କନକ ବ୍ୟୁରୋ: ରବିବାର ଭୋରୁ ଭୋରୁ ଶରଧାବାଲି ସାମ୍ନାରେ ଯାହା ଘଟିଲା ତାହା ନିଶ୍ଚୟ ଦୁଃଖଦ । ଶରଧାବାଲିରେ ଦଳାଚକଟା ଘଟି, ଚାଲିଗଲା ୩ ନିରୀହ ଲୋକଙ୍କ ଜୀବନ ଆଉ ଆହତ ହେଲେ ଏକାଧିକ ଲୋକ । ତେବେ ଏ ଅଘଟଣ ପଛରେ ଦାୟୀ କିଏ? କାହା ପାଇଁ ଘଟିଲା ଏତେ ବଡ଼ ଅଘଟଣ? ଗତବର୍ଷ ଠିକ ଆଜିର ଦିନରେ ବଳଭଦ୍ର ଚାରମାଳ ଉପରୁ ଖସିପଡ଼ିଥିଲେ । ଆଉ ଆଜି ଠିକ୍ ସେହି ଆଡ଼ପମଣ୍ଡପ ବିଜେ ଦିନ ବଡ଼ଦାଣ୍ଡରେ ଚାଲିଯାଇଛି ୩ ଅମୂଲ୍ୟ ଜୀବନ । ତେବେ ଏ ସବୁ ପଛରେ ପ୍ରଶାସନର ଅବହେଳା ଦାୟୀ ନୁହେଁ ତ? ଏ ଅକ୍ଷମଣୀୟ ଭୁଲ ପାଇଁ କାହା ହାତରେ ହାତକଡ଼ି ବାନ୍ଧିବେ ସରକାର?
କ’ଣ ଥିଲା ପୂରା ଘଟଣା?
ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ, ଆଜି ଭୋର ସମୟରେ ହଠାତ୍ ଶରଧାବାଲିରେ ଠେଲାପେଲା ଆରମ୍ଭ ହୋଇଥିଲା । କେହି କିଛି ବି ଭାବିବା ଆଗରେ ଦଳାଚକଟା ଆରମ୍ଭ ହୋଇଗଲା । ଯେହେତୁ ସେ ସମୟରେ ପୁଲିସ କର୍ମୀ ନଥିଲେ ଆଉ ଭକ୍ତଙ୍କ ସଂଖ୍ୟା ଅଧିକ ଥିଲା, ସେହି କାରଣରୁ ଭିଡ଼ ବେକାବୁ ହୋଇଥିଲା । ଆଉ ଦେଖୁ ଦେଖୁ ଅଘଟଣ ଘଟିଥିଲା । ଅନେକ ଲୋକ ତଳେ ପଡ଼ିଗଲେ ଆଉ ଭିଡ଼ରେ ଲୋକଙ୍କ ଉପରେ ଲୋକ ଚଢ଼ିଗଲେ । ଯାହା ପରେ ୩ ଲୋକଙ୍କ ଜୀବନ ଯାଇଥିବା ନେଇ ତାଜା ସୂଚନା ମିଳିପାରିଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ଅନ୍ୟ ଦୁଇ ଜଣ ମହିଳା ରହିଛନ୍ତି । ମୃତକମାନଙ୍କର ପରିଚୟ ମଧ୍ୟ ସାମ୍ନାକୁ ଆସିଛି । ଜଣେ ମୃତକ ନୟାଗଡ଼ର ବାସନ୍ତୀସାହୁ ହୋଇଥିବାବେଳେ, ଆଉ ଜଣେ ଭୁବନେଶ୍ୱର ସହିଦନଗରର ପ୍ରେମକାନ୍ତ ମହାନ୍ତି ଏବଂ ଆଉ ଜଣେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ପ୍ରଭାତୀ ଦାସ । ତେବେ ଏବେ ବି ଠେଲାପେଲାରେ ଆହତ ହୋଇଥିବା ଲୋକ ମେଡିକାଲେ ଅଛନ୍ତି ଆଉ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି ।
ଆଇନ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଶରଧାବାଲିରେ ଠେଲାପେଲା ଆଉ ୩ ଜଣଙ୍କର ମୃତ୍ୟୁ ପରେ ଏନେଇ ଆଇନ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଭକ୍ତଙ୍କ ମୃତ୍ୟୁକୁ ନେଇ ଆଇନମନ୍ତ୍ରୀ ମର୍ମାହତ ଥିବା କହିଛନ୍ତି । ତେବେ ଘଟଣାର ତଦନ୍ତ କରାଯିବା ସହିତ ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେପଟେ ପୁଲିସ ଡିଜି ଓ୍ୱାଇ.ବି. ଖୁରାନିଆ ଏବଂ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି ।
ଶରଧାବାଲିରେ ଠେଲାପେଲା ଘଟଣାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ
ସରକାରକୁ ଟାର୍ଗେଟ୍ କଲେ ନବୀନ
ଅନ୍ୟପଟେ ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରିବା ସହିତ ଏହି ଘଟଣାକୁ ନେଇ ସରକାର ଉପରେ ବର୍ଷିଛନ୍ତି । ଭିଡ଼ ଅନିୟନ୍ତ୍ରିତ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଭିଡ଼ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ନବୀନ ।
I extend my heartfelt condolences to the families of the three devotees who have lost their lives in the tragic stampede at Saradhabali, #Puri and I pray to Mahaprabhu Jagannatha for the swift recovery of the devotees injured in this devastating incident.
— Naveen Patnaik (@Naveen_Odisha) June 29, 2025
Today’s stampede,…
କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସରକାରକୁ ଟାର୍ଗେଟ୍ କରିବା ପରେ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋହନ ମାଝୀ କହିଛନ୍ତି, ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ । ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା…
— Mohan Charan Majhi (@MohanMOdisha) June 29, 2025