କନକ ବ୍ୟୁରୋ: ନୁଆଁ ବର୍ଷରେ ନୃତ୍ୟ ଗୀତର ସମ୍ଭାର। ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ଆୟୋଜିତ ହୋଇଥିଲା ତିନି ଦନିଆ ପଏଁରୀ ତିହାର। ନୃତ୍ୟ ଗୀତର ଏହି ମହାପର୍ବଣରେ ରାଜ୍ୟ ତଥା ରାଜ୍ୟ ବାହାର ସାଂସ୍କୃତିକ ଦଳଙ୍କ କଳା ପ୍ରଦର୍ଶନରେ ଦୁଲୁକିଥିଲା ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣ । ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତର ଉପଭୋଗ କରିଛନ୍ତି ଦର୍ଶକ । ୨୬ ବର୍ଷିୟ ପଏଁରୀ ତିହାର। ଲୋକ ନୃତ୍ୟ ଓ ଲୋକ ଗୀତର ଉତ୍ସବ। ବିଳମ୍ବିତ ରାତି ଯାଏଁ ଝୁମିଲେ ଦର୍ଶକ।
ଅଧିକ ପଢନ୍ତୁ ; ଅସୁରକ୍ଷିତ ଗଞ୍ଜାମର ତାମ୍ପରା ! ଭାଙ୍ଗିଗଲାଣି କାଠ ପୋଲ, ଅଚଳ ପାର୍କ ଲାଇଟ୍, ବେଳ ଗଡ଼ିଗଲେ ମାଡ଼ି ଆସୁଛି ଅନ୍ଧାର
ମାଆ ସୁରେଶ୍ୱରୀଙ୍କ ମନ୍ଦିରରେ ପୂଜା ପାଠ ପରେ ସହର ପରିକ୍ରମା କରିଥିଲା ସାଂସ୍କୃତିକ ଶୋଭାଯାତ୍ରା। ଏହାପରେ ପରେ ଜମିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ସକାଳୁ ବିଳମ୍ବିତ ରାତି ଯାଏଁ ନୃତ୍ୟଗୀତର ଆସରରେ ଉଛୁଳିଥିଲା ସୁରେଶ୍ଵରୀଙ୍କ ମନ୍ଦିର ପ୍ରାଙ୍ଗଣ । ପଏଁରୀ ମଞ୍ଚରେ ନୃତ୍ୟ ଓ ଗୀତ ପରିବେଶଣ କରିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଦଳ। ହରିୟାଣାରୁ ଆସିଥିବା କଳାକାରଙ୍କ ଲୋକ ନୃତ୍ୟ ସହ ଅନ୍ୟ କଳାକାରଙ୍କ ଲୋକନୃତ୍ୟରେ ଦୁଲୁକି ଉଠିଥିଲା ମଞ୍ଚ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସାଂସ୍କୃତିକ ମହୋତ୍ସବର ମଜା ଉଠାଇଛନ୍ତି ଦର୍ଶକ । ଲୋକ ସଂସ୍କୃତି ଓ ଲୋକ ପରମ୍ପରାର ପୁନଃଉଦ୍ଧାର ପାଇଁ ୨୦୦୦ ମସିହାରୁ ଏଭଳି ଆୟୋଜନ କରି ଆସୁଛି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଅନୁଷ୍ଠାନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/04/paenri-tihar-2026-01-04-19-03-18.jpg)