କନକ ବ୍ୟୁରୋ : ଆଦିବାସୀ ଜମିକୁ ଜୋରଜବରଦସ୍ତ ଜବରଦଖଲ କରି ଆରମ୍ଭ ହେଲା କମ୍ପାନୀର ରାସ୍ତା କାମ । ପୁଲିସ୍-ଆଦିବାସୀ ମୁହାଁମୁହିଁ । ୧୦ ପ୍ଲାଟୁନରୁ ଅଧିକ ପୁଲିସ୍ ଫୋର୍ସ୍ ମୁତୟନ ହୋଇଛନ୍ତି । ପୁଲିସ ୧୪ ଜଣଙ୍କୁ ଅଟକ ରଖିଛି । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଠାରେ ଡିସିବିଏଲର ଚୁନପଥର ଖଣି ସମ୍ପ୍ରସାରଣକୁ ନେଇ ତେଜିଥିବା ବିବାଦ ଆଜି ପୁଣି ଜୋର ଧରିଛି ।
ଅଧିକ ପଢନ୍ତୁ : ଆଦିବାସୀଙ୍କୁ ଠକି ଅଫିମ ଚାଷ କରୁଛନ୍ତି ମାଫିଆ, ସରଳତାର ସୁଯୋଗ ନେଇ ବଢ଼ାଉଛନ୍ତି ନିଶା ସାମ୍ରାଜ୍ୟ
ଗ୍ରାମବାସୀ ବିରୋଧ କରୁଥିବାରୁ ୧୨ରୁ ୧୪ ଜଣ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି । ଚୂନ ଖଣି ସମ୍ପ୍ରସାରଣକୁ ନେଇ ଆଦିବାସୀଙ୍କ ପ୍ରବଳ ବିରୋଧ ସ୍ଵତ୍ତ୍ୱେ ପୁଲିସ୍ ପ୍ରଶାସନ ପକ୍ଷରୁ ଆଜି ସକାଳୁ ଚାଷ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ବର୍ଷ ଡିସେମ୍ବର ମାସରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ରହିଥିଲା । ଆଜି ସକାଳୁ ପୁଲିସ୍ ଓ ପ୍ରଶାସନ ଉପସ୍ଥିତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/adivasi-protest-2026-02-25-12-02-37.jpg)