କନକ ବ୍ୟୁରୋ : ମଙ୍ଗଳବାର ନୂତନ ପିଏମ୍ଓ କୋଠା, ସେବା ତୀର୍ଥରେ ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ,ରାଜ୍ୟର ନାମକୁ କେରଳମ୍ କରିବା ପାଇଁ କେରଳ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏପ୍ରିଲ-ମେ ମାସରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। କେରଳ ବିଧାନସଭା ୨୪ ଜୁନ୍, ୨୦୨୪ରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ କରିଥିଲା। ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାମ ଆନୁଷ୍ଠାନିକ ଭାବରେ କେରଳମ୍ ଭାବେ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଥିଲା ବିଧାନସଭାର ପ୍ରସ୍ତାବ ପରେ, ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ରାଜ୍ୟର ନାମ କେରଳରୁ କେରଳମ୍କୁ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇଛି। ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ପରିବର୍ତ୍ତନ ପରାମର୍ଶ ଦେବା ପରେ କେରଳ ବିଧାନସଭା ଦ୍ୱିତୀୟ ଥର ପାଇଁ ଏହି ପ୍ରସ୍ତାବକୁ ପାରିତ କରିଥିଲା ।
ପ୍ରସ୍ତାବ ଆଗତ କରିଥିବା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଚାହୁଁଥିଲେ ଯେ, କେନ୍ଦ୍ର ସରକାର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ୍କୁ ପରିବର୍ତ୍ତନ କରନ୍ତୁ। ଏହା ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ରାଜ୍ୟକୁ ମାଲାୟଲମରେ କେରଳମ୍ କୁହାଯାଏ ଏବଂ ଜାତୀୟ ସ୍ୱାଧୀନତା ସଂଗ୍ରାମ ସମୟରୁ ମାଲାୟଲମ ଭାଷାଭାଷୀ ସମ୍ପ୍ରଦାୟ ପାଇଁ ଏକ ଅଖଣ୍ଡ କେରଳର ଦାବି ଜୋରଦାର ହୋଇଆସୁଛି। ସେ ଦର୍ଶାଇଥିଲେ ଯେ ସମ୍ବିଧାନର ପ୍ରଥମ ଅନୁସୂଚୀରେ ରାଜ୍ୟର ନାମ କେରଳ ଲେଖାଯାଇଛି। ଗୃହ ସର୍ବସମ୍ମତିକ୍ରମେ ଅଗଷ୍ଟ ୨୦୨୩ ରେ ପ୍ରସ୍ତାବ ଗୃହୀତ କରି କେନ୍ଦ୍ରକୁ ପଠାଇଥିଲା, କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଥିରେ କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/kerala-to-keralam-2026-02-24-16-25-41.jpg)