ଅରବିନ୍ଦ କେଜ୍ରିୱାଲଙ୍କ ଉପରୁ ଦିଲ୍ଲୀ ଜନତାଙ୍କ ମୋହ ଉଠିଲା ପରି ଲାଗିଲାଣି । ଦିଲ୍ଲୀ ବିଧାନସଭା ନିର୍ବାଚନର ରିପୋର୍ଟ କାର୍ଡ ହିଁ କହୁଛି ଆପ୍ ର ପରାଜୟ କେତେ ଶୋଚନୀୟ ହୋଇଛି । ଏଭଳି ସମୟରେ ପୂର୍ବ ଆପ୍ ନେତା ତଥା କବି କୁମାର ବିଶ୍ବାସ ସୋସିଆଲ୍ ମିଡିଆ ଏକ୍ସରେ ଏକ ଭିଡ଼ିଓ ସେୟାର୍ କରି ନିଜର ମନକଥା ପ୍ରକାଶ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି , ‘ଅହଙ୍କାର ହେଉଛି ଈଶ୍ବରଙ୍କ ଭୋଜନ , ନିଜକୁ ଏତେ ବି ଶକ୍ତିଶାଳୀ ଭାବନି ଯେ ଯିଏ ଆମକୁ ସିଦ୍ଧି ଶିଖାଇଛି ତାକୁ ହିଁ ତୁମେ ଆଖି ଦେଖାଇବ । ମନେରଖ ଆପଣଙ୍କ ସଫଳତା ପଛରେ ଶ୍ରୀକୃଷ୍ଣଙ୍କ ଭଳି ଅସଂଖ୍ୟ ଲୋକ ଅଛନ୍ତି । ଯାହାଙ୍କ ମୌନ ତଥା ଅଦୃଶ୍ୟ ଶୁଭକାମନା ଯୋଗୁଁ ଆପଣ ବିଜୟରଥରେ ବସିଛନ୍ତି । ଯେତେବେଳେ ବି ଆପଣଙ୍କ ମନକୁ ବିଚାର ଆସିବ ଯେ ଏ ସଫଳତା ଆପଣଙ୍କ ସ୍ବୟଂର ସୃଷ୍ଟି , ସେତେବେଳେ ସେହି ଲୋକଙ୍କ କଥା ମନେପକାଇବେ । ଯାହାଙ୍କ ସହଯୋଗ ବିନା ଆପଣଙ୍କ ଯାତ୍ରା ସହଜ ନଥିଲା ।’
अहंकार ईश्वर का भोजन हैhttps://t.co/IbquuhHNFL pic.twitter.com/8cjCpxfnuR
— Dr Kumar Vishvas (@DrKumarVishwas) September 19, 2022
ଆପଣଙ୍କୁ କହିରଖୁଛୁ , ଜନଲୋକପାଳ ଆନ୍ଦୋଳନରେ କୁମାର ବିଶ୍ବାସ ଏବଂ ଅରବିନ୍ଦ କେଜ୍ରିୱାଲ୍ ଏକ ସମୟରେ ସକ୍ରିୟ କାର୍ଯ୍ୟକର୍ତ୍ତା ରୂପେ ନଜର ଆସିଥିଲେ । ଆନ୍ନା ହଜାରେଙ୍କ ମାର୍ଗଦର୍ଶନରେ ରାଜନୀତିରେ ଦୁହିଁଙ୍କ ଡେବ୍ୟୁ ହୋଇଥିଲା ।
କିନ୍ତୁ ବର୍ତ୍ତମାନ ସମୟରେ ରାଜନୀତିରେ ଆପ୍ ର ଚିତ୍ରକୁ ଦେଖି ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମଧ୍ୟ ସମାଲୋଚନା କରି କହିଛନ୍ତି , ‘ମୁଁ ଆରମ୍ଭରୁ କହୁଛି ନିର୍ବାଚନ ଲଢିବା ସମୟରେ ପ୍ରାର୍ଥୀଙ୍କ ଆଚରଣ , ଉଚ୍ଚାରଣ , ବ୍ୟବହାର ଏବଂ ଚରିତ୍ର ଶୁଦ୍ଧ ରହିବା ଆବଶ୍ୟକ । ଇମେଜ୍ ଉପରେ ଯେମିତି କୌଣସି ଦାଗ ନ ଲାଗିବ ।’ କିନ୍ତୁ ଅରବିନ୍ଦ କେଜ୍ରିୱାଲଙ୍କୁ ଏକଥା ବୁଝାପଡ଼ିଲା ନାହିଁ । ମଦ ଆଉ ଟଙ୍କାର ମାୟାଜାଲରେ ଫଶି ରହିଗଲେ କେଜ୍ରିୱାଲ୍ । ଯେଉଁଥିପାଇଁ ତାଙ୍କ ଇମେଜ୍ ତ ଖରାପ ହେଲା , ଥାନାର ଦୁଆର ବି ଦେଖିବାକୁ ପଡ଼ିଲା ଏବଂ ନିର୍ବାଚନରେ ପରାଜୟର ପିତା ଚାଖିବାକୁ ପଡ଼ିଲା । ଲୋକ ଦେଖିଲେ କେଜ୍ରିୱାଲ୍ ସ୍ବଚ୍ଛ ଚରିତ୍ର କଥା କହୁଛନ୍ତି କିନ୍ତୁ ମଦରେ ବୁଡ଼ିକି ଅଛନ୍ତି । ରାଜନୀତିରେ ଆରୋପ , ପ୍ରତ୍ୟାରୋପ ଲାଗିରହିଥାଏ । କିଏ ମୁହଁ ଖୋଲି ନିଜର ଦୋଷ ସ୍ବୀକାର କରନ୍ତି କିଏ ଲୁଚାନ୍ତି । କିନ୍ତୁ ସତ ସବୁବେଳେ ସତ ରହିବ । ଯେତେବେଳେ ବୈଠକ ବସିଲା ମୁଁ କହିଦେଇଥିଲି ଯେ ମୁଁ ଆପ୍ ପାର୍ଟିର ସଦସ୍ୟ ରହିବି ନାହିଁ ଏବଂ ସେହିଦିନଠାରୁ ହିଁ ମୁଁ ପାର୍ଟିରୁ ଦୂରେଇ ହୋଇରହିଛି ।