ଡେଭିସ୍‌ କପ୍‌: ଭାରତ-ନେଦରଲାଣ୍ଡ୍‌ସ ୧-୧, ଡି ସୁରେଶ ରଖିଲେ ସମ୍ମାନ

Advertisment

ସୁରେଶ ମାନ୍ୟତାର ୪୬୪ ଥିବାବେଳେ ଡି ଜଙ୍ଗ୍‌ ୮୮ ନମ୍ବର ଖେଳାଳି। ଗତବର୍ଷ ସ୍ବିଜରଲାଣ୍ଡ୍‌ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଡି ସୁରେଶ ଏବେ ରାତାରାତି ନାୟକ ପାଲଟିଯାଇଛନ୍ତି। ଶୀର୍ଷ ୧୦୦ ଭିତରେ ଥିବା ଖେଳାଳିଙ୍କ ବିପକ୍ଷରେ ଏହା ତାଙ୍କ ପ୍ରଥମ ବିଜୟ।

ସୁରେଶ ମାନ୍ୟତାର ୪୬୪ ଥିବାବେଳେ ଡି ଜଙ୍ଗ୍‌ ୮୮ ନମ୍ବର ଖେଳାଳି। ଗତବର୍ଷ ସ୍ବିଜରଲାଣ୍ଡ୍‌ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଡି ସୁରେଶ ଏବେ ରାତାରାତି ନାୟକ ପାଲଟିଯାଇଛନ୍ତି। ଶୀର୍ଷ ୧୦୦ ଭିତରେ ଥିବା ଖେଳାଳିଙ୍କ ବିପକ୍ଷରେ ଏହା ତାଙ୍କ ପ୍ରଥମ ବିଜୟ।

devis cup

devis cup Photograph: (Kanak News)

କନକ ବ୍ୟୁରୋ: ଅଭିଜ୍ଞ ଖେଳାଳି ସୁମିତ ନଗଲଙ୍କ ପରାଜୟ ପରେ ସମ୍ମାନ ରଖିଛନ୍ତି ଦକ୍ଷିଣେଶ୍ବର ସୁରେଶ। ବେଙ୍ଗାଲୁରଠାରେ ଚାଲିଥିବା ନେଦରଲାଣ୍ଡ୍‌ସ ବିପକ୍ଷ ‌ଡେଭିସ୍‌ କପ୍‌ କ୍ବାଲିଫାୟାର୍ସ ମୁକାବିଲାକୁ ୧-୧ ସ୍ତରକୁ ଆଣିବାରେ ବଡ଼ ଭୂମିକା ତୁଲାଇଛନ୍ତି ଡି ସୁରେଶ। ପ୍ରଥମ ଏକକ ମ୍ୟାଚ୍‌ରେ ସୁମିତ ନଗଲଙ୍କୁ ଭ୍ରମଣକାରୀ ଦଳର ଗଏ ଡି ଉଡେନ୍‌ ୬-୦, ୪-୬, ୬-୩ରେ ପରାସ୍ତ କରିବାରୁ ଘରୋଇ ଦଳ ଅଡୁଆରେ ପଡ଼ିଥିଲା। ନଗଲଙ୍କ ଆଇଟିଏଫ୍‌ ମାନ୍ୟତା ୨୮୧ ଥିବାବେଳେ ୧୬୦ ନମ୍ବର ଖେଳାଳିଗଏ ଡି ଉଡେନ୍‌ ନିଜ ବିଲିଂ ମୁତାବକ ଖେଳି ପ୍ରତ୍ୟାବର୍ତନର ସୁଯୋଗ ‌ଦେଇନଥିଲେ। ଏହା ପରେ ଅନୁଷ୍ଠିତ ଦ୍ବିତୀୟ ଏକକ ମୁକାବିଲାରେ ଭାରତର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଦକ୍ଷିଶେଶ୍ବର ସୁରେଶ ନିଜଠାରୁ ଢ଼େର ଉଚ୍ଚ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍‌ସର ଜସପର୍‌ ଡି ଜଙ୍ଗ୍‌ଙ୍କୁ ୬-୪, ୭-୫ରେ ହରାଇ ଚହଳ ପକାଇଛନ୍ତି।

ଆହୁରି ପଢ଼ନ୍ତୁ... ସୂର୍ଯ୍ୟଙ୍କ ତେଜ, ସୌରଭଙ୍କ ଲଜ୍ଜା: ବିଶ୍ବକପ୍‌ରେ ଭାରତର କ୍ରମାଗତ ନବମ ବିଜୟ

ସୁରେଶ ମାନ୍ୟତାର ୪୬୪ ଥିବାବ‌େଳେ ଡି ଜଙ୍ଗ୍‌ ୮୮ ନମ୍ବର ଖେଳାଳି। ଗତବର୍ଷ ସ୍ବିଜରଲାଣ୍ଡ୍‌ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଡି ସୁରେଶ ଏବେ ରାତାରାତି ନାୟକ ପାଲଟିଯାଇଛନ୍ତି। ଶୀର୍ଷ ୧୦୦ ଭିତରେ ଥିବା ଖେଳାଳିଙ୍କ ବିପକ୍ଷରେ ଏହା ତାଙ୍କ ପ୍ରଥମ ବିଜୟ।‘ମୁକାବିଲାକୁ ୧-୧ ସ୍ତରକୁ ଆଣିବା ଏକ ନିଆରା ଅନୁଭବ ଆଣିଛି, ସମ୍ପୂର୍ଣ୍ଣ ଦଳ ମୋ ସହ ଥିବାରୁ ମୁଁ ନିଜ ଈଛାରେ ଖେଳିଥିଲି’ ବୋଲି ଦକ୍ଷିଣେଶ୍ବର ପ୍ରକାଶ କରିଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ରାଜପାଲ୍‌ ତାଙ୍କୁ ‘ଟ୍ରମ୍ପ୍‌ କାର୍ଡ’ ଆଖ୍ୟା ବି ଦେଇଛନ୍ତି। ଡି ଜଙ୍ଗ୍‌ ଜଣେ ଉନ୍ନତ ଖେଳାଳି ହୋଇଥିଲେ ମଧ୍ୟ ଦକ୍ଷିଣେଶ୍ବରଙ୍କ ମାରାତ୍ମକ ସର୍ଭିସ ତାଙ୍କୁ ସଫଳତା ଦେଇଛି ବୋଲି ରାଜପାଲ୍‌ କହିଛନ୍ତି। ଦକ୍ଷିଶେଣ୍ବରଙ୍କ ବିଜୟ ମଧ୍ୟ ନଗଲଙ୍କ ଅପ୍ରତ୍ୟାଶିତ ପରାଜୟ ଯନ୍ତ୍ରଣାକୁ ଲାଘବ କରିବା ସହ ଏହି ମୁକାବିଲାରେ ଘରୋଇ ଦଳକୁ ଜୀବନ୍ତ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe