କନକ ବ୍ୟୁରୋ : ସାରା ଦେଶକୁ ଦୋହଲାଇ ଦେଇଛି ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟସ୍ଥ ବୋମା ବିସ୍ଫୋରଣ । ଏହି ଅଘଟଣ ଗୁଇନ୍ଦା ଏଜେନ୍ସିଙ୍କ ନିଦ ହଜାଇ ଦେଇଛି । ବଡ଼ ବଡ଼ ସହରକୁ ହାଇ ଆଲର୍ଟରେ ରଖାଯାଇଛି । ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ଦିଲ୍ଲୀରେ ହୁଣ୍ଡାଇ ଆଇ-୨୦ କାର୍ଟି ୮ଟା ୦୪ ମିନିଟ୍ରେ ଏଣ୍ଟ୍ରି ମାରିଥିଲା । ସିସିଟିଭିରୁ ଏହି ତଥ୍ୟ ହାସଲ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଦିଲ୍ଲୀରେ ପଶିବା ପରେ କାର୍ ୧୦ ଘଣ୍ଟା ୪୮ ମିନିଟ୍ କୁଆଡ଼େ କୁଆଡ଼େ ବୁଲିଥିଲା । ଆତଙ୍କୀ କାର୍ଟି ଦିଲ୍ଲୀରେ କେଉଁଠି କେଉଁଠି ବୁଲିଥିଲା ମିନିଟ୍ ମିନିଟ୍ ତଥ୍ୟ ସାମ୍ନାକୁ ଆସିଛି ।
ହୁଣ୍ଡାଇ କାର୍ଟି ଦିଲ୍ଲୀର ବଦରପୁର ଟୋଲ୍ ଗେଟ୍ ଦିଲ୍ଲୀରେ ପଶିଥିଲା । ଏହାପରେ ସନ୍ଧ୍ୟା ୬ଟା ୫୨ ମିନିଟ୍ରେ ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବଡ଼ ବିସ୍ଫୋରଣ ଘଟିଥିଲା । ଏହା ପୂର୍ବରୁ ଘଟଣାସ୍ଥଳରେ ୩ ଘଣ୍ଟା ଧରି ଛିଡ଼ା ହୋଇଥିଲା କାର୍ । ଫରିଦାବାଦରୁ କିଣା ଯାଇଥିବା ଏହି କାର୍ର ସମ୍ପର୍କ କାଶ୍ମୀର ଲଖିମପୁର ଓ ଗୁଜରାଟ ପର୍ଯ୍ୟନ୍ତ ଯୋଡ଼ି ହୋଇଛି । ଯାଞ୍ଚ ଏଜେନ୍ସି ଏବେ ମିନିଟ୍ ମିନିଟ୍ର କାହାଣୀ ଖୋଜୁଛନ୍ତି । ବିସ୍ଫୋରଣ ଘଟାଇବା ପୂର୍ବରୁ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଘୂରି ବୁଲିଥିଲା ଏହି ଆଇ-୨୦ କାର । ପ୍ରାୟ ୧୦୦ରୁ ଅଧିକ ସିସିଟିଭି ଯାଞ୍ଚ ପରେ କାର୍ ମୁଭ୍ମେଣ୍ଟ୍ର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।
ଆହୁରି ପଢ଼ନ୍ତୁ : Bihar Election : ବିହାରରେ ଭୋଟ୍ ଚାଲିଛି, ହଠାତ୍ ଜେଡିୟୁ ଅଫିସରେ ପହଞ୍ଚିଲେ ନୀତିଶ
ଦିଲ୍ଲୀରେ ପଶିବା ପରେ ୮.୨୦ ମିନିଟ୍ରେ ଅଖୋଲା ଇଣ୍ଡଷ୍ଟ୍ରିଆଲ ଏରିଆରେ ଏକ ପେଟ୍ରୋଲ ପମ୍ପ୍ରେ କାର୍କୁ ଦେଖିବାକୁ ମିଳିଥିଲା । ଏଠାରେ ସିସିଟିଭି ଫୁଟେଜ୍ରେ କାର୍ ନମ୍ବର ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । ପୁଣି ପ୍ରାୟ ୭ ଘଣ୍ଟା ପରେ ଏହି କାର୍ର ଗତିବିଧି ସିସିଟିଭିରେ ରେକର୍ଡ ହୋଇଥିଲା । ୩ଟା ୧୯ରେ ଏହି କାର୍ ଲାଲ୍ କିଲ୍ଲା ନିକଟରେ ଥିବା ସୁନେରି ମସ୍ଜିଦ୍ ପାର୍କିଂ ଭିତରେ ପଶିଥିଲା । ଏହାପରେ ୬ଟା ୨୨ ମିନିଟ୍ରେ ପାର୍କିଂରୁ ବାହାରି ଦରିଆଗଞ୍ଜ କାଶ୍ମିରୀ ଗେଟ୍ ଆଡ଼କୁ ବଢ଼ିଥିଲା ଆତଙ୍କୀର କାର୍ । ଠିକ୍ ୩୦ ମିନିଟ୍ ପରେ ଅର୍ଥାତ୍ ୬ଟା ୫୨ମିନିଟ୍ରେ ଏହି କାର୍ରେ ଭୟାନକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣର ଶବ୍ଦ ଏତେ ଭୟାନକ ଥିଲା ଯେ, ଉପସ୍ଥିତ ଲୋକଙ୍କ କାନ ୫ ମିନିଟ ପାଇଁ ତାବଦା ହୋଇଯାଇଥିଲା ।
ଆହୁରି ପଢ଼ନ୍ତୁ : ଦିଲ୍ଲୀ ବିସ୍ଫୋରଣରେ ଡାକ୍ତରଙ୍କ ହାତ;ମେଡିକାଲ କଲେଜରେ ରହି ରଚୁଥିଲେ ଷଡ଼ଯନ୍ତ୍ର
ଏବେ ଯାଞ୍ଚ ଏଜେନ୍ସି ୧୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ ଜମ୍ମୁ କାଶ୍ମୀର ପୁଲିସ ଆମିର ନାମକ ବ୍ୟକ୍ତିକୁ ଗିରଫ କରିଛି । ସନ୍ଦେହ କରାଯାଉଛି ଯେ, ଆମିର ଦିଲ୍ଲୀରେ ବ୍ଲାଷ୍ଟ ପୂର୍ବରୁ ଉପସ୍ଥିତ ରହିଥିଲା । ଏହା ସହିତ କାର୍ ଚଳାଉଥିବା ଆତଙ୍କୀ ଉମର ଅହମଦ ସହ ତାର ସମ୍ପର୍କ ରହିଥିବା ନେଇ ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/11/delhi-blast-car-link-2025-11-11-15-59-41.jpeg)