ହୀରାଖଣ୍ଡ ଟ୍ରେନରୁ ମିଳିଲା ମୃତଦେହ , ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ

Advertisment

ହୀରାଖଣ୍ଡ ଟ୍ରେନରେ ମିଳିଲା ମୃତଦେହ । ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଛି ଜଣେ ଯୁବକର ମୃତଦେହ । କୋରାପୁଟ ରେଲୱେ ପୁଲିସ୍ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ ଟ୍ରେନରୁ ମୃତ ଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ହେଲେ ମନୀଷ ଦାସ ।

Train

Train Photograph: (Kanak News)

କନକ ବ୍ୟୁରୋ : ହୀରାଖଣ୍ଡ ଟ୍ରେନରେ ମିଳିଲା ମୃତଦେହ । ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଛି ଜଣେ ଯୁବକର ମୃତଦେହ । କୋରାପୁଟ ରେଲୱେ ପୁଲିସ୍ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ ଟ୍ରେନରୁ ମୃତ ଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ହେଲେ ମନୀଷ ଦାସ । ତାଙ୍କ ଘର କଟକ କଣ୍ଟିଲୋର ନୂଆବଜାର ଅଞ୍ଚଳର ବୋଲି ଜଣାପଡ଼ିଛି । ମନୀଷ ରାୟଗଡା ଅଞ୍ଚଳ ଟିକିରି କମ୍ପାନୀରେ ଚାକିରୀ କରନ୍ତି ।

ଅଧିକ ପଢନ୍ତୁ : OYO ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ

 ମନୀଷ ଗତକାଲି ଭୁବନେଶ୍ୱରରୁ ହୀରାଖଣ୍ଡ ଟ୍ରେନ ଯୋଗ ଟିକିରୀ ଆସୁଥିଲେ । ଆସିବା ସମୟରେ ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ କୋରାପୁଟ ଆରପିଏଫ ଓ ଜିଆରଫି ପୁଲିସ୍ ରେଳ ଷ୍ଟେସନରେ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବାବେଳେ ରେଲୱେ ଡାକ୍ତର ଆସି ଉଦ୍ଧାର ଶବକୁ ମୃତ ଘୋଷଣା କରିଥିଲେ ବୋଲି କୋରାପୁଟ ଜିଆରପି ଥାନାର ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe