Delhi-ncr-pollution Photograph: (KanakNews)
କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏକ ଏପରି ସମସ୍ୟା ପାଲଟିଛି, ଯାହା ପ୍ରତିବର୍ଷ ଶୀତଦିନ ଆସିଲେ ଭୟଙ୍କର ରୂପ ଧାରଣ କରେ । ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି 'ଗ୍ୟାସ୍ ଚାମ୍ବର' ସ୍ଥିତି ଜାନୁଆରୀ ମାସ ଶେଷ ହେବାକୁ ଆସିଲେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଜାନୁଆରୀ ୧୯ ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି, ସେହିପରି ଆନନ୍ଦ ବିହାର ୪୮୯ ଏବଂ ଅଶୋକ ବିହାର ୪୬୩ ରେକର୍ଡ କରାଯାଇଛି । ଅକ୍ଟୋବର ୨୦୨୫ରୁ ପ୍ରଦୂଷଣ ବୃଦ୍ଧି ପାଇବା ଆରମ୍ଭ କଲା । ଏହା ନଭେମ୍ବରରେ ଶୀର୍ଷରେ ପହଞ୍ଚିଥିଲା, AQI 400-୫୦୦ ଉପରେ ଥିଲା । ଡିସେମ୍ବରରେ ଏହା ସାମାନ୍ୟ ହ୍ରାସ ପାଇଥିଲା । ତେବେ ଅକ୍ଟୋବର ୨୦୨୫ ରୁ ପ୍ରଦୂଷଣ ବୃଦ୍ଧି ପାଇବା ଆରମ୍ଭ କଲା । ଏହା ନଭେମ୍ବରରେ ଶୀର୍ଷରେ ପହଞ୍ଚିଥିଲା, AQI ୪୦୦-୫୦୦ (ଗମ୍ଭୀର) ଉପରେ ଥିଲା । ଡିସେମ୍ବରରେ ଏହା ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଜାନୁଆରି ୨୦୨୬ରେ ପୁଣି ବୃଦ୍ଧି ପାଇଥିଲା । ଜାନୁଆରୀ ୧୫-୧୬ରେ AQI ୩୪୩-୩୫୪ ଥିଲା, ଜାନୁଆରି ୧୭-୧୮ରେ ୪୦୦-୪୩୯ ଥିଲା ଏବଂ ଜାନୁଆରି ୧୯ରେ ଅର୍ଥାତ ଆଜି ୪୧୮-୬୬୫ ବିପଜ୍ଜନକ ରହିଛି । ବର୍ଷକଟା ସାରା ଦିଲ୍ଲୀରେ କୌଣସି 'ଭଲ' AQI ଦିନ ନଥିଲା ।
ପ୍ରଦୂଷଣ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଶ୍ୱାସକ୍ରିୟା ସମସ୍ୟା, ଆଖି ଜ୍ୱଳନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ । ସରକାରଙ୍କ ଅନେକ କଟକଣା ଏବଂ 'ଗ୍ରାପ୍'ର ବିଭିନ୍ନ ପର୍ଯ୍ୟାୟ ଲାଗୁ ହେବା ସତ୍ତ୍ୱେ ପ୍ରଦୂଷଣ କମିବାର ନାମ ନେଉନାହିଁ। ଏହାର ପଛରେ ଅନେକ ଭୌଗୋଳିକ, ପରିବେଶ ଏବଂ ମାନବକୃତ କାରଣ ରହିଛି । ନିମ୍ନରେ ଦିଲ୍ଲୀ-ଏନସିଆର ପ୍ରଦୂଷଣ ନିୟନ୍ତ୍ରଣ ନହେବାର ମୁଖ୍ୟ କାରଣ ରହିଛି ।
ଅଧିକ ପଢନ୍ତୁ: ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦୂଷଣ : ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର
ଦିଲ୍ଲୀର ପ୍ରଦୂଷଣ ପାଇଁ ଶୀତଦିନର ପାଣିପାଗ ସବୁଠାରୁ ବଡ଼ ଦାୟୀ । ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ପବନର ଗତି ଅତି ମନ୍ଥର ହୋଇଯାଏ। ଯେତେବେଳେ ପବନ ବୁହେ ନାହିଁ, ବାୟୁମଣ୍ଡଳରେ ଥିବା ପ୍ରଦୂଷକ କଣିକାଗୁଡ଼ିକ ଗୋଟିଏ ସ୍ଥାନରେ ଜମା ହୋଇ ରହିଯାଆନ୍ତି। ଏହା ସହିତ 'ଟେମ୍ପରେଚର ଇନଭର୍ସନ' ନାମକ ଏକ ପ୍ରକ୍ରିୟା ଘଟେ, ଯେଉଁଥିରେ ଥଣ୍ଡା ବାୟୁ ଉପରକୁ ଯାଇପାରେ ନାହିଁ ଏବଂ ପ୍ରଦୂଷଣକୁ ମାଟି ପାଖରେ ଚାପି ରଖେ। ଫଳରେ ଧୂଆଁ ଏବଂ କୁହୁଡ଼ି ମିଶି 'ସ୍ମଗ୍' ସୃଷ୍ଟି କରନ୍ତି।
ଏଥସହିତ ଦିଲ୍ଲୀରେ ଯାନବାହନ ସଂଖ୍ୟା ବହୁତ ଅଧିକ। କେବଳ ଦିଲ୍ଲୀ ନୁହେଁ, ବରଂ ନୋଏଡା, ଗୁରୁଗ୍ରାମ ଏବଂ ଫରିଦାବାଦ ଭଳି ପଡ଼ୋଶୀ ସହରରୁ ହଜାର ହଜାର ଗାଡ଼ି ପ୍ରତିଦିନ ଚଳାଚଳ କରେ। ଏହି ଗାଡ଼ିଗୁଡ଼ିକରୁ ନିର୍ଗତ ହେଉଥିବା ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ପାର୍ଟିକ୍ୟୁଲେଟ୍ ମ୍ୟାଟର (PM 2.5) ବାୟୁକୁ ଅତି ମାତ୍ରାରେ ବିଷାକ୍ତ କରିଥାଏ । ଏହାଛଡ଼ା ଦିଲ୍ଲୀ ଆଖପାଖରେ ଥିବା କଳକାରଖାନାଗୁଡ଼ିକରୁ ବର୍ଷସାରା ପ୍ରଦୂଷଣ ଜାରି ରହିଥାଏ, ଯାହା ଶୀତଦିନେ ଅଧିକ ମାରାତ୍ମକ ହୋଇଯାଏ।
ଅକ୍ଟୋବରରୁ ଜାନୁଆରୀ ପର୍ଯ୍ୟନ୍ତ ପ୍ରଦୂଷଣ ନିୟନ୍ତ୍ରଣ ନହେବାର ମୁଖ୍ୟ କାରଣ ହେଉଛି ସରକାରୀ ଯୋଜନାର ଉଚିତ୍ ରୂପାୟନର ଅଭାବ ଏବଂ ପ୍ରାକୃତିକ ପରିବେଶର ସହଯୋଗ ନମିଳିବା। କେବଳ ଗାଡ଼ି ବନ୍ଦ କରିବା କିମ୍ବା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ସବୁଜ ବଳୟ ବୃଦ୍ଧି କରିବା ଏବଂ ଚାଷୀମାନଙ୍କୁ ନଡ଼ା ପୋଡ଼ିର ବିକଳ୍ପ ସୁବିଧା ଯୋଗାଇଦେବା ଜରୁରୀ। ଜନସାଧାରଣଙ୍କ ସଚେତନତା ଏବଂ ସରକାରଙ୍କ ଦୀର୍ଘକାଳୀନ ରଣନୀତି ହିଁ ଦିଲ୍ଲୀକୁ ଏହି ବିଷାକ୍ତ ବାୟୁରୁ ମୁକ୍ତି ଦେଇପାରିବ।
Follow Us