କନକ ବ୍ୟୁରୋ: ୧୯୧୩ରେ ଓଡ଼ିଶାର ପ୍ରଥମ ଓ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା କଲେଜ । ୧୧୨ବର୍ଷର ଏହି ପୁରାତନ କଲେଜ ରାଜ୍ୟରେ ନାରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ତୁଲାଇଥିଲା । ଏଠାରୁ ଶିକ୍ଷା ଗ୍ରହଣ କରି ବହୁ ଓଡ଼ିଆ ଝିଅ ଦେଶ ବିଦେଶରେ ଗୌରବ ଆଣିଛନ୍ତି । ମାତ୍ର ରାଜ୍ୟର ସର୍ବପୁରାତନ ମହିଳା କଲେଜକୁ ଯେଉଁ ସମ୍ମାନ ମିଳିବା କଥା ତାହା ଆଜି ସୁଦ୍ଧା ମିଳିପାରିନି ।
ଅଧିକ ପଢନ୍ତୁ ;ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି
ଶୈଳବାଳା ମହିଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବା ସହିତ ରେଭେନ୍ସା ଭଳି କଲେଜର ମଧ୍ୟ ଦ୍ବିତୀୟ କ୍ୟାମ୍ପସ ଆବଶ୍ୟକତା ରହିଛି। ରାଜ୍ୟ ସରକାର ମାନ୍ୟତା ଦେବା ସହିତ ଆଉ ଏକ କ୍ୟାମ୍ପସ ଗଠନ କରନ୍ତୁ ବୋଲି ବିଜେପି ରାଜ୍ୟ ସମ୍ପାଦିକା କହିଛନ୍ତି । ତେବେ କେଉଁଦିନ ଶୈଳବାଳା ମହିଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/21/sailabala-womens-college-2025-12-21-19-24-55.jpg)