ଚାରି ଦିନ ପରେ ପୋଖରୀରୁ ସରପଞ୍ଚ ପୁଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment

ପୋଖରୀରୁ ମିଳିଲା ସରପଞ୍ଚଙ୍କ ପୁଅର ଗଳିତ ମୃତଦେହ । ପୁଲିସ, ସନ୍ଧାନୀ କୁକୁର  ଓ ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ଶବକୁ ଉଦ୍ଧାର କରିଛି ଦମକଳ ବାହିନୀ ।

ପୋଖରୀରୁ ମିଳିଲା ସରପଞ୍ଚଙ୍କ ପୁଅର ଗଳିତ ମୃତଦେହ । ପୁଲିସ, ସନ୍ଧାନୀ କୁକୁର  ଓ ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ଶବକୁ ଉଦ୍ଧାର କରିଛି ଦମକଳ ବାହିନୀ ।

Deadbody

Deadbody Photograph: (KanakNews)

କନକ ବ୍ୟୁରୋ : ନିଖୋଜ ହେବାର ୪ ଦିନ ପରେ ପୋଖରୀରୁ ମିଳିଲା ସରପଞ୍ଚଙ୍କ ପୁଅର ଗଳିତ ମୃତଦେହ । ପୁଲିସ, ସନ୍ଧାନୀ କୁକୁର  ଓ ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ଶବକୁ ଉଦ୍ଧାର କରିଛି ଦମକଳ ବାହିନୀ । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତର ସରପଞ୍ଚ ଜନକୀ ପ୍ରଧାନଙ୍କ ପୁଅ ନିତ୍ୟାନନ୍ଦ ପ୍ରଧାନ ପ୍ରତିଦିନ ଭଳି  ଫେବ୍ରୁଆରି ୯ ତାରିଖରେ  ସକାଳେ ମର୍ଣ୍ଣିଂ ୱାକ୍ ପାଇଁ ବାହାରିଥିଲେ ।

ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଘରକୁ ଫେରି ନଥିଲେ । ପରିବାର ଲୋକେ  ସମ୍ପର୍କୀୟ ଓ ପାଖାପାଖି ଅଞ୍ଚଳରେ ଖୋଜା ଖୋଜି କରି ନପାଇବାରୁ ଟିକାବାଲି ଥାନାରେ ଏକ ନିଖୋଜ ମାମଲା ରୁଜୁ  କରିଥିଲେ । ଟିକାବାଲି ପୁଲିସ ବହୁତଖୋଜିବା ପରେ ମଧ୍ୟ କିଛି ଖୋଜଖବର ପାଇନଥିଲା । ତେବେ ଗୁରୁବାର ଅପରାହ୍ନରେ ଶଙ୍କରାଖୋଲ ନିକଟସ୍ଥ ଅଡାବାଡ଼ି ନିକଟରେ ଥିବା ଏକ ପୋଖରୀରେ ଏକ ଶବ ଭାସୁଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ : ରାୟଗଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ ; ରାସ୍ତାକଡ଼ରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

 ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଓ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ମୃତଦେହ ଚିହ୍ନଟ କରିଥିଲେ । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ତଥା ମା’ ଜାନକୀ ପ୍ରଧାନ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe