କନକ ବ୍ୟୁରୋ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କୁ ଏକ ବଡ଼ ସାମରିକ ଆକ୍ରମଣରେ ହତ୍ୟା କରାଯାଇଥିଲା । ତେବେ ଖାମେନେଇଙ୍କୁ ହତ୍ୟା କରିବା ପାଇଁ ପ୍ରୟୋଗ ହୋଇଥିବା କ୍ଷେପଣାସ୍ତ୍ର ଓ ଏହାର ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ରିପୋର୍ଟ ଅନୁସାରେ, ଇସ୍ରାଏଲ ଏହି ଆକ୍ରମଣରେ "ବ୍ଲୁ ସ୍ପାରୋ" ନାମକ ଏକ ଅତ୍ୟନ୍ତ ଘାତକ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ଏହାକୁ ମିସାଇଲ୍ ଫ୍ରମ୍ ସ୍ପେସ୍ ବା "ମହାକାଶରୁ କ୍ଷେପଣାସ୍ତ୍ର" ବୋଲି କୁହାଯାଏ ।
କାରଣ ଲକ୍ଷ୍ୟସ୍ଥଳକୁ ଛୁଇଁବା ପୂର୍ବରୁ ମହାକାଶର ଶୀର୍ଷରେ ପହଞ୍ଚି ଦ୍ରୁତ ଗତିରେ ତଳକୁ ଫେରିଥାଏ । ଖାମେନେଇଙ୍କ ଉପରେ ଆକ୍ରମଣ ପାଇଁ ଇସ୍ରାଏଲୀ ଏଫ-୧୫ ଇଗଲ୍ ଯୁଦ୍ଧ ବିମାନ ନିୟୋଜିତ କରିଥିଲା । ଏହି ବିମାନଗୁଡ଼ିକରୁ ପ୍ରାୟ ୩୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ଯେଉଁଥିରେ ବ୍ଲୁ ସ୍ପାରୋ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା । ବ୍ଲୁ ସ୍ପାରୋ ମିସାଇଲ୍ ଇସ୍ରାଏଲ ଦ୍ୱାରା ବିକଶିତ ହୋଇଥିବା ଆଡଭାନ୍ସ ଏୟାର-ଲଞ୍ଚ୍ ବାଲିଷ୍ଟିକ୍ ମିସାଇଲ୍ । ଏହାର ରେଞ୍ଜ ପ୍ରାୟ ୨ହଜାର କିଲୋମିଟର । ଏହି ମିସାଇଲ୍ ପ୍ରଥମେ ପୃଥିବୀ ବାୟୁମଣ୍ଡଳର ଉପର ସୀମା ଯାଏ ଯିବା ପରେ ଦ୍ରୁତ ଗତରେ ତଳଖୁ ଖସି ନିଜ ଟାର୍ଗେଟକୁ ଧ୍ୱଂସ କରିଥାଏ ।
ଅଧିକ ପଢନ୍ତୁ : ଖାମେନେଇଙ୍କୁ ନେଇ ଟ୍ରମ୍ପ ଦେଲେ ବଡ଼ ବୟାନ, କହିଲେ ‘ମୋତେ ମାରିବାକୁ ପ୍ଲାନ୍ କରୁଥିଲେ…’
"ବ୍ଲୁ ସ୍ପାରୋ"ର ବିଶେଷତ୍ୱ
ଏକ ଆଡଭାନ୍ସ ଏୟାର-ଲଞ୍ଚ୍ ବାଲିଷ୍ଟିକ୍ ମିସାଇଲ୍
ବ୍ଲୁ ସ୍ପାରୋ ମିସାଇଲ୍ ଇସ୍ରାଏଲ ଦ୍ୱାରା ବିକଶିତ
ଏହାର ରେଞ୍ଜ ପ୍ରାୟ ୨ ହଜାର କିଲୋମିଟର
ଏହାର ଲମ୍ୱ ପ୍ରାୟ ୬.୫ ମିଟିର
ଏହି ମିସାଇଲର ଓଜନ ପ୍ରାୟ ୧.୯ ଟନ୍
ଏହାକୁ ସାଧାରଣତଃ ଲଢୁଆ ବିମାନରୁ ଲଞ୍ଚ୍ କରାଯାଏ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/war-update-2026-03-07-12-05-23.jpeg)