କନକ ବ୍ୟୁରୋ : ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ ଓ ରାତି ଅଧରେ ଘର ଭିତରେ ପଶି ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଲୁଟ ହୋଇଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି ଓ ଘରେ କେହି ନଥିବା ବେଳେ, ବିଳମ୍ବିତ ରାତିରେ କିଛି ଲୁଟେରା ରାତି ତମାମ ଘରର ସମସ୍ତେ ଜିଣିଷପତ୍ର ନେଇ ଗାଏବ ହୋଇ ଯାଇଛନ୍ତି । ଘରର କପବୋର୍ଡ ଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ କିଛି ବି ଛାଡ଼ି ନାହାନ୍ତି । ଯେମିତି କାହାରି ସନ୍ଦେହ ନହେବ ସେଥିପାଇଁ ବେଡ଼ରୁମରେ ନସୋଇ, ଗଦି ଆଣି, ବାଥରୁମରେ ପକାଇ ସୋଇଥିଲେ ଲୁଟେରା । ଘଟଣାସ୍ଥଳରେ ପୁଲିସ ଟିମ ପହଞ୍ଚି, ସରଜମିନ ତଦନ୍ତ ଆରମ୍ଭ କରିଛି ।
ସିବିଆଇ କରୁଛି ଦଲାଲଙ୍କ ତାଲିକା ପ୍ରସ୍ତୁତି ; ତଥ୍ୟକୁ ଆଧାର କରି ତିଆରି ହେଉଛି ବ୍ଲୁ-ପ୍ରିଣ୍ଟ
ଏଠି କଥା ଉଠୁଛି ରାଜ୍ୟର ରାଜଧାନୀରେ ଯଦି ଲୋକେ ସୁରକ୍ଷିତ ନୁହଁନ୍ତି କି ସେମାନଙ୍କ ଧନ ସମ୍ପତ୍ତି ସୁରକ୍ଷିତ ନୁହେଁ ତେବେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ତ ଉଠିବ । କାରଣ ପ୍ରତି ଛକ, ପ୍ରତି ଗଳିରେ ସର୍ବଦା ପୁଲିସ ପଇଁତରା ମାରୁଛି । ସେ ଦିନ ହେଉ କି ରାତି ପୁଲିସ ଗାଡ଼ି ସାଇରନ ବଜାଇ ଘାଇଁ ଘାଇଁ ବୁଲୁଛି । ହେଲେ ବାରମ୍ବାର ଚୋରି, ଡକାୟତି, ରାହାଜାନୀ, ଗଣଦୁଷ୍କର୍ମ ସହ ହତ୍ୟା ଭଳି ଅପରାଧ ଅପରାଧୀମାନେ ଘଟାଇ ଚାଲିଛନ୍ତି । ଘଟଣା ଘଟିଗଲା ପରେ ଦୋଷୀ ଦଣ୍ଡ ପାଇବ, ଦୋଷୀକୁ ପାତାଳରେ ଥିଲେ ବି ଖୋଜି ବାହାର କରାଯିବ, ନେତାଙ୍କ ଠାରୁ ପୁଲିସବାବୁଙ୍କର ପର୍ଯ୍ୟନ୍ତ ଏ ଏକ ସଦାବେଳିଆ ବୟାନ ହୋଇଗଲାଣି । ହେଲେ ଏତେ ବଡ଼ ଘଟଣାମାନ ସବୁ ଘଟିବା ପୂର୍ବରୁ ପୁଲିସ କାହିଁକି ସଜାଗ ହେଉନି ? କଡ଼ା ସୁରକ୍ଷା ବଳୟ ଭିତରେ ଥିବା ରାଜଧାନୀରେ ଅପରାଧୀମାନେ କିଭଳି ଅପରାଧ ଘଟାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବ । କାରଣ କୌଣସି ଅପରାଧ ସଂଗେ ସଂଗେ ଘଟି ଯାଏନି । ଅପରାଧୀ ଗୋଷ୍ଠୀ ଅପରାଧ ଘଟାଇବା ପୂର୍ବରୁ ଅନେକ ଥର ଯୋଜନା କରନ୍ତି । ସେ ଯୋଜନାର ସୁରାଗ ପୁଲିସ କାହିଁକି ପାଉନି ? ଏହାକୁ ପୁଲିସର ଅପରାଗ ପଣିଆ କୁହାଯିବନି କାହିଁକି ?
କର୍ଣ୍ଣାଟକରେ ଲୋକାୟୁକ୍ତର ବଡ଼ ଚଢ଼ାଉ; ସମ୍ପତ୍ତି ଦେଖି ଅଧିକାରୀଙ୍କ ଆଖି ଜଳକା, ବିଡ଼ାବିଡ଼ା ନୋଟ୍, ପୁଳାପୁଳା ସୁନା ଗହଣା
ସବୁଠାରୁ ବଡ଼ କଥା ଉପର ଲିଖିତ ଲୁଟରେ ଲୁଟେରାମାନେ ଯେଭଳି ଲୁଟ କରିଛନ୍ତି ତାହା ଜଣାଉଛି ଯେ, ଅପରାଧୀମାନେ ପୁଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି । କାରଣ ଥାନାରେ ହୋଇଥିବା ଅଭିଯୋଗ ଓ ଲୁଟ୍ ସ୍ଥଳର ଚିତ୍ର ବୟାନ କରୁଛି ଯେ ଘରେ କେହି ନଥିବା ବେଳେ ଲୁଟେରାମାନେ ଘର ଭିତରକୁ ପ୍ରବେଶ କରିଥିଲେ । ବେଡ଼ରୁମର ଗଦି ଆଣି ବାଥରୁମରେ ପକାଇ ଶୋଇଥିଲେ । ଆରାମରେ ରାତି ତମାମ ଘରେ ଥିବା ସବୁ ଜିନିଷପତ୍ର ବୋହିନେଇଥିଲେ । ଏପରିକି କପବୋର୍ଡ ଠାରୁ ଆରମ୍ଭ କରି ରୋଷେଇଘର ପର୍ଯ୍ୟନ୍ତ ଥିବା ସମସ୍ତ ଜିନିଷ ବୋହିନେଇଥିଲେ । ଅର୍ଥାତ ସେମାନେ ନିର୍ଭୟରେ ଏହି ଲୁଟ୍ କରିଚାଲିଥିଲେ ।
Follow Us