକ ମୂଲ୍ୟର ଜମି କେଉଁ ପଦ୍ଧତିରେ ଟେଣ୍ଡର ହେଲା ? କେମିତି ମାତ୍ର ୩ କୋଟି ଟଙ୍କାରେ ଲିଜ୍ ଚୂଡ଼ାନ୍ତ ହେଲା ?

କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁମୂଲ୍ୟ ଜମିକୁ ଘରୋଇ ସଂସ୍ଥା ହାତରେ ଟେକିଦେବା ମସୁଧା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ  ପାଇଁ ଜୋର୍ ଧରିଲା ଦାବି । ଏନେଇ ବିଭାଗୀୟ ସଚିବ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି କଟକ ସଦର ଏବଂ ମାହାଙ୍ଗା ବିଧାୟକ । ୧୦୦ କୋଟିରୁ ଅଧିକ ମୂଲ୍ୟର ଜମି କେଉଁ ପଦ୍ଧତିରେ ଟେଣ୍ଡର ହେଲା ? କେମିତି ମାତ୍ର ୩ କୋଟି ଟଙ୍କାରେ ଲିଜ୍ ଚୂଡ଼ାନ୍ତ ହେଲା ?

ctc

କନକ ବ୍ୟୁରୋ : ଜୋର୍ ଧରିଲାଣି ସିଡିଏ ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ  ଦାବି । ଖୁବଶୀଘ୍ର  ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିପାରେ ଏହି ପ୍ରସଙ୍ଗ । କଟକ ସଦର ଓ ମାହାଙ୍ଗା ବିଧାୟକ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ସେପଟେ ବିନା ଡିପିଆର୍‌ରେ ଲିଜଧାରୀ ସଂସ୍ଥା କିପରି ୬୦ କୋଟି ଟଙ୍କାର କାର୍ଯ୍ୟାଳୟ  କୋଠା ତିଆରି କରିବ ବୋଲି ସିଡିଏ ସଚିବ କହିଥିଲେ, ତାକୁ ନେଇ ବି ପ୍ରଶ୍ନ ଉଠିଛି ।

ଅଧିକ ପଢ଼ନ୍ତୁ :  ଚାଷୀଙ୍କୁ ଆଶ୍ବସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ହତାଶ ହୁଅନ୍ତୁନି  କିଣାଯିବ ସବୁ ଧାନ

କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁମୂଲ୍ୟ ଜମିକୁ ଘରୋଇ ସଂସ୍ଥା ହାତରେ ଟେକିଦେବା ମସୁଧା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ  ପାଇଁ ଜୋର୍ ଧରିଲା ଦାବି । ଏନେଇ ବିଭାଗୀୟ ସଚିବ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି କଟକ ସଦର ଏବଂ ମାହାଙ୍ଗା ବିଧାୟକ । ୧୦୦ କୋଟିରୁ ଅଧିକ ମୂଲ୍ୟର ଜମି କେଉଁ ପଦ୍ଧତିରେ ଟେଣ୍ଡର ହେଲା ? କେମିତି ମାତ୍ର ୩ କୋଟି ଟଙ୍କାରେ ଲିଜ୍ ଚୂଡ଼ାନ୍ତ ହେଲା ? ସିଡିଏ ପକ୍ଷରୁ ଏହାର ବିସ୍ତୃତ ବିବରଣୀ ସର୍ବସମ୍ମୁଖରେ ରଖାଯିବା ଦରକାର ବୋଲି ଉଭୟ ଦାବି ରଖିଛନ୍ତି । ଏଥିସହ ସିଚବ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ନରଖିବାକୁ ନାପସନ୍ଦ କରିଛନ୍ତି ରାଜନେତା ।

ଅଧିକ ପଢ଼ନ୍ତୁ :  ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ, କୋଲକାତା ନିବେଶ ସମ୍ମିଳନୀରେ ୨୭ ଏମଓୟୁ ସ୍ୱାକ୍ଷର ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା

 ସିଡିଏ ସେକ୍ଟର-୬ରେ ଥିବା ଅଢ଼େଇ ଏକର ଜମିକୁ ଲିଜ୍ ନେଇଥିବା ଘରୋଇ ସଂସ୍ଥା ଅଧା ଜାଗାରେ ସିଡିଏ କାର୍ଯ୍ୟାଳୟ  ପାଇଁ ୬୦ କୋଟିରୁ ଅଧିକ ଟଙ୍କାର କୋଠା ତିଆରି କରିବ । ବାକି ଅଧାରେ ନିଜର ବ୍ୟାବସାୟିକ ପ୍ରତିଷ୍ଠାନ କରିବ ବୋଲି ପୂର୍ବରୁ କହିଥିଲେ ସିଡିଏ ସଚିବ । ତେବେ ଦୈନିକ ଖବରକାଗଜ 'ସମ୍ୱାଦ'ରେ ପ୍ରକାଶିତ ଖବର ଅନୁସାରେ, ଏହି ଅଟ୍ଟାଳିକାର ଡିପିଆର୍ ପ୍ରସ୍ତୁତ ହୋଇନଥିବା କହିଛନ୍ତି ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିସନର କିରଣଦୀପ କୌର ସହୋତା । ତେଣୁ ବିନା ଡିପିଆରରେ ସଚିବ ୬୦ କୋଟି ଟଙ୍କା ବ୍ୟୟ ନେଇ କେମିତି ସୂଚନା ଦେଇଥିଲେ? ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଗତକାଲି ସିଡିଏ ସଚିବଙ୍କୁ ପଚାରିବାରୁ ସେ ଚିହିଁକି ଉଠି କହିଥିଲେ, ମୋତେ ତଥ୍ୟ ମାଗନି, ଆର୍‌ଟିଆଇରେ ମାଗ । ପ୍ରକୃତରେ ଲିଜଧାରୀ ସଂସ୍ଥା କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିବ? ନିର୍ଦ୍ଦିଷ୍ଟ ସଂସ୍ଥାକୁ ଶସ୍ତାରେ ଜମି ଲିଜ୍ ପଛରେ କାହାର ସ୍ୱାର୍ଥ ନିହିତ? ଏବଂ ସିଡିଏ ସଚିବ ମୁହଁ ନଖୋଲିବା ପଛରେ କାହାର ଚାପ? ଏସବୁ ସନ୍ଦେହକୁ ବଢ଼ାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe