କନକ ବ୍ୟୁରୋ : ଚନ୍ଦ୍ରଯାନ-୨ର ବଡ଼ ସଫଳତା । ନାସା ଲଗାଉଥିଲା ଅନୁମାନ, ହେଲେ ଇସ୍ରୋ ହାତେଇଲା ଠୋସ୍ ପ୍ରମାଣ । ଜହ୍ନ ରାଇଜ ଉପରେ ବଡ଼ ପ୍ରଭାବ ପକାଏ ସୂର୍ଯ୍ୟରେ ବିସ୍ଫୋରଣ । ପ୍ରଥମ ଥର ପାଇଁ ଚନ୍ଦ୍ରର ବାୟୁମଣ୍ଡଳ ଉପରେ କରୋନାଲ୍ ମାସ୍ ଇଜେକ୍ସନ ବା ସୂର୍ଯ୍ୟରେ ଘଟୁଥିବା ପ୍ଲାଜମା ବିସ୍ଫୋରଣର ପ୍ରଭାବ ମାପିବାରେ ସଫଳ ହୋଇଛି ଭାରତ । ଚନ୍ଦ୍ରର କେବଳ ପୃଷ୍ଠଭାଗ ଯାଏଁ ସୀମିତ ଅତି କ୍ଷୀଣ ଓ ପତଳା ବାହ୍ୟ ବାୟୁମଣ୍ଡଳ ରହିଛି, ଯାହାକୁ ଏକ୍ସୋସ୍ଫିଅର କୁହାଯାଏ ।
ସୂର୍ଯ୍ୟର କରୋନାଲ୍ ମାସ୍ ଇଜେକ୍ସନ ଏହାର ସାମଗ୍ରିକ ଚାପକୁ ବଢାଇ ଦିଏ ବୋଲି ତଥ୍ୟ ସଂଗ୍ରହ କରିଛି ଚନ୍ଦ୍ରଯାନ-୨ର ଚେସ୍-୨ ଯନ୍ତ୍ର । ଚନ୍ଦ୍ରର ଯେଉଁ ପାର୍ଶ୍ଵରେ ଦିନ ହୋଇଥାଏ, ଅର୍ଥାତ୍ ସୂର୍ଯ୍ୟ ଆଡ଼କୁ ଥାଏ, କେବଳ ସେହି ପଟ ଏକ୍ସୋସ୍ଫିଅର ପ୍ରଭାବିତ ହୋଇଥାଏ । ୨୦୨୪ ମେ ୧୦ରେ ଘଟିଥିବା କରୋନାଲ୍ ମାସ୍ ଇଜେକ୍ସନ ବେଳେ ଏହି ପରୀକ୍ଷଣ ହୋଇଥିଲା । ତେବେ ଆଜି ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି । ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ବିଶ୍ବର ପ୍ରଥମ ମହାକାଶଯାନ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ରଚିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/19/25-2025-10-19-10-17-47.jpg)