କନକ ବ୍ୟୁରୋ : ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ। କ୍ରମଶଃ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ବଳ ଗୋଟାଇବ । ୨୩ ତାରିଖ ବେଳକୁ ଘନିଭୁତ ହେଇ ଅଵପାତରେ ପରିଣତ ହେବ । ଏହାର ଅଧିକ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପରେ ରହିବ । ସେଥିପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଛି । ୨୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ-ତାମିଲନାଡ଼ୁ ଉପକୂଳ ନିକଟବର୍ତ୍ତୀ ହେଇପାରେ, ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଦେଖିବାକୁ ମିଳିପାରେ କିନ୍ତୁ ସିଧାସଳଖ ପ୍ରଭାବ ପଡିବା ସମ୍ଭାବନା କମ । କେବଳ କିଛି କିଛି ସ୍ଥାନରେ  ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।   ଆସନ୍ତା ୨୪ ଘଣ୍ଟା ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , କଟକ,ନୟାଗଡ଼,ଗଞ୍ଜାମ, ଗଜପତି,କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା, କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରିକୁ ବ୍ରଜପାତ ନେଇ ଆଲର୍ଟ ଜାରି ।

Advertisment

ଚନ୍ଦ୍ରଯାନ-୨ର ବଡ଼ ସଫଳତା ; ସୂର୍ଯ୍ୟରେ ପ୍ଲାଜମା ବିସ୍ଫୋରଣର ପ୍ରଭାବ ମାପିବାରେ ସଫଳ ହେଲା ଭାରତ

ରାଜ୍ୟରୁ ଗତ ୧୬ ତାରିଖରୁ ମୌସୁମୀ ଅପସାରଣ ହୋଇଥିବା ବେଳେ ଅକ୍ଟୋବର ମାସରେ ବାତ୍ୟାର ଭୟ ରହିଛି । ତେଣୁ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ବାତ୍ୟାର ଭୟ ବଢ଼ିଛି ।  ଏହି ସିଷ୍ଟମ୍ କେତେ ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଏବଂ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ପରବର୍ତ୍ତୀ ଦିନମାନଙ୍କରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ବିଭାଗ ।

୨୧ ଅକ୍ଟୋବର  ପାଇଁ  ମଧ୍ୟ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଢ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।