ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ଦିଲ୍ଲୀ ଏନ୍‌ସିଆର୍‌, ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ

ଗାଜିଆବାଦ ଓ ନରେଲାରେ ଘରୁ ବାହାରିଲେ ପୋଡୁଛି ଲୋକଙ୍କ ଆଖି । ପ୍ରଦୂଷଣ ନିୟନ୍ତ୍ରଣର ଧଜିଆ ଉଡ଼ିଲା ।

ବିଷ ପାଲଟିଲା ଦିଲ୍ଲୀର ବାୟୁ

ବିଷ ପାଲଟିଲା ଦିଲ୍ଲୀର ବାୟୁ Photograph: (KanakNews)

କନକ ବ୍ୟୁରୋ;  ଦିପାବଳି ପରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦ୍ୟୁଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ । ‘ଗ୍ୟାସ୍‌ ଚ୍ୟାମ୍ବର’ ପାଲଟିଲା ଦିଲ୍ଲୀ ଏନସିଆର । କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ ଦିଲ୍ଲୀ ବାୟୁର ଗୁଣବତା ଅତି ଖରାପ ସ୍ଥିତିରେ ପହଂଚିଛି । ସହରର ୩୪ଟି ସ୍ଥାନରେ ପ୍ରଦ୍ୟୁଷଣ ସ୍ତର ରେଡ୍‌ ଲେବୁଲରେ ପହଂଚିଛି । ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ ।

ଦିବ୍ୟାଙ୍ଗ ଛାତ୍ରୀ ପାଳିଲେ ଦୀପାବଳି, ଅସହାୟଙ୍କ ମୁହଁରେ ଫୁଟିଲା ହସ

ଗାଜିଆବାଦ ଓ ନରେଲା ଅଂଚଳରେ ଘରୁ ବାହାରିଲେ ଲୋକଙ୍କ ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି ଲୋକ । ବାୟୁ ପ୍ରଦ୍ୟୁଷଣ ଯୋଗୁଁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକେ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦ୍ୟୁଷଣ ଅତି ଭୟଙ୍କର ସ୍ଥିତିରେ ପହଂଚିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe