ସଙ୍ଗମରେ ବୁଡ଼ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରୟାଗରାଜରେ ସ୍ନାନ, ଧ୍ୟାନ ଏବଂ ପୂଜା ମଧ୍ୟ ସଂପନ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମୟରେ ମୋଦୀଙ୍କୁ ଦେଖିବା ପାଇଁ ସଙ୍ଗମତଟରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସକାଶେ ସଙ୍ଗମ ନଗରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଆଜି ସକାଳ ୧୦ ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିମାନ ପ୍ରୟାଗରାଜର ଏୟାରପୋର୍ଟରେ ପହଁଞ୍ଚିଥିଲା ।
/kanak/media/media_files/2025/02/05/92z53AzUZuxMofCZYvVV.png)
ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଡିପିଏସ୍ ହେଲିପ୍ୟାଡ୍ ପହଁଞ୍ଚିଥିଲେ । ହେଲିପ୍ୟାଡରୁ ପ୍ରଧାନମନ୍ତ୍ରୀ ପାଖାପାଖି ୧୧ ଟା ସମୟରେ ଅରେଲ୍ ଘାଟ ପହଁଞ୍ଚିଥିଲେ । ଅରେଲ୍ ଘାଟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ନୌକା ବିହାର କରୁଥିବାର ମଧ୍ୟ ନଜର ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ନଜର ଆସିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
/kanak/media/media_files/2025/02/05/LgwfCv7qzqaMr8LZGr7X.png)
ଏହା ପୂର୍ବରୁ ଡିସେମ୍ବର ୧୩ ,୨୦୨୪ ରେ ସଙ୍ଗମତଟରେ ମୋଦୀ ଗଙ୍ଗାଆଳତୀ କରିଥିଲେ । ମହାକୁମ୍ଭମେଳା ଭଲରେ ସଂପନ୍ନ ହେବା ପାଇଁ ମଙ୍ଗଳକାମନା କରିଥିଲେ । ସେହିଭଳି ୨୦୨୪ ରେ ଲୋକସଭା ନିର୍ବାଚନ ସମୟରେ ତୃତୀୟଥର ନାମାଙ୍କନ ଦାଖଲ କରିବା ସମୟରେ ବାରାଣାସୀରେ ଦଶାଶ୍ବମେଧ ଘାଟରେ ମୋଦୀ ଗଙ୍ଗାଆଳତୀ କରିଥିଲେ ।
/kanak/media/media_files/2025/02/05/QmJJjZDMmi5nor3I98Er.png)
୨୦୨୪ ଫେବୃଆରୀ ୨୫ ତାରିଖରେ ଦ୍ବାରିକା ସମୁଦ୍ରରେ ସ୍ନାନ କରିବା ସହ ଜଳମଗ୍ନ ଦ୍ବାରିକା ନଗରୀରେ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ । ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସେ ମୟୂରପୁଚ୍ଛ ନେଇ ସାଙ୍ଗରେ ଯାଇଥିଲେ । ସମୁଦ୍ର ଭିତରେ ଜଳମଗ୍ନ ଦ୍ବାରିକା ନଗରୀକୁ ଦେଖି ଅଭିଭୁତ ହୋଇଥିଲେ ପ୍ରଧାନମନ୍ତ୍ରୀ ।
/kanak/media/media_files/2025/02/05/5fKf4Ya2xjYw5tPjKy6V.png)
୨୦୨୪ ଜାନୁଆରୀ ୨୨ ତାରିଖରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ୨୦ ଜାନୁଆରୀରେ ପ୍ରଧାନମନ୍ତ୍ରୀ ରାମେଶ୍ବରମ୍ ଗସ୍ତ କରି ଅଙ୍ଗି ତୀର୍ଥ ସମୁଦ୍ର ତଟରେ ପବିତ୍ର ସ୍ନାନ କରିଛନ୍ତି ।
/kanak/media/media_files/2025/02/05/EABjruc6N4pwxCzp9gPb.png)
ପ୍ରଧାନମନ୍ତ୍ରୀ ମୋଦୀ ୨୦୨୧ , ଡିସେମ୍ବର ୧୩ ତାରିଖରେ ବିଶ୍ବନାଥ କରିଡର୍ ଧାମ ଲୋକାର୍ପଣ କରିବା ପୂର୍ବରୁ ଲଲିତା ଘାଟରେ ଗଙ୍ଗାରେ ବୁଡ଼ ପକାଇଥିଲେ । ପ୍ରଧାନମନ୍ତ୍ରୀ ବାବା ବିଶ୍ବନାଥଙ୍କ ଅଭିଷେକ ପାଇଁ ସ୍ବୟଂ ଗଙ୍ଗାଜଳ ଆଣିବାକୁ ଘାଟରେ ପହଁଞ୍ଚିଥିଲେ ।
/kanak/media/media_files/2025/02/05/lkEWg72lQk71AeW8J0CN.png)
୨୦୧୯ , ଫେବୃଆରୀ ମାସରେ ଅର୍ଦ୍ଧକୁମ୍ଭ ସମୟରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜର ପବିତ୍ର ଭୂମିରେ ବୁଡ଼ ପକାଇବାକୁ ପହଁଞ୍ଚିଥିଲେ । ଲୋକସଭା ନିର୍ବାଚନ ଘୋଷଣାର ୧୫ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରୟାଗରେ ପହଁଞ୍ଚି ସଙ୍ଗମରେ ବୁଡ଼ ପକାଇଥିଲେ । ଏହି ସମୟରେ ସଫେଇକର୍ମୀଙ୍କ ପାଦଧୌତ କରି ସାମାଜିକ ସମାନତାର ସନ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।
/kanak/media/media_files/2025/02/05/evPGORVQtHlZnabNj5w3.png)