କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ମଣ୍ଡିକୁ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଆଶ୍ବସ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ସବୁ ଚାଷୀଙ୍କ ଧାନ କିଣାଯିବ । ଚାଷୀମାନେ ହତୋତ୍ସାହିତ ହୁଅନ୍ତୁ ନାହିଁ । କଳାହାଣ୍ଡି ଉତ୍ସବ ଘୁମୁରା ମହୋତ୍ସବ ମଞ୍ଚରୁ ଚାଷୀ ମାନଙ୍କୁ ଏଭଳି କହି ଆଶ୍ବସ୍ତି କରିଛନ୍ତି ମୋହନ ମାଝୀ ।
ଅଧିକ ପଢନ୍ତୁ: ଧାନ ମଣ୍ଡି ଖୋଲିଛି, ହେଲେ ଉଠୁନି ଧାନ; ବରଗଡ଼ ଜିଲ୍ଲାରେ ଧାନ କିଣାବିକା ଠପ୍
ଆଜି କଳାହାଣ୍ଡି ଉତ୍ସବ ଘୁମୁରାର ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ । ଏହା ପୂର୍ବରୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପୀଠକୁ ଯାଇ ମାଆଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧.୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/19/mohan-charan-majhi-2026-01-19-07-45-03.jpg)