କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ମୋହନା, ଆର. ଉଦୟଗିରି ଓ ନୂଆଗଡ ଅଞ୍ଚଳରେ ବର୍ଷା ଲାଗି ରହିଛି । ମୋହନା ବ୍ଲକରେ ୪୧ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ପାଖାପାଖି ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ୧୪ଟି ଭୂସ୍ଖଳନ ଜାଗା ଚି଼ହ୍ନଟ କରାଯାଇଛି । ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ନିଜେ ଉପଜିଲ୍ଲାପାଳ ଅନୁପ ପଣ୍ଡା ବିଭିନ୍ନ ଜାଗାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ପ୍ରସ୍ତୁତ ରହିଛନ୍ତି ।
ବାତ୍ୟା ମୋନ୍ଥା ଭୟ, ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ କରାଗଲା ସ୍ଥାନାନ୍ତର
ପାଖାପାଖି ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ୧୪ଟି ଭୂସ୍ଖଳନ ଜାଗା ଚି଼ହ୍ନଟ କରାଯାଇଛି । ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
/kanak/media/media_files/2025/10/28/14-2025-10-28-08-42-56.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)