କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା କରୁଛି ଜାତୀୟ ତଦନ୍ତକାରୀ ଏଜେନ୍ସି । ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଉମରର ଘନିଷ୍ଠ ସହଯୋଗୀ ଜସିର ବିଲାଲାକୁ ଗିରଫ କରି ଜେରା କରୁଛି ତଦନ୍ତକାରୀ ଏଜେନ୍ସି । ଶ୍ରୀନଗରରୁ ଜସିର ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଚମକାଇ ଦେଲା ତଥ୍ୟ ସାମ୍ନାକୁ ଆସୁଛି । ଜସିର ଆତଙ୍କବାଦୀ ଉମରକୁ ଟକ୍ନୋଲୋଜି ସହାୟତା କରୁଥିଲା । ଏହି ଆତଙ୍କବାଦୀମାନେ ଡ୍ରୋନ୍ ମାଧ୍ୟମରେ ଦିଲ୍ଲୀ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଯେମିତି ହମାସ ଆକ୍ରମଣ କରେ... ଏନ୍ଆଇଏର ଅନୁଯାୟୀ ଜସିର ହେଉଛି ଆତଙ୍କବାଦୀ ଉମରର ଘନିଷ୍ଟ ସହଯୋଗୀ , ଅନନ୍ତନାଗରେ ତା’ଘର । ସବୁଠାରୁ ବଡ଼ କଥା ହେଉଛି ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ଜସିର । ଏହି ବିସ୍ଫୋରଣ ଘଟଣାରେ ଦିଲ୍ଲୀରୁ ଜଣଙ୍କୁ ଗିରଫ କରିଛି ଏନ୍ଆଇଏ ।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଅମୀର ରସିଦ ଅଲି ଆତଙ୍କୀ ଉମରକୁ ଆଶ୍ରୟ ପ୍ରଦାନ କରୁଥିଲା । ଉମରଙ୍କୁ ଶତାଧିକ ଆଇଇଡି ତିଆରି କରିବାରେ ସହଯୋଗ କରିଥିଲା । ଜୈସ-ଏ-ମହମ୍ମଦ ସହ ଜଡ଼ିତ ହ୍ୱାଇଟ କଲାର ମଡ୍ୟୁଲ ଡିସେମ୍ବର ୬ ତାରିଖରେ ବିଭିନ୍ନ ସହରରେ ଭୟାନକ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା । ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଖୋଦ ଏହାକୁ ନେଇ ସୂଚନା ଦେଇଛି । ଦିଲ୍ଲୀରେ ଯେଉଁ ଆତଙ୍କୀ ଆକ୍ରମଣର ଯୋଜନା କରାଯାଇଥିଲା ତାହାର ନାଁ ଦିଆଯାଇଥିଲା ଅପରେସନ ଡି-୬ । ଏମାନେ ବହୁ ସଂଖ୍ୟକ କାର୍ ଦ୍ୱାରା ଆତ୍ମଘାତୀ ଆକ୍ରମଣ ଯୋଜନା କରିଥିଲେ । ଟାର୍ଗେଟ୍ ଥିଲା ବାବ୍ରି ମସ୍ଜିଦ ଭଙ୍ଗ ବାର୍ଷିକ ବେଳେ ବଡ଼ ବଡ଼ ସହରରେ ଆତ୍ମଘାତୀ ବିସ୍ଫୋରଣ କରିବେ । ଏଥିପାଇଁ ଅନେକ ସପ୍ତାହ ଆଗରୁ ଆରମ୍ଭ ହୋଇଯାଇଥିଲା ପ୍ଲାନ୍ । ଏଭଳି ଭୟଙ୍କର ବୋମା ବିସ୍ଫୋରଣ ମାଧ୍ୟମରେ ଦେଶକୁ ଅସ୍ଥିରତା ମଧ୍ୟକୁ ଠେଲି ଦେବାକୁ ଲକ୍ଷ୍ୟ ରଖିଥିଲେ ଆତଙ୍କୀମାନେ । ତେବେ ଏହି ପ୍ଲାନ୍ ଫେଲ୍ ହେବାରୁ ପ୍ଲାନ୍-ବି ଭାବରେ ଦିଲ୍ଲୀରେ ବିସ୍ଫୋରଣ କରିଥିଲେ ଆତଙ୍କୀମାନେ ।
ଦିଲ୍ଲୀ ବିସ୍ପୋରଣ ଘଟଣା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଆତଙ୍କୀ ଡାକ୍ତର ଉମର ଓ ଡାକ୍ତର ଶାହିନ । ଡାକ୍ତର ଶାହିନକୁ ଜେଇଏମ୍ ମହିଳା ଶାଖାର ନେତୃତ୍ୱ ନେବା ଦାୟିତ୍ୱ ଦିଆଯାଇଥିଲା । ସେପଟେ ଉମର ଆତ୍ମଘାତୀ ବିସ୍ଫୋରଣ ପାଇଁ ଅନେକ ଯୁବକଙ୍କୁ ପ୍ରବର୍ତ୍ତାଉଥିଲା ଥିଲା । ହେଲେ ଏଥିରେ ସଫଳ ହୋଇପାରିନଥିଲା । ଡିସେମ୍ବର ୬ ତାରିଖ ବିସ୍ଫୋରଣ ପାଇଁ ଫରିଦାବାଦରେ ବିପୁଳ ପରିମାଣରେ ବିସ୍ଫୋରକ ଗଚ୍ଛିତ ରଖାଯାଇଥିଲା ।
ଦୀର୍ଘ ମାସ ଧରି ତାକୁ ଆତ୍ମଘାତୀ ହେବାକୁ ଜସିର ଓରଫ ଦାନିଶକୁ ବ୍ରେନ୍ୱାସ୍ କରାଇ ଆସୁଥିଲା ଉମର । କିନ୍ତୁ ଜସୀର ପରିବାର କଥା ଚିନ୍ତା କରି ଆତ୍ମଘାତୀ ହେବାକୁ ମନା କରିଦେଇଥିଲା । ଏହାଛଡ଼ା ଇସଲାମରେ ଆତ୍ମହତ୍ୟା ହାରାମ ହୋଇଥିବା ଦର୍ଶାଇ ରାଜି ହୋଇନଥିଲା । ପରେ ନିଜେ ବିସ୍ଫୋରଣ ଘଟାଇଛି ଡାକ୍ତର ଉମର । ଯେଉଁଥିରେ ୧୩ ଜଣଙ୍କ ପ୍ରାଣହାନୀ ହୋଇଛି । ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଡାରରେ ୨୦୦ ଜଣ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/18/delhi-blast-2025-11-18-17-11-24.jpg)