Degree College Money Scam Photograph: (Kanak News)
କନକ ବ୍ୟୁରୋ : ଆଦିବାସୀ ଇଲାକାରେ କଲେଜ ଛାତ୍ରଛାତ୍ରୀଙ୍କୁ ଲୁଟ୍ । ଡିଗ୍ରୀ କଲେଜରେ ଲକ୍ଷାଧିକ ଟଙ୍କା ହଡ଼ପ । ବାବୁ ପାରିଲେନି ସବୁ ଲିଭିଗଲା ଦୁର୍ନୀତିର ସତ । ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟରେ ହୋଇଛି ଅର୍ଥ ହେରଫେର । ତଦନ୍ତ ପୂର୍ବରୁ ପ୍ରଶାସନିକ ହାତରୁ ଦାୟିତ୍ୱ ଉଠିଯିବା ପରେ ବେଫିକର ଡିଗ୍ରୀ କଲେଜ କର୍ମଚାରୀ । ନାଁ ତଦନ୍ତ ଆଗକୁ ବଢୁଛି କି ସଂପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଶେଷରେ କାର୍ଯ୍ୟାନୁଷ୍ଠାନ ପାଇଁ ମାଲକାନଗିରି ଜିଲାପାଳଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।
ମାଲକାନଗିରି ଜିଲା ମାଥିଲି ସଦରରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟର କଥା । ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଡିଗ୍ରି କଲେଜରେ ୨୦୨୪ ସୁଦ୍ଧା ୯୦ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଛାଡ଼ିଦେଲେ ୩ ବର୍ଷ ମଧ୍ୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ଅର୍ଥ ହେର୍ଫେର୍ ଧରିଥିଲା ପ୍ରଶାସନ । ଖୋଦ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ସମୀକ୍ଷା ହୋଇଥିଲେ ସୁଦ୍ଧା ଦୁର୍ନୀତିର ତଦନ୍ତ ଆଗକୁ ବଢ଼ିପାରୁନି । ପ୍ରଶାସନର ହାତରୁ ଡିଗ୍ରୀ କଲେଜ ପରିଚାଳନା ଦାୟିତ୍ୱ ଖସିଯିବା ପରେ ପିଲାଙ୍କ ଫି ବାବଦକୁ ଆଦାୟ ଅର୍ଥ ଖାଇଥିଲା କିଏ ତାହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କୋମାକୁ ଚାଲିଯାଇଛି ।
ଅଧିକ ପଢ଼ନ୍ତୁ : ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍, ଛତିଶଗଡ଼ ସହ ଥିବା ଜଳ ବିବାଦର ହେବ କି ସମାଧାନ?
ଖାଲି ସେତିକି ନୁହଁ ବେସରକାରୀ ହୋଇଥିବାରୁ ପରିଚାଳନା ପରିଷଦ କମିଟି ଦ୍ୱାରା ପରିଚାଳିତ ହେଉଛି ଡିଗ୍ରୀ କଲେଜ । ତେଣୁ ପୂର୍ବରୁ ହୋଇଥିବା ଦୁର୍ନୀତିର ମୁଖା ଖୋଲିବା ସମ୍ଭବ ହେଉନାହିଁ । ପିଲାଙ୍କୁ ଠିକ୍ରେ ପାଠ ପଢ଼ା ଯାଉନଥିବା ଅଭିଯୋଗ ହେଉଛି । ଅନ୍ୟପଟେ ସରକାରଙ୍କ ତରଫରୁ ମିଳୁଥିବା ସ୍କଲାରସିପ୍ ମଧ୍ୟ ମିଳୁନାହିଁ । କଲେଜର ୯୦ ଲକ୍ଷ ଟଙ୍କା ଘୋଟାଲା ଏବଂ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସ୍ଥାନୀୟ ଲୋକେ ।
ମାଥିଲିରେ ଗୋଟିଏ ଡିଗ୍ରୀ କଲେଜ ଥିବାରୁ ବ୍ଲକର ଅଧିକାଂଶ ଆଦିବାସୀ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାନ୍ତି । ହେଲେ ଦୁର୍ନୀତି ଯୋଗୁଁ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । କେବେ ତଦନ୍ତ ହୋଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ହିଁ ଅପେକ୍ଷା ।
Follow Us