ଢେଙ୍କାନାଳ ଭୁବନର ପଛୁଆ ଗାଁ ଅରିଲୋ; ସ୍ୱାଧୀନତାର ବର୍ଷ ବର୍ଷ ପରେ ବି ନାହିଁ ପକ୍କା ରାସ୍ତା

Advertisment

ବାଉଁଶ ପୋଲରେ ପାରି ହେଉଛନ୍ତି । ବିଲ ରାସ୍ତା ଦେଇ ଗାଁକୁ ଯାଉଛନ୍ତି । କୌଣସି ଉପାନ୍ତ ନୁହେଁ, ଏ ଦୃଶ୍ୟ ଢେଙ୍କାନାଳ ଭୁବନ ଅରିଲୋ ଗାଁର । ସ୍ୱାଧୀନତାର ୭ ଦଶନ୍ଧି ପରେ ବିକାଶର ନକ୍ସା ଏଠି କେମିତି ଅଙ୍କାଯାଇଛି ତାହା ସମସ୍ତଙ୍କ ଆଗରେ ।

ବାଉଁଶ ପୋଲରେ ପାରି ହେଉଛନ୍ତି । ବିଲ ରାସ୍ତା ଦେଇ ଗାଁକୁ ଯାଉଛନ୍ତି । କୌଣସି ଉପାନ୍ତ ନୁହେଁ, ଏ ଦୃଶ୍ୟ ଢେଙ୍କାନାଳ ଭୁବନ ଅରିଲୋ ଗାଁର । ସ୍ୱାଧୀନତାର ୭ ଦଶନ୍ଧି ପରେ ବିକାଶର ନକ୍ସା ଏଠି କେମିତି ଅଙ୍କାଯାଇଛି ତାହା ସମସ୍ତଙ୍କ ଆଗରେ ।

Arilo Village

Arilo Village Photograph: (Kanak News)

କନକ ବ୍ୟୁରୋ : ସ୍ୱାଧୀନତାର ବର୍ଷ ବର୍ଷ ପରେ ବି ଗାଁକୁ ନାହିଁ ନୀତି ଦିନିଆ ରାସ୍ତା। ବିଲ ରାସ୍ତା ଦେଇ ନାଳ ପାର ହୋଇ ଯାତୟାତ କରୁଛନ୍ତି ଢେଙ୍କାନାଳ ଭୁବନ ବ୍ଲକର ଅରିଲୋ ଗାଁ । ଆବାସ ଯୋଜନାରେ ଘର ବି ମିଳୁନି । ଝାଟିମାଟି ଘରେ ଜୀବନ ବିତାଉଛନ୍ତି ୨୦ ପରିବାର । ଅଭିଯୋଗ ପରେ ଅଭିଯୋଗ ହୋଇଛି ହେଲେ ଫଳ ଶୂନ ।

ବାଉଁଶ ପୋଲରେ ପାରି ହେଉଛନ୍ତି । ବିଲ ରାସ୍ତା ଦେଇ ଗାଁକୁ ଯାଉଛନ୍ତି । କୌଣସି ଉପାନ୍ତ ନୁହେଁ, ଏ ଦୃଶ୍ୟ ଢେଙ୍କାନାଳ ଭୁବନ ଅରିଲୋ ଗାଁର । ସ୍ୱାଧୀନତାର ୭ ଦଶନ୍ଧି ପରେ ବିକାଶର ନକ୍ସା ଏଠି କେମିତି ଅଙ୍କାଯାଇଛି ତାହା ସମସ୍ତଙ୍କ ଆଗରେ । ନୀତିଦିନିଆ ରାସ୍ତା ଖଣ୍ଡେ ନାହିଁ । ସଂକୀର୍ଣ୍ଣ ବିଲ ହୁଡ଼ା ଓ ନାଳ ପାରି ହୋଇ ଗାଁକୁ ଯିବାକୁ ହେବ । ନାଳ ଉପରେ କଂକ୍ରିଟ୍‌ ନୁହେଁ, କାଠ ପୋଲ । ଦେଖିଲେ ହିଁ ଭୁଷୁଡ଼ିବାର ଭୟ ଘାରୁଛି। ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ତାହା କିପରି ଲୋକଙ୍କ ପାଖେ ପହଞ୍ଚୁଛି ଏହାକୁ ଦେଖିଲେ ଅନୁମାନ କରାଯାଇପାରେ ।

ଅଧିକ ପଢ଼ନ୍ତୁ : ଡେଲାଙ୍ଗରେ ଜଣ୍ଡିସ୍‌ ଡର ! ଶିକ୍ଷାଦାନର ମନ୍ଦିର ଏବେ ପାଲଟିଛି ରୋଗର ପେଣ୍ଠସ୍ଥଳୀ

ବିକାଶ ତ’ ଦୂରର କଥା, ମୌଳିକ ସୁବିଧା ପାଇଁ ଗୁହାରି କରିବାକୁ ପଡ଼ୁଛି । ନିର୍ବାଚନ ଆସିଲେ ବାବୁ ଆସନ୍ତି, ନୂଆ ନୂଆ ପ୍ରତିଶ୍ରୁତି ଦିଅନ୍ତି । ଭୋଟ୍‌ ସରିଲେ ଭୁଲିଯାଆନ୍ତି । ସ୍କୁଲ୍‌, କଲେଜ୍‌, ଡାକ୍ତରଖାନା କି ସରକାରୀ କାମ ପାଇଁ ଯିବାକୁ ହେଲେ ୨ କିମି ଅତି କଷ୍ଟରେ ଚାଲିଚାଲି ଯିବାକୁ ପଡ଼େ । ଖାଲି ରାସ୍ତା ନୁହେଁ, ଗାଁରେ ଗୋଟେ ପକ୍କା ଘର ନାହିଁ । ଝାଟିମାଟି ଘରେ ପଲିଥିନ ଘୋଡାଇ ରହୁଛନ୍ତି ୨୦ ପରିବାର । ସରକାରୀ ଆବାସ ଯୋଜନା ଗାଁ ପାଇଁ ଅପହଞ୍ଚ ।

ସରକାରୀ ବାବୁଙ୍କର ପାଦ ପଡ଼ିନଥିବା ଗାଁ ଭିତରୁ ଗୋଟିଏ ଗାଁ ହେଉଛି ଅରିଲେ । ନହେଲେ ରାସ୍ତା ଖଣ୍ଡିଏ ପାଇଁ ଏତେ ହୀନସ୍ତା ହେବାକୁ ପଡ଼ନ୍ତାନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe