Garud Purana Photograph: (KanakNews)
କନକ ବ୍ୟୁରୋ : ହିନ୍ଦୁ ଧର୍ମର ଅଠରଟି ମହାନ ପୁରାଣ ମଧ୍ୟରେ ଗରୁଡ଼ ପୁରାଣର ଏକ ବିଶେଷ ସ୍ଥାନ ରହିଛି । ଏହି ଗ୍ରନ୍ଥ ଜୀବନ, କର୍ମ ଏବଂ ମୃତ୍ୟୁ ପରେ ଆତ୍ମାର ଯାତ୍ରା ସହିତ ଜଡ଼ିତ ଅନେକ କଥା ବ୍ୟାଖ୍ୟା କରେ । ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁ ହଠାତ୍ ଆସେ ନାହିଁ ବରଂ ଏହା ପୂର୍ବରୁ କିଛି ସଙ୍କେତ ଦେଖିବାକୁ ମିଳେ । ଏହି ସଙ୍କେତଗୁଡ଼ିକୁ ଚିହ୍ନି ପାରିଲେ ଜଣେ ବ୍ୟକ୍ତିଙ୍କ ଅନ୍ତ ନିକଟତର ବୋଲି ଅନୁମାନ କରାଯାଇପାରିବ । ତେବେ ଆସନ୍ତୁ ଗରୁଡ଼ ପୁରାଣରେ ବର୍ଣ୍ଣିତ ଏପରି ସଙ୍କେତଗୁଡ଼ିକ ବିଷୟରେ ଜାଣିବା ।
ଆଗକୁ ପଢ଼ନ୍ତୁ : ଶନି ଏବଂ ରବି କାହିଁକି ନୁହେଁ ? କାହିଁକି ସୋମବାରକୁ ହିଁ ଶିବଙ୍କ ବାର ବୋଲି କୁହାଯାଏ ?
ଏହି ପୁରାଣ ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ନିଜର ଛାଇ ଦେଖିପାରେ ନାହିଁ ଏହାକୁ ଏକ ଅଶୁଭ ସଙ୍କେତ ବୋଲି କୁହାଯାଏ । ଏହା ସୂଚାଇ ଦିଏ ଯେ ଜୀବନର ଶେଷ ନିକଟତର ହୋଇପାରେ । ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ତାଙ୍କ ପୂର୍ବପୁରୁଷଙ୍କୁ ଡାକୁଥିବାର ଦେଖନ୍ତି ତେବେ ଏହାକୁ ମଧ୍ୟ ମୃତ୍ୟୁ ନିକଟତର ହେବାର ସଙ୍କେତ ବୋଲି କୁହାଯାଇପାରିବ । ଶାସ୍ତ୍ରରେ ଏହା ମଧ୍ୟ ଲେଖାଯାଇଛି ଯେ ଜୀବନର ଶେଷ ସମୟରେ ଜଣେ ବ୍ୟକ୍ତି ଯମଦୂତଙ୍କ ଦର୍ଶନ ମଧ୍ୟ ପାଇପାରେ । ଏହି ପରିସ୍ଥିତିରେ ଜଣେ ଏପରି ଅନୁଭବ କରେ ଯେପରି କେହି ତାଙ୍କୁ ନେଇଯିବାକୁ ଆସୁଛନ୍ତି । ଖାସ୍ କରି ରାତି ସମୟରେ ଏହି ଅନୁଭୂତି ଅଧିକ ଥର ଘଟେ ଏବଂ ଶୋଇଥିବା ମଣିଷଟି ତାଙ୍କ ଚାରିପାଖରେ ନକାରାତ୍ମକ ଶକ୍ତି ଅନୁଭବ କରିବାକୁ ଆରମ୍ଭ କରନ୍ତି । ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ ମୃତ୍ୟୁ ସମୟ ପାଖେଇ ଆସେ, ଜଣେ ବ୍ୟକ୍ତି ତାଙ୍କ ଜୀବନର ଭଲ ଏବଂ ଖରାପ କାର୍ଯ୍ୟଗୁଡ଼ିକୁ ସ୍ପଷ୍ଟ ଭାବରେ ମନେ ରଖିବାକୁ ଆରମ୍ଭ କରନ୍ତି । ଯଦି କେହି ତାଙ୍କ ଆଖି ଆଗରେ ବାରମ୍ବାର ଅତୀତର ଭଲ,ମନ୍ଦ କାର୍ଯ୍ୟଗୁଡ଼ିକୁ ଝଲସୁଥିବା ଦେଖନ୍ତି ତେବେ ଏହା ଶେଷ ମୁହୂର୍ତ୍ତର ଏକ ସଙ୍କେତ ହୋଇପାରେ।
ମୃତ୍ୟୁ ପାଖେଇ ଆସିବା ସହିତ ବ୍ୟକ୍ତିଙ୍କ ହାତର ରେଖାଗୁଡ଼ିକ ଫିକା ପଡ଼ିବାକୁ ଲାଗେ। କିଛି କ୍ଷେତ୍ରରେ ରେଖା ଦେଖାଯାଏ ନାହିଁ । ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟମାନେ ଗରୁଡ଼ ପୁରାଣ ପାଠ କରିବା ଉଚିତ । ବିଶ୍ୱାସ କରାଯାଏ ଯେ ଏହି ପାଠ ସ୍ୱର୍ଗତଃ ଆତ୍ମାକୁ ଶାନ୍ତି ପ୍ରଦାନ କରେ ଏବଂ ମୋକ୍ଷ ପ୍ରାପ୍ତ କରିବାରେ ସାହାଯ୍ୟ କରେ । ଏହା ଘରୁ ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରେ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖେ । ଏହି କାରଣରୁ ମୃତ୍ୟୁ ପରେ ଗରୁଡ଼ ପୁରାଣ ପାଠ କରିବା ଧାର୍ମିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ ।
Follow Us