କନକ ବ୍ୟୁରୋ: ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣାରେ  ମୁଁ ଓ ମୋ  ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି  ମୋହନ ମାଝୀ ।  ଅବହେଳା  ଅକ୍ଷମଣୀୟ ।  ସୁରକ୍ଷା  ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଲେ ମୁଖ୍ୟମନ୍ତ୍ରୀ ।  ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ।

Advertisment

 

ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏପଟେ  ବିରୋଧି ଦଳର ନେତା ନବୀନ ପଟ୍ଟନାୟକ  ଠେଲାପେଲା  ଘଟଣାରେ  ତ୍ରୀବ୍ର ନିନ୍ଦା କରିବା ସହ ପ୍ରଶାସନର ଅବ୍ୟସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି ।  ସୋସିଆଲ ମିଡିଆ ଏକ୍ସରେ  ପୋଷ୍ଟ କରି ନବୀନ ପୁରୀର ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଜଣ ଭକ୍ତଙ୍କ ପରିବାର ପ୍ରତି   ଗଭୀର ସମବେଦନା ଜଣାଇବା  ସହ  ଏହି ଭୟଙ୍କର ଘଟଣାରେ ଆହତ ଭକ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ  ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଭିଡ଼ ଅନିୟନ୍ତ୍ରଣ ପାଇଁ  ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ନବୀନ ।

ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତ  ରଥଯାତ୍ରା ସମୟରେ ଭିଡ଼ ପରିଚାଳନାର ଭୟଙ୍କର ବିଫଳତା ତାର ଦିନକ ପରେ  ଠେଲାପେଲା, ଦଳାଚକଟାରେ ଭକ୍ତ ଆହତ ହେବା, ମୃତ୍ୟୁ ଘଟିବା ପରି ଘଟଣା ସରକାରଙ୍କ ଅକ୍ଷମତାକୁ ପଦାରେ ପକାଇଛି । ନବୀନ ଆହୁରି ମଧ୍ୟ ଲେଖିଛନ୍ତି, ଖୋଦ୍‌ ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି  ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସୁରକ୍ଷାକର୍ମୀ  ଉପସ୍ଥିତ ନଥିଲେ ।  ଯାହା  କର୍ତ୍ତବ୍ୟରେ ଏକ ସାଙ୍ଘାତିକ୍‌  ତ୍ରୁଟିକୁ ଦର୍ଶାଉଛି ।  

ଖାଲି ଏତିକି ନୁହେଁ ରଥଯାତ୍ରା ଦିନ ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବକୁ ଅତି ସହଜରେ "ମହାପ୍ରଭୁଙ୍କ ଇଚ୍ଛା" ବୋଲି କହି ପାର୍‌ ହୋଇଯାଇଥିଲେ ସରକାର ।  ଏହା  ଗୋଟିଏ ଗୋଟିଏ ବାହାନା ନିଜ ଅକ୍ଷମତାକୁ ଲୁଚାଇବା ପାଇଁ  ରାଜ୍ୟ ସରକାରଙ୍କର ବୋଲି  ନବୀନ କହିଛନ୍ତି । 
ସୂଚନାମୁତାବକ, ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ତାଙ୍କୁ କିଡନୀ କ୍ରନିକ ରୋଗ ଥିଲା । ଅନ୍ୟ ମୃତକ ଜଣକ ୫୨ ବର୍ଷୀୟା ଜଣେ ମହିଳା ।  ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଠେଲାପେଲା ଘଟିଛି । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା ।