କନକବ୍ୟୁରୋ : ମିଶନ ନୂଆପଡ଼ା । ଉପନିର୍ବାଚନରେ ବାଜିମାତ୍ ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ତିନି ରାଜନୈତିକ ଦଳ । ତୃଣମୂଳସ୍ତରରେ ଅର୍ଥାତ୍ ମାଇକ୍ରୋ ମ୍ୟାନେଜମେଣ୍ଟରେ ବ୍ୟସ୍ତ ଶୀର୍ଷ ନେତା ।  ଆରମ୍ଭ ହୋଇଛି ଜାତିକାର୍ଡ ଖେଳ ।  କେଉଁ ବର୍ଗଙ୍କୁ କେମିତି ତୁଷ୍ଟୀକରଣ କରିବେ, ସେ ନେଇ ଚାଲିଛି ଯୋଜନା ।  

Advertisment

ନୂଆପଡ଼ା ବାଜି ଜିତିବା ପାଇଁ ସବୁ କଳବଳ କୌଶଳ ପ୍ରୟୋଗ କରୁଛନ୍ତି ତିନି ରାଜନୈତିକ ଦଳ ।  ମହିଳା, ଚାଷୀ, ଦାଦନ ଭୋଟ ବ୍ୟାଙ୍କ ହାତେଇବା ପାଇଁ ମଇଦାନରେ ସ୍ୱତନ୍ତ୍ର ରଣନୀତି ଅନୁସାରେ କାମ କରୁଛନ୍ତି ଗୋଟିଏ ଗୋଷ୍ଠୀ ।  ହେଲେ ଶୀର୍ଷ ନେତୃତ୍ବର ନଜର ଅନ୍ୟଠି । ଜାତି ଭିତ୍ତିକ ଭୋଟ ହାତେଇବା ପାଇଁ ଆରମ୍ଭ କରିଛନ୍ତି ଗୋଟିଚାଳନା ।   ନଜର ପକାନ୍ତୁ ନୂଆପଡ଼ା ଗଣିତରେ କେଉଁ ଜାତିର ଭୋଟ୍‌ କେତେ ପ୍ରତିଶତ ରହିଛି । 

ଅନୁସୂଚିତ ଜନଜାତିଙ୍କ ଭୋଟ୍‌- ୩୦ରୁ ୩୫ %  
ଅର୍ଥାତ ୯୦ ହଜାରରୁ ଅଧିକ ଭୋଟ ଅର୍ଥାତ୍ ସିଂହଭାଗ ଆଦିବାସୀଙ୍କ ହାତରେ ରହିଛି। ତେଣୁ ଆଦିବାସୀ ନୂଆପଡ଼ା ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । 
ଆଦିବାସୀରେ ଗଣ୍ଡ, ଶବର, ଭୂଞ୍ଜିଆ ଓ ବରିହା ଜାତି ଆସୁଛନ୍ତି। 

ଅନସୂଚିତ ଜାତି ଭୋଟ୍‌ - ୧୩ରୁ ୧୫%  
ଅର୍ଥାତ୍‌ ପାଖାପାଖି ୩୮ ହଜାର ଭୋଟ୍‌ । ବିଶେଷ କରି ଖରିଆର ଓ କୋମନା ଅଞ୍ଚଳରେ ଏହି ବର୍ଗର ଭୋଟରଙ୍କ ସଂଖ୍ୟା ଅଧିକ।  
ପଛୁଆ ବର୍ଗ ଓ ସାଧାରଣ ବର୍ଗ- ୪୫ରୁ ୫୦% ଭୋଟ୍‌ 
ପ୍ରାୟ ୧ ଲକ୍ଷ ୨୫ ହଜାର ଭୋଟ୍‌ ଓବିସି ଓ ସାଧାରଣ ବର୍ଗର। 
ଏହି ବର୍ଗରେ ଚାଷୀ ଓ ଚାକିରିଆଙ୍କ ସଂଖ୍ୟା ଅଧିକ। 

ଆହୁରି ସରଳ ଭାବେ କହିଲେ ନୂଆପଡ଼ା ସହର, ଖରିଆର ରୋଡ୍‌ ଓ କୋମନା ଅଞ୍ଚଳରେ ଏହି ବର୍ଗ ଭୋଟରଙ୍କ ଦବ୍‌ଦବା ରହିଛି । 
ଏହାବ୍ୟତୀତ ମୁସଲିମ, ଶିଖ, ଖ୍ରୀଷ୍ଟିଆନ- ୨ରୁ ୩% ଭୋଟ ରହିଛି  । 

ସବୁ ରାଜନୈତିକ ଦଳ ଜାତିକାର୍ଡ ଖେଳ ଆରମ୍ଭ କରିଛନ୍ତି  ।   ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ ସବୁ ଜାତିର ଭୋଟ୍‌ ତାଙ୍କ ମୁଣିରେ ପଡ଼ିବ ।  

ନୂଆପଡ଼ା ଏମିତି ଏକ ନିର୍ବାଚନମଣ୍ଡଳି ଯେଉଁଠି ଆଦିବାସୀଙ୍କ ଠାରୁ ଆରମ୍ଭ କରି ସବୁ ଜାତିଙ୍କର ଦବଦବା ରହିଛି  ।   ନିର୍ବାଚନ କହିବ, କାହାକୁ କିଏ ପସନ୍ଦ କଲେ  । 

ସେପଟେ ନିର୍ବାଚନ ପୂର୍ବରୁ ନୂଆପଡ଼ାରେ ବଡ଼ ହଲଚଲ  ।  ବିଜେପିର ବଡ଼ ମିଶ୍ରଣ ପର୍ବ  ।  ପଦ୍ମ ଧରିଲେ ଆଦିବାସୀ ନେତା ଭୁଜବଳ ଅଡବାଙ୍ଗ  ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି ।  ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ  କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି  ।  ନୂଆପଡା ଉପନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି  ।   ଆଜି ନୂଆପଡାରେ ଅନୁଷ୍ଠିତ ଏକ ବଡ ମିଶ୍ରଣ ପର୍ବରେ ବିଶିଷ୍ଟ ଓ ବରିଷ୍ଟ ଆଦିବାସୀ ନେତା ଭୂଜବଳ ଅଡବାଙ୍ଗ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି  ।  

ଝାରସୁଗୁଡ଼ା ସୂତା କଳର ହେବ ପୁନରୁଦ୍ଧାର! ଘୋଷଣା ପରେ ବଞ୍ଚିଉଠିଲା ମରିଯାଉଥିବା ଆଶା

ଅଧିକ ପଢନ୍ତୁ ...... 

ନିର୍ବାଚନ ପୂର୍ବରୁ ନୂଆପଡ଼ା ଉପରେ ନଜର

ଏହି ଅବସରରେ ଆଇନଜୀବୀ ତଥା ଆଦିବାସୀ ନେତା ଘାସିରାମ ବାଗ, ଆଡଭୋକେଟ ଗୋପାଳ ସାମନ୍ତ, ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁ, ଅଶୋକ ଦେବଗାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ପ୍ରକାଶ ଥାଉକି ଭୂଜବଳ ଅଡବାଙ୍ଗ ଗତ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ପାଖାପାଖି ୬ ହଜାର ଭୋଟ ପାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉପରେ ନୂଆପଡାବାସୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । 

ଜମୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର; ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଅଧିକ ପଢନ୍ତୁ......