ଯୁବ କଂଗ୍ରେସ ନେତାଙ୍କୁ ଗିରଫ କରିବାକୁ ନେଇ ବିବାଦ , ଦିଲ୍ଲୀ ପୁଲିସ–ହିମାଚଳ ପ୍ରଦେଶ ପୁଲିସ ମୁହାଁମୁହିଁ

Advertisment

ମୁହାଁମୁହିଁ ଦିଲ୍ଲୀ ପୁଲିସ- ହିମାଚଳ ପୁଲିସ । ଯୁବ କଂଗ୍ରେସ ନେତାଙ୍କୁ ଗିରଫ କରିବାକୁ ନେଇ ବିବାଦ । ହିମାଚଳ ପ୍ରଦେଶ ଯାଇଥିବା ଦିଲ୍ଲୀ ପୁଲିସକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । ହାଇୱେ ଉପରେ ଦିଲ୍ଲୀ ପୁଲିସ ଓ ହିମାଚଳ ପୁଲିସ ମଧ୍ୟରେ ଯୁକ୍ତିତର୍କର ଭିଡିଓ ଭାଇରାଲ ।

ମୁହାଁମୁହିଁ ଦିଲ୍ଲୀ ପୁଲିସ- ହିମାଚଳ ପୁଲିସ । ଯୁବ କଂଗ୍ରେସ ନେତାଙ୍କୁ ଗିରଫ କରିବାକୁ ନେଇ ବିବାଦ । ହିମାଚଳ ପ୍ରଦେଶ ଯାଇଥିବା ଦିଲ୍ଲୀ ପୁଲିସକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । ହାଇୱେ ଉପରେ ଦିଲ୍ଲୀ ପୁଲିସ ଓ ହିମାଚଳ ପୁଲିସ ମଧ୍ୟରେ ଯୁକ୍ତିତର୍କର ଭିଡିଓ ଭାଇରାଲ ।

Congress Leader

Congress Leader Photograph: (Kanak News)

କନକ ବ୍ୟୁରୋ : ମୁହାଁମୁହିଁ ଦିଲ୍ଲୀ ପୁଲିସ- ହିମାଚଳ ପୁଲିସ । ଯୁବ କଂଗ୍ରେସ ନେତାଙ୍କୁ ଗିରଫ କରିବାକୁ ନେଇ ବିବାଦ । ହିମାଂଚଳ ପ୍ରଦେଶ ଯାଇଥିବା ଦିଲ୍ଲୀ ପୁଲିସକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । ହାଇୱେ ଉପରେ ଦିଲ୍ଲୀ ପୁଲିସ ଓ ହିମାଚଳ ପୁଲିସ ମଧ୍ୟରେ ଯୁକ୍ତିତର୍କର ଭିଡିଓ ସାମ୍ନାକୁ ଆସିଛି। ଶିମଲାରେ ବୁଧବାର ରାତିରେ ଦିଲ୍ଲୀ ପୋଲିସ ଓ ହିମାଚଳ ପ୍ରଦେଶ ପୁଲିସ ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ସଂଘର୍ଷ ଘଟିଥିଲା । ଗତ ସପ୍ତାହରେ ଏଆଇ ସମ୍ମିଳନୀରେ ବିନା ସାର୍ଟରେ ଯୁବ କଂଗ୍ରେସର ବିକ୍ଷୋଭ ସହ ଜଡ଼ିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରୁ ଯାଇଥିବା ଦିଲ୍ଲୀ ପୁଲିସକୁ ରୋକିଥିଲା ହିମାଚଳ ପୁଲିସ ।

ଏହି ସଂଘର୍ଷ ପ୍ରାୟ ୨୪ ଘଣ୍ଟା  ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଦିଲ୍ଲୀ ପୋଲିସ ଟିମକୁ ଦୁଇଥର ଅଟକାଯାଇଥିଲା । ଏପରିକି ଦିଲ୍ଲୀ ପୁଲିସ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲା ହିମାଚଳ ପୁଲିସ । ଶେଷରେ କୋର୍ଟଙ୍କ ଅନୁମତି ପରେ ଅଭିଯୁକ୍ତମାନଙ୍କୁ ନେଇ ଦିଲ୍ଲୀ ଫେରିଥିଲା ଦିଲ୍ଲୀ ପୁଲିସ । ଏହି ଘଟଣା ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । ଦିଲ୍ଲୀ ପୁଲିସ ଟିମ୍ ଯୁବ କଂଗ୍ରେସର ନେତାଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ହିମାଚଳ ପୁଲିସ ସେମାନଙ୍କୁ ଅଟକାଇଥିଲା ।

ଅଧିକ ପଢନ୍ତୁ : ପୁଲିସ୍-ଆଦିବାସୀ ମୁହାଁମୁହିଁ ; ଜମି ଅଧିଗ୍ରହଣକୁ ନେଇ ରାଜଗାଙ୍ଗପୁରେ ତୀବ୍ର ଉତ୍ତେଜନା

ଶିମଲା ନିକଟବର୍ତ୍ତୀ ଶୋଘି ସୀମାରେ ଦିଲ୍ଲୀ ପୁଲିସର ଗାଡ଼ିଗୁଡ଼ିକୁ ଅଟକାଇଥିଲା ହିମାଚଳ ପୁଲିସ । ଏଥିସହ ଯୁବ କଂଗ୍ରେସ ନେତାଙ୍କୁ ଅପହରଣ କରିଥିବା ନେଇ ଦିଲ୍ଲୀ ପୁଲିସ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲା । ଦିଲ୍ଲୀ ପୁଲିସ ମ୍ୟାଜିଷ୍ଟ୍ରେଟଙ୍କଠାରୁ ଟ୍ରାନ୍‌ସିଟ୍ ରିମାଣ୍ଡ ପାଇବା ପରେ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ଫେରିଥିଲା ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe