ସରିନି ସୀମା ପୁନଃନିର୍ଦ୍ଧାରଣ, ଶୁଣାଯାଇନି ବିଭିନ୍ନ ପକ୍ଷର ମତ, ନୂଆ ସହରରେ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ନିର୍ବାଚନ କମିସନ

Advertisment

୨୨ ଡିସେମ୍ବର ୨୦୨୫। ବିଧିବଦ୍ଧ ଭାବେ ୩୬ଟି ନୂଆ ସହରରେ ମୋହର ମାରିଥିଲେ ମୋହନ ସରକାର। ୨୮ଟି ବିଜ୍ଞାପିତ ପରିଷଦ ଅଞ୍ଚଳ, ୭ଟି ପୌରାଞ୍ଚଳ ଓ ପୁରୀକୁ ମହାନଗର ନିଗମ ତାଲିକାରେ ଯୋଡିଥିଲେ ସରକାର। ନିୟମ ଅନୁଯାୟୀ, ୬ ମାସ ମଧ୍ୟରେ ନୂଆ ସହରକୁ ମିଳିବା କଥା ନୂଆ ନିର୍ବାଚିତ ପ୍ରତିନିଧି। ନିର୍ବାଚନ କମିସନ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଇଲେଣି। ଆରଡିସି ସ୍ତରୀୟ ସମୀକ୍ଷାରେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ୁଛନ୍ତି କମିଶନ।

୨୨ ଡିସେମ୍ବର ୨୦୨୫। ବିଧିବଦ୍ଧ ଭାବେ ୩୬ଟି ନୂଆ ସହରରେ ମୋହର ମାରିଥିଲେ ମୋହନ ସରକାର। ୨୮ଟି ବିଜ୍ଞାପିତ ପରିଷଦ ଅଞ୍ଚଳ, ୭ଟି ପୌରାଞ୍ଚଳ ଓ ପୁରୀକୁ ମହାନଗର ନିଗମ ତାଲିକାରେ ଯୋଡିଥିଲେ ସରକାର। ନିୟମ ଅନୁଯାୟୀ, ୬ ମାସ ମଧ୍ୟରେ ନୂଆ ସହରକୁ ମିଳିବା କଥା ନୂଆ ନିର୍ବାଚିତ ପ୍ରତିନିଧି। ନିର୍ବାଚନ କମିସନ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଇଲେଣି। ଆରଡିସି ସ୍ତରୀୟ ସମୀକ୍ଷାରେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ୁଛନ୍ତି କମିଶନ।

election

କନକ ବ୍ୟୁରୋ : ସୀମା ପୁନଃନିର୍ଦ୍ଧାରଣ ସରିନି, ବିଭିନ୍ନ ପକ୍ଷର ମତ ଶୁଣାଯାଇନି । ହେଲେ ଘୋଷଣା ହୋଇଥିବା ନୂଆ ସହରରେ ନିର୍ବାଚନ ପାଇଁ ପାଗ ଭିଡିଲେଣି ନିର୍ବାଚନ କମିଶନ । ଜୁନକୁ ଡେଡଲାଇନ ରଖି ଆରଡିସିସ୍ତରରେ ଚାଲିଛି ପ୍ରସ୍ତୁତି । ଅନ୍ୟପଟେ ନୂଆ ସହର ଘୋଷଣା କରି ଦାୟିତ୍ବ ଯେପରି ଭୁଲି ଯାଇଛି ନଗର ଉନ୍ନୟନ ବିଭାଗ। 

ଅଧିକ ପଢ଼ନ୍ତୁ : ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଫିଟିଲା ବାଟ, ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

୨୨ ଡିସେମ୍ବର ୨୦୨୫। ବିଧିବଦ୍ଧ ଭାବେ ୩୬ଟି ନୂଆ ସହରରେ ମୋହର ମାରିଥିଲେ ମୋହନ ସରକାର। ୨୮ଟି ବିଜ୍ଞାପିତ ପରିଷଦ ଅଞ୍ଚଳ, ୭ଟି ପୌରାଞ୍ଚଳ ଓ ପୁରୀକୁ ମହାନଗର ନିଗମ ତାଲିକାରେ ଯୋଡିଥିଲେ ସରକାର। ନିୟମ ଅନୁଯାୟୀ, ୬ ମାସ ମଧ୍ୟରେ ନୂଆ ସହରକୁ ମିଳିବା କଥା ନୂଆ ନିର୍ବାଚିତ ପ୍ରତିନିଧି। ନିର୍ବାଚନ କମିସନ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଇଲେଣି। ଆରଡିସି ସ୍ତରୀୟ ସମୀକ୍ଷାରେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ୁଛନ୍ତି କମିଶନ। ହେଲେ ନଗର ଉନ୍ନୟନ ବିଭାଗ କେବଳ ସହର ଘୋଷଣା କରି ନିଜର କାମ ସାରିଦେଇଛି। ନିର୍ବାଚନ କେମିତି ହେବ, ପ୍ରକ୍ରିୟା କିପରି ଆଗକୁ ବଢିବ ସେଥିପ୍ରତି ବିଭାଗର ନିଘା ନାହିଁ। ବିଜ୍ଞପ୍ତିକୁ ମାସେ ବିତିଥିବା ବେଳେ ଏଯାଏଁ ବିଭିନ୍ନ ପକ୍ଷର ଆପତ୍ତି ଅଭିଯୋଗ ଶୁଣାଯାଇନି। ସୀମା ପୁନଃନିର୍ଦ୍ଧାରଣ କଥାକୁ ଯେମିତି ଭୁଲିଗଲାଣି ନଗର ଉନ୍ନୟନ ବିଭାଗ। 

ଅଧିକ ପଢ଼ନ୍ତୁ : କେବେ ହେବ ସ୍ମାର୍ଟ ସିଟି ରାଉରକେଲା ମହାନଗର ନିଗମ ନିର୍ବାଚନ ? ଏକଚାଟିଆ ଶାସନ ଉପରେ କେବେ ଲାଗିବ ବ୍ରେକ୍, ଅସନ୍ତୋଷ ଝାଡିଲେ ସହରବାସୀ ।

ନୂଆ ଏନଏସି ଓ ମ୍ୟୁନିସିପାଲଟିରେ ନିର୍ବାଚନ ନେଇ ସରକାରୀସ୍ତରରେ ବାଟ ଫିଟୁନଥିବା ବେଳେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି। ବିଜେଡି କହିଛି, ପଞ୍ଚାୟତ ଉପ-ନିର୍ବାଚନ ଭଳି କେବଳ ତାରିଖ ଘୋଷଣାରେ ସୀମିତ ରହିଯିବେ ସରକାର । ତୃଣମୂଳସ୍ତରରେ ଜନ ଅସନ୍ତୋଷ ଥିବାରୁ ନିର୍ବାଚନ କରିବାକୁ ସରକାର ଭୟଭୀତ। ଜବାବ ରଖି ମନ୍ତ୍ରୀ କହିଛନ୍ତି, ନିର୍ବାଚନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିୟମ ଅନୁସାରେ ଠିକ୍ ସମୟରେ ହେବ ନିର୍ବାଚନ ।  ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ପୌର ନିର୍ବାଚନ ପାଇଁ କିଛି ମାତ୍ରାରେ ଆଶା ବଢାଇଛି। ହେଲେ ବିଭାଗର ଖାମଖିଆଲି ମନୋଭାବ ପୌର ନିର୍ବାଚନକୁ ପ୍ରଶ୍ନଘେରକୁ ଠେଲିଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe