କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଆଗକୁ ବଢୁଛି । ଆଜି ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ଲ୍ୟାଣ୍ଡଫଲ୍ କରିବ ମୋନ୍ଥା । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କିମି ରହିପାରେ । 

Advertisment

ବାତ୍ୟା ମୋନ୍ଥା ଭୟ, ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ କରାଗଲା ସ୍ଥାନାନ୍ତର

ତେବେ ଅପରାହ୍ମ ୩ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ଯିବ ବୋଲି ଆକଳନ କରାଯାଉଛି । ଆଜି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ପରେ ଆନ୍ଧ୍ରପ୍ରଦେଶର କାକିନଡ୍ଡା ଆଡକୁ ମୁହାଁଇବ । ପ୍ରାୟ ତିନିରୁ ଚାରି ଘଣ୍ଟା ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆଜି ରାତିରୁ ସକାଳ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମନ୍ଥାର ବଡ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ । ବର୍ତ୍ତମାନ କାକିନଡ୍ଡା ଉପକୂଳରୁ ୩୧୦ କିଲୋମିଟର ଦୂରରେ ସକ୍ରିୟ ରହିଛି ବାତ୍ୟା । ବିଶାଖପାଟନମ ଉପକୂଳରୁ ୩୭୦ କିଲୋମିଟର ଦୂର ଏବଂ ଗୋପାଳପୁର ଉପକୂଳରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୫୭୦ କିଲୋମିଟର ଦୂରରେ ରହିଛି ବାତ୍ୟା । ବାତ୍ୟା ପ୍ରଭାବରେ କାକିନଡ୍ଡାରେ କାଲିଠୁ ଲାଗିରହିଛି ବର୍ଷା ।