ବାରମ୍ବାର ତାରିଖ ବଦଳୁଛି; ଏଫ୍‌ସିଆଇ ଗୋଦାମକୁ ଆସୁନି ଚାଉଳ

ଏପଟେ ଗୋଦାମରେ ସ୍ଥାନ ଅଭାବରୁ ଅସୁବିଧା ହେଉଛି କହିଛନ୍ତି ରାୟଗଡ଼ା ମିଲର । ୨୦୨୪-୨୫ ଖରିଫ ଋତୁରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରୁ ଧାନ ସଂଗ୍ରହ କରି କଷ୍ଟମ୍‌ ମିଲିଂ ପାଇଁ ବିଭିନ୍ନ ମିଲକୁ ଦିଆଗଲା ।

Rice

Rice Photograph: (kanak news)

କନକ ବ୍ୟୁରୋ : ବାରମ୍ବାର ତାରିଖ ବଦଳୁଛି, ମିଲରଙ୍କୁ ତାଗିଡ ମଧ୍ୟ କରାଯାଉଛି ହେଲେ ତାଗିଦକୁ ଭୟ କରୁନାହାନ୍ତି । ମାସ ମାସ ଗଡ଼ିଚାଲିଥିଲେ ମଧ୍ୟ ମିଲର ଚାଉଳ ଦେଉନଥିବାରୁ ଯୋଗାଣ ବ୍ୟବସ୍ଥାରେ ସୁଧାର ଆସୁନାହିଁ । ଏପଟେ ଗୋଦାମରେ ସ୍ଥାନ ଅଭାବରୁ ଅସୁବିଧା ହେଉଛି କହିଛନ୍ତି ରାୟଗଡ଼ା ମିଲର । ୨୦୨୪-୨୫ ଖରିଫ ଋତୁରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରୁ ଧାନ ସଂଗ୍ରହ କରି କଷ୍ଟମ୍‌ ମିଲିଂ ପାଇଁ ବିଭିନ୍ନ ମିଲକୁ ଦିଆଗଲା । ସରକାରୀ ସମୟସୀମା ଜୁଲାଇ ୩୧ ତାରିଖ ସୁଦ୍ଧା ଚାଉଳ ଫେରାଇବାକୁ କୁହାଯାଇଥିଲା, ହେଲେ ଏଯାଏଁ ଚାଉଳ ଫେରସ୍ତ କରିନାହାନ୍ତି ମିଲର । 

ଯଦିଓ ସରକାର ପ୍ରତିବର୍ଷ ଚାଉଳ ଫେରାଇବା ଅବଧି ବଦଳାଇଥାନ୍ତି । ଏବର୍ଷ ଚାଉଳ ଫେରାଇବା ହାର ନୈରାଶ୍ୟଜନକ । ଜିଲ୍ଲା ପ୍ରଶାସନ ଗୋଦାମରେ ଚାଉଳ ଗଚ୍ଛିତ ଥିବାରୁ ଏଫ୍‌ସିଆଇ ଗୋଦାମରେ ଚାଉଳ ଦେବାକୁ କହିଛି । ଏଫ୍‌ସିଆଇ ଚାଉଳର ମାନ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବାରୁ ସେଠାରେ ଚାଉଳ ଦେବାକୁ କୁନ୍ଥକୁନ୍ଥ ମିଲର । କାମଚଳା ଭାବେ ଅଳ୍ପ ଅଳ୍ପ କରି ଦେଉଥିବାରୁ ଟାର୍ଗେଟ୍ ପୂରଣ ହୋଇପାରୁନି । ୨୦୨୩-୨୪ ଖରିଫ୍ ଋତୁ ତୁଳନାରେ ୨୦୨୪-୨୫ରେ ପ୍ରାୟ ୩ କ୍ୱିଣ୍ଟାଲ ଅଧିକ ଧାନ ସଂଗ୍ରହ ହୋଇଛି ।

ଅଧିକ ପଢ଼ନ୍ତୁ--୨୩ ମୋତି , ୧୪୦୦ ହୀରା ; କେତେ ଦାମୀ ମିସ୍ ୟୁନିଭର୍ସ ମୁକୁଟ ?

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରୁ ସଂଗୃହୀତ ଧାନକୁ ୧୧୧ ମିଲର୍‌ଙ୍କୁ ଦିଆଯାଇଥିଲା । ୧୨ ଲକ୍ଷ ୨୦ ହଜାର ୬୯୫ କ୍ୱିଣ୍ଟାଲ୍‌ ଧାନ ଦେଇ ୮ ଲକ୍ଷ ୧୭ ହଜାର ୨୨୭ କ୍ୱିଣ୍ଟାଲ୍‌ ଚାଉଳ ଫେରାଇବାକୁ କୁହାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମାତ୍ର ୨ ଲକ୍ଷ ୯୫ ହଜାର ୧୬୪ କ୍ୱିଣ୍ଟାଲ୍‌ ଚାଉଳ ଫେରାଇଛନ୍ତି ମିଲର। ଯାହା ମୋଟ ଟାର୍ଗେଟର ମାତ୍ର ୩୬% । ୨୦୨୩-୨୪ରେ ୬ ଲକ୍ଷ ୨୧ ହଜାର ୫୯୪ କ୍ୱିଣ୍ଟାଲ୍‌ ଚାଉଳ ସଂଗ୍ରହ ଲକ୍ଷ୍ୟ ଥିଲା, ୨୦୨୪ ଜୁଲାଇ ଶେଷ ଶୁଦ୍ଧା ୩ ଲକ୍ଷ ୫୫ ହଜାର ୧୪୪ କ୍ୱିଣ୍ଟାଲ୍‌ ଚାଉଳ ଫେରିପାଇଥିଲା ପ୍ରଶାସନ । ଗତବର୍ଷ ଜୁଲାଇ ମାସ ସୁଦ୍ଧା ମୋଟ ଟାର୍ଗେଟର ୫୭% ଚାଉଳ ମିଲର ଫେରାଇଥିଲେ । ଚାଉଳ ସଂଗ୍ରହ କମିବା ପଛର କାରଣ ଗୋଦାମରେ ସ୍ଥାନ ଅଭାବ ବୋଲି କୁହାଯାଉଛି । କୋରାପୁଟ ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ୱିଟାଂଲ ଚାଉଳ ରାୟଗଡ଼ାର ବିଭିନ୍ନ ଗୋଦାମରେ ଥିବାରୁ ସ୍ଥାନ ଅଭାବ ହୋଇଥିବା ଜଣାପଡିଛି । ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଯଥାଶିଘ୍ର ମିଲ ଉପରେ ଚଡାଉ କରି ବାକି ଚାଉଳ ଫେରାଇ ଆଣିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe