କନକ ବ୍ୟୁରୋ : ବିଶ୍ଵର ସର୍ବବୃହତ ଏଆଇ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାପରେ ଦିଲ୍ଲୀ ଏନସିଆର୍ ଏବେ ଅଧିକ ହାଇଟେକ୍ ହେବାରେ ଲାଗିଛି। ଘର ଘର ବୁଲି ‘ଡୋର ଟୁ ଡୋର’ ଡେଲିଭରି ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଓ ଏଆଇ ରୋବଟର ବ୍ୟବହାର ଆରମ୍ଭ ହୋଇଯାଇଛି। ଗୁରଗ୍ରାମ ସ୍ଥିତ ଡ୍ରୋନ୍ ଡେଲିଭରି କମ୍ପାନୀ ‘ସ୍କାଏ ଏୟାର’ ଏହି ସେବା ପ୍ରଥମେ ଆରମ୍ଭ କରିଛି ।
ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସୂଚନା ଦେଇ ସ୍କାଏ ଏୟାର ମୋବିଲିଟିର ସିଇଓ ଅଙ୍କିତ କୁମାର କହିଛନ୍ତି, ଆମେରିକୀୟ କମ୍ପାନୀ ଆରାଇଭ୍ ଏଆଇ ଓ ଅଟୋନୋମି ସହିତ ଆମର ସହଭାଗୀତା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଡ୍ରୋନ୍ ସେବାକୁ ଆହୁରି ବିସ୍ତାର କରାଯିବ। ଏହି ସିଷ୍ଟମ ସାହାଯ୍ୟରେ ରୋବୋଟ୍ କୌଣସି ମାନବ ସାହାଯ୍ୟ ବିନା ଘରକୁ ସାମଗ୍ରୀ ପହଞ୍ଚାଇବ ।
ଅଧିକ ପଢ଼ନ୍ତୁ---କେରଳ ହେବ କେରଳମ୍: କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମଞ୍ଜୁରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/drone-2026-02-24-16-50-28.jpg)