କନକ ବ୍ୟୁରୋ :  ବର୍ଷ ସରି ସରି ଆସୁଛି । ଶେଷ ସପ୍ତାହରେ ଭୟଙ୍କର ଥଣ୍ଡା ଅନୁଭବ ହେଉଛି । ସକାଳୁ ଓ ସନ୍ଧ୍ୟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି।  ଏ ବର୍ଷ ରେକର୍ଡ ବ୍ରେକ କରିଛି ଡିସେମ୍ବର ମାସର ଥଣ୍ଡା । ସବୁଠାରୁ ଅଧିକ ଥଣ୍ଡା ଦିନ ଚଳିତ ମାସରେ ଅନୁଭୂତ ହେଇଛି । ଶୀତରେ ବେଶି ଥରହର ପାହାଡିଆ ଅଞ୍ଚଳର ଲୋକ । କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, ରାଉରକେଲା, ମୟୂରଭଞ୍ଜ ରେ କୋଡ଼ିଏ ଦିନ ଧରି ୧୦ଡିଗ୍ରି ତଳେ ତାପମାତ୍ରା ଥିଲା । ଛଅ ଦିନ ଧରି ୬ ଡିଗ୍ରି ତଳେ ତାପମାତ୍ରା ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ରାତି ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି । ଜି. ଉଦୟଗିରି, ଫୁଲବାଣୀ, କୋରାପୁଟ, ଦାରିଙ୍ଗବାଡ଼ି ରେ ଥଣ୍ଡାର ଥାର୍ଡ ଡିଗ୍ରୀ ଦେଖିବାକୁ ମିଳିଛି । ସର୍ବନିମ୍ନ ରାତି ତାପମାତ୍ରା ୩ ଡିଗ୍ରିରୁ ୪ ଡିଗ୍ରିକୁ ଖସି ଆସିଛି ।

Advertisment

ଅଧିକ ପଢ଼ନ୍ତୁ :ଜ୍ୱରରେ ଜଡଷଡ଼ ହେଉଛି ଓଡ଼ିଶା, ଥଣ୍ଡା ଓ କାଶରେ ଖୁଁ ଖୁଁ ହେଉଛନ୍ତି ଲୋକେ

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ସ୍ଥିତି ଜାରି ରହିବ।  ଆସନ୍ତାକାଲି ସକାଳ ୮.୩୦ ଯାଏଁ  ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ମୟୁରଭଞ୍ଜ, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଓ ବାଲେଶ୍ବରରେ ଘନ‌କୁହଡ଼ି ନେଇ ଏଲୋ ଆଲର୍ଟ ଜାରି କରିଛି  ପାଣିପାଗ ବିଭାଗ  ।ଜାନୁଆରୀରୁ ଶୀତର ପ୍ରଭାବରେ ସାମାନ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି। ତାପମାତ୍ରାରେ୨-୩ ଡିଗ୍ରୀ ବୃଦ୍ଧି ହେବାକୁ ଥିବାରୁ ନୂଆ ବର୍ଷରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରଭାବ କମିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।