ଅଧିକ ପଢ଼ନ୍ତୁ : ଏକଦା କଟକ ବିଧାୟକ ସମୀର ଦେ ଥିଲେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ସରକାରରେ ଦେବୀ ପ୍ରସାଦ ମିଶ୍ର ବି ବେଶ କିଛି ଦିନ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ନୟାଗଡ଼ ଜିଲ୍ଲା ରାଜନୀତି ସହ ବହୁ ପଛରେ ଯୋଡି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ। କଟକର ବାଙ୍କୀ କଲେଜ ସହିତ ତାଙ୍କର ସଂପର୍କ କିନ୍ତୁ ଦୀର୍ଘଦିନର ଓ ବେଶ୍ ନିବିଡ଼। କେଇ ମିନିଟ ମଧ୍ୟରେ ବିଧାନସଭାରେ ରାଜ୍ୟର ଘରୋଇ କଲେଜକୁ ବିଶ୍ବବିଦ୍ୟାଳୟ କରିବାର କ୍ଷମତା ରଖୁଥିଲେ ଅରୁଣ। ଛାତ୍ର ନେତା ଥିବା ବେଳେ ଶୈଳବାଳାକୁ ଗୁରୁତ୍ବ ଦେଇଥିଲେ ଅରୁଣ। ହେଲେ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ତାଙ୍କ ହାତ ଗଲାନି। ବରଂ ତତ୍କାଳୀନ ନବୀନ ସରକାର ଉତ୍କଳ ବିଶ୍ବବିଦ୍ୟାଳୟ କଡ଼କୁ ଛିଡ଼ାହୋଇଥିବା ରମାଦେବୀ ମହିଳା ମହାବିଦ୍ୟାଳୟକୁ ଦେଇଦେଲେ ବିଶ୍ବବିଦ୍ୟାଳୟ ମାନ୍ୟତା । ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟ କଥା କାହା ମନକୁ ଆସିଲାନି। ସେହି ଅଞ୍ଚଳର ଲୋକ ପ୍ରତିନିଧି ହୋଇବି ସେବେ ନିରବ ରହିଲେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ।
ଶୈଳବାଳା ମହିଳା କଲେଜକୁ ଅଣଦେଖା, ସବୁ ସୁବିଧା ଥାଇ ମିଳୁନି ବିଶ୍ଵବିଦ୍ୟାଳୟ ମାନ୍ୟତା
ଏବେ ବାଜିରେ ଲାଗିଛି କଟକ ଜିଲ୍ଲାର ସ୍ବାଭିମାନ।
ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ କରିବାକୁ ପଡ଼ୁଛି ଲଢ଼େଇ।
କଟକର ବିଧାୟକମାନଙ୍କ ତୁଣ୍ଡ ଫିଟୁନାହିଁ, ସାଂସଦ ବି ନିରବ
୧୯୧୩ ମସିହାରେ ଆରମ୍ଭ ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ଏହି ଅନୁଷ୍ଠାନ ଚୌଧୁରୀ ବଜାରରୁ ୧୯୧୭ ମସିହାରେ ଉଠିଯାଇଥିଲା। ୧୯୪୬ ମସିହାରେ ପ୍ରଥମ ମହିଳା ଡିଗ୍ରି କଲେଜର ସ୍ମୃତି ବହନ କରୁଥିବା ଏହି ପ୍ରତିଷ୍ଠାନ ୧୯୫୨ ମସିହାରୁ ବର୍ତ୍ତମାନ ଦେଖୁଥିବା ରୂପରେ ଛିଡ଼ା ହୋଇଛି। ହେଲେ ଏହି ପ୍ରତିଷ୍ଠାନ ପ୍ରତି ଐତିହାସିକ ଅବହେଳା ସମସ୍ତଙ୍କୁ ଆଚମ୍ବିତ କରୁଛି।
ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି
ବିସ୍ମୟର କଥା ହେଲା, କଟକ ସହରର ସୌନ୍ଦର୍ୟ୍ୟୀକରଣ ପାଇଁ ଗତ ସରକାରରେ ତିଆରି ହେଲା ନକ୍ସା। କଟକକୁ ଭିଡ଼ ମୁକ୍ତ ସହର ଭାବେ ଗଢିତୋଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ଯୋଜନା ପ୍ରସ୍ତୁତ କଲେ ସରକାର। ହେଲେ ଏହି ପ୍ରତିଷ୍ଠାନ ଉପରେ ପଡ଼ିଲାନି ନଜର। କେବଳ ସେତିକି ନୁହେଁ, ମହିଳା ଭୋଟ ବ୍ୟାଙ୍କକୁ ଆୟୁଧ କରି ଶାସନ ଗାଦିରେ ବସିଥିଲେ ପୂର୍ବ ସରକାର। ନୂଆ ସରକାର ବି ମହିଳା ବିକାଶର ନାରାବାଜି କରୁଛନ୍ତି। ହେଲେ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟକୁ ଏଭଳି ଛୋଟ ଆଖିରେ ଦେଖିବା ପଛର କାରଣ କଣ ହୋଇପାରେ? ହଜାରେ ବର୍ଷର ସହର କଟକର ମାଟି ଉପରେ ଛିଡ଼ା ହୋଇଥିବା ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପ୍ରତି ଐତିହାସିକ ଅବହେଳାର କେବେ ଅନ୍ତ ଘଟିବ? କେତେଦିନ ଚୁପ୍ ରହିବେ ଲୋକ ପ୍ରତିନିଧି? ଉଚ୍ଚଶିକ୍ଷା ବିଭାଗର ନିଦ ଭାଙ୍ଗିବ କେବେ?
Follow Us