କନକ ବ୍ୟୁରୋ : ଜିଦରେ ଅଟଳ ରାଇସ ମିଲର୍ସ ଆସୋସିଏସନ୍ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଧାନ ଉଠିବ ନାହିଁ । ଗତକାଲି ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ୪ ଦଫା ଦାବି ମଧ୍ୟରୁ କିଛି ଦାବି ପୂରଣ ନେଇ ସରକାର କହିଛନ୍ତି। କିନ୍ତୁ ଏଯାଏଁ ଲିଖିତ ପ୍ରତିଶ୍ରୁତି ମିଳିନାହିଁ। ଗତ ୫ ତାରିଖରୁ ସମସ୍ତ ଜିଲ୍ଲାରେ ଧାନ ଉଠା ପ୍ରକ୍ରିୟା ବନ୍ଦ ରହିଛି। ପ୍ରତିଶ୍ରୁତି ନମିଳିବା ଯାଏଁ ଧାନ ଉଠିବ ନାହିଁ ବୋଲି ସଫାସଫା କହିଛି ମିଲର୍ସ ସଂଘ।
ଆହୁରି ପଢ଼ନ୍ତୁ :ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ : ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ
ସେପଟେ ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା। ଖରିଫ ଧାନ କିଣା ଆରମ୍ଭରୁ ହିଁ ମଣ୍ଡି ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ମିଲର୍ସଙ୍କ ଆନ୍ଦୋଳନ କଳାହାଣ୍ଡି ଜୟପାଟଣାରେ ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ। ଦାବିପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ମିଲର ସଂଘ ସଭାପତି କହିଛନ୍ତି । ଜୟପାଟଣା ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ିଥିବା ବେଳେ ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ଧାନ ଉଠାଇବା ବନ୍ଦ କରି ଦେଇଛନ୍ତି। ଯେଉଁଥିପାଇଁ ଚାରିଆଡ଼େ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଥମ ଓ ଦ୍ବିତୀୟ ଟୋକନ୍ ଆସିବା ପରେ ଚାଷୀ ଧାନ ବିକ୍ରି କରୁଥିଲେ। କିନ୍ତୁ ଏବେ ସରକାର ଓ ମିଲର୍ସଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ପେସି ହେଉଛନ୍ତି ଚାଷୀ । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର୍ ଆସୋସିଏସନ ।
ଆହୁରି ପଢ଼ନ୍ତୁ : ଜୁନାଗଡ ନକଟିଗୁଡା ମଣ୍ଡିରେ ଗଦା ହୋଇ ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ବିକ୍ରି ଅପେକ୍ଷାରେ ଚାଷୀ, ହେଲେ ଆସୁନାହାନ୍ତି ମିଲର୍ସ କି ମଣ୍ଡି କର୍ତୃପକ୍ଷ ?
ସେପଟେ ଚାଷୀଙ୍କ ସମସ୍ୟା ନେଇ ବରଗଡ଼ ଜିଲ୍ଲା ଅତାବିରା ଠାରେ ସରକାରଙ୍କ ବିରୁଦ୍ଧରେ ପୁଣି ଗର୍ଜିଲା ବିଜେଡି। ଅତାବିରାରେ ବିଜେଡି ପକ୍ଷରୁ ବିରାଟ ଚାଷୀ ସମାବେଶ କରାଯାଇଛି। ସରକାରଙ୍କ ଚାଷୀ ନୀତି ଯୋଗୁଁ ଚାଷୀ ଦୁର୍ଦ୍ଦିନ ଆଡ଼କୁ ଠେଲି ହୋଇଯାଉଥିବା ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। କେତେବେଳେ ରେଜିଷ୍ଟ୍ରେସନ୍ ସମସ୍ୟା ତ ଟୋକନ୍ ସମସ୍ୟା ଚାଷୀ ଦେଇ ଚାଷୀ ଗତି କରିଛି। ହେଲେ ଏଯାଏଁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିବା ସହ ଚାଷୀ ପାଖରେ ଧାନ ଥିଲେ ମଧ୍ୟ ଟୋକନ୍ ନାହିଁ। ଚାଷୀ ଆବାଜ୍ କଲେ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରିଛି ବିଜେଡି। ବିଭିନ୍ନ ଦାବି ନେଇ ଅତାବିରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ, ଆଗାମୀ ଦିନରେ ବରଗଡ଼ର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ ହେବ ବୋଲି ବିଜେଡି କହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/07/mandi-2026-01-07-18-52-58.jpg)