କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ବିଶାକ୍ତ ହେଲା ଦିଲ୍ଲୀ ବାୟୁ। ୩୮ ସ୍ଥାନରୁ ୧୨ଟି ସ୍ଥାନରେ ବାୟୁର ମାନ ହେଲା ଅତ୍ୟନ୍ତ ଖରାପ-- ପ୍ରଦୂଷଣ ଯୋଗୁ ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା । ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ। ରାଜଧାନୀରେ ବାଣ ଫୁଟାଇବା ପରେ କଣକଣା ଜାରୀ। ରାଜଧାନୀର କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରି ‘ଅତି ଖରାପ’ ଶ୍ରେଣୀରେ ପହଞ୍ଚିଛି। ଏହି ସ୍ଥିତି ନାଗରିକଙ୍କ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହେବା ସହ ଦୀପାବଳି ଉତ୍ସବ ସମୟରେ ଆହୁରି ଖରାପ ହେବା ଆଶଙ୍କା ରହିଛି ।
ନୂଆଦିଲ୍ଲୀ ବାୟୁରେ ବିଷ: ଜନସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ
ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ଗ୍ରେଡେଡ୍ ରେସ୍ଟ୍ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍) ସ୍ତର-୨ କଟକଣା ଲାଗୁ କରାଯାଇଛି । ଲଗାତାର ଷଷ୍ଠ ଦିନ ପାଇଁ ଦିଲ୍ଲୀରେ ବାୟୁର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି । ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୨ଟିରେ ଏକ୍ୟୁଆଇ ‘ଅତି ଖରାପ’ ସ୍ତରରେ ରେକର୍ଡ ହୋଇଛି । ଯାନବାହନଜନିତ ପ୍ରଦୂଷଣ ସାଙ୍ଗକୁ ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ାପାଳ ଜାଳିବା ଓ ସ୍ଥିର ପାଗ ମଧ୍ୟ ପ୍ରଦୂଷଣକୁ ବଢ଼ାଉଛି ।
ଦୀପାବଳି ସମୟରେ ଆତସବାଜି ଯୋଗୁ ପ୍ରଦୂଷଣ ସଙ୍କଟ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସହରରେ ଏବେ ଶ୍ଵାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବାରୁ ନାଗରିକମାନଙ୍କୁ ମାସ୍କ ବ୍ୟବହାର, ଆତସବାଜି ହ୍ରାସ ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ନିର୍ମାଣ କାର୍ଯ୍ୟରେ ନିୟନ୍ତ୍ରଣ ସହ ଧୂଳି ଉତ୍ପନ୍ନ କରୁଥିବା ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ କଡା ନିୟନ୍ତ୍ରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପୁରୁଣା ଓ ଅଧିକ ପ୍ରଦୂଷଣକାରୀ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି! କୋଇଲା ଓ କାଠ ଜାଳିବା ଉପରେ କଡା ନିଷେଧାଜ୍ଞା ଜାରି ହୋଇଛି ।