ନୂଆବର୍ଷ ପୂର୍ବରୁ ଦିଲ୍ଲୀ ପୁଲିସର ବଡ଼ ଆକ୍ସନ,  ଅଘଟଣ ଏଡ଼ାଇବାକୁ ଅପରେସନ ଆଘାତରେ ୨୮୫ ଗିରଫ

Advertisment

ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ । ସମ୍ବେଦନଶୀଳ ସ୍ଥାନରେ ଛାନବିନ୍ । ପ୍ରତି ଛକ ଓ ଭିଡ଼ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।

ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ । ସମ୍ବେଦନଶୀଳ ସ୍ଥାନରେ ଛାନବିନ୍ । ପ୍ରତି ଛକ ଓ ଭିଡ଼ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।

Delhis Top Aaghat Crackdown

Delhis Top Aaghat Crackdown Photograph: (Google)

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଦିଲ୍ଲୀ ପୁଲିସର ବଡ଼ ଆକ୍ସନ । ‘ଅପରେସନ ଆଘାତ’ରେ ୨୮୫ ଗିରଫ, ବିପୁଳ ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ । ନୂଆବର୍ଷ ପାଳନ ପୂର୍ବରୁ ଅପରାଧୀଙ୍କୁ କାଠଗଡ଼ାରେ ଛିଡ଼ା କରିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ବଡ଼ ଅଭିଯାନ । ‘ଅପରେସନ ଆଘାତ’ ଅଧୀନରେ ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୨୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ଚଢ଼ାଉ ସମୟରେ ପୁଲିସ ବହୁ ପରିମାଣର ମାରଣାସ୍ତ୍ର, ବେଆଇନ ବନ୍ଧୁକ, ଗୁଳିଗୋଳା ଏବଂ ନିଶାଦ୍ରବ୍ୟ ଜବତ କରିଛି ।

ଅଧିକ ପଢନ୍ତୁ:  ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌, ୨ ଜଣଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ଏହା ସହିତ ଅପରାଧୀଙ୍କ ପାଖରୁ ବିପୁଳ ପରିମାଣର ନଗଦ ଟଙ୍କା ମଧ୍ୟ ମିଳିଛି । ଦିଲ୍ଲୀ ପୁଲିସ କମିସନରଙ୍କ ସୂଚନା ଅନୁସାରେ, ନୂଆବର୍ଷ ଭିଡ଼ର ସୁଯୋଗ ନେଇ କୌଣସି ବଡ଼ ଧରଣର ଅଘଟଣ ଘଟାଇବାକୁ ଅପରାଧୀମାନେ ଯୋଜନା କରୁଥିଲେ । ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ  ଅପରେସନ ଜାରି ରହିଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ଛକ ଏବଂ ଭିଡ଼ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁଗୁ ଅପରାଧୀଙ୍କ ମହଲରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe