କନକ ବ୍ୟୁରୋ: ଆରମ୍ଭ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସ୍ଥଳଭାଗ ଛୁଇଁଲା ବାତ୍ୟା । ତେବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ସକାଳ ପର୍ୟ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି କୁହାଯାଉଛି । ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମୟରେ ପବନର ବେଗ ୧୦୦ ଉପରେ ରହିବ ବୋଲି ଅନୁମାନ କରାଯାଉଛି ।
-
Oct 25, 2024 12:58 IST
କାହିଁକି ହଠାତ୍ ଦୁର୍ବଳ ହୋଇଗଲା ବାତ୍ୟା ଦାନା?
-
Oct 25, 2024 10:13 IST
ଧାମରା ମୁହାଁଣରେ ଫସିଲା ୨ ଟି ଟ୍ରଲର୍
-
Oct 25, 2024 08:47 IST
ଆଉ ଏକ ଘଣ୍ଟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ; ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା
ଆଉ ୧ ଘଣ୍ଟା ଧରି ଚାଲିବ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା। ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟାର ଶେଷଭାଗ । ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ହେବ ଦୁର୍ବଳ । ପୂର୍ବାହ୍ନ ବେଳକୁ ଭୀଷଣ ବାତ୍ୟାରୁ ବାତ୍ୟାରେ ହେବ ପରିଣତ ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି ଭୟଙ୍କର ବାଲିଝଡ଼ର ଦୃଶ୍ୟ। ସେପଟେ ସମୁଦ୍ରରେ ମଧ୍ୟ ଦେଖିବାକୁ ମିଳିଛି ଉଚ୍ଚ ଜୁଆର। ବାରମ୍ବାର ବର୍ଷା ସହ ଅଧିକ ବେଗରେ ପବନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।
-
Oct 25, 2024 08:20 IST
ରାଜନଗରରେ ପୁଣି ଆରମ୍ଭ ହେଲା ବର୍ଷା ଓ ପବନ
-
Oct 25, 2024 07:04 IST
ଆଜି ସକାଳ ୮ଟାରୁ ସ୍ୱାଭାବିକ ହେବ ବିମାନ ଚଳାଚଳ
-
Oct 25, 2024 02:30 IST
ଭିତରକନିକା ହବାଳିଖଟି ନିକଟରେ ବାତ୍ୟାର କେନ୍ଦ୍ର
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଏବେ ବି ଉଚ୍ଚ ଜୁଆର ଆସୁଛି । ମିଳିଥିବା ସୂଚନା ମୁତାବକ, ଆଗାମୀ ୧ ଘଣ୍ଟା ଭିତରେ ଭୟଙ୍କର ରୂପ ନେବ ବାତ୍ୟା ।
-
Oct 25, 2024 01:43 IST
୫ଟା ଯାଏଁ ପ୍ରଳୟ
-
Oct 25, 2024 01:42 IST
ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଦାନା'
-
Oct 25, 2024 00:11 IST
ଆରମ୍ଭ ହେଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
-
Oct 24, 2024 23:58 IST
ପାରାଦୀପଠାରୁ ୩୫ କିମି ଦୂରରେ ବାତ୍ୟା ଦାନା
-
Oct 24, 2024 23:13 IST
ପାରାଦୀପଠୁ ମାତ୍ର ୫୦ କିମି ଦୂରରେ ଦାନା
-
Oct 24, 2024 20:07 IST
ଆଉ ମାତ୍ର ୧୦୦ କିମି ଦୂରରେ ‘ଦାନା’
-
Oct 24, 2024 18:40 IST
ବାତ୍ୟା ‘ଦାନା’ର ବଡ଼ ଅପଡେଟ୍
/kanak/media/media_files/2024/10/24/8730mPMGzWJgngvfww62.jpg)
-
Oct 24, 2024 18:03 IST
ମନ୍ଥର ହେଲା ବାତ୍ୟା ଦାନାର ସ୍ଥିତି
- ମନ୍ଥର ହେଲା ବାତ୍ୟା ଦାନାର ସ୍ଥିତି
- ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା
- ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି
- ପାରାଦୀପଠାରୁ ୧୫୦ କିମି ଦୂରରେ ବାତ୍ୟା
- ଧାମରାଠାରୁ ୧୮୦ କିମି ଦୂରରେ ବାତ୍ୟାର ସ୍ଥିତି
- ସାଗର ଦ୍ୱୀପଠାରୁ ୨୫୦ କିମି ଦୂରରେ ବାତ୍ୟା
-
Oct 24, 2024 15:14 IST
ଟ୍ରଲର୍ ବୁଡ଼ିଲା ଧାମରା ସମୁଦ୍ରରେ
-
Oct 24, 2024 15:01 IST
ପାଖେଇ ଆସୁଛି ‘ଦାନା’
-
Oct 24, 2024 13:54 IST
ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା: ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି
/kanak/media/media_files/2024/10/24/S8GrnO8UIgYSoubU3EZv.jpg)
କନକ ବ୍ୟୁରୋ: ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟର ୧୧ ଜିଲ୍ଲା ଅଧିକ ପ୍ରଭାବିତ ହେବ । ୩୮ ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି । ୨ ହଜାର ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ଘର ଜଗିବାକୁ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତି ସରିଛି । ଡିଜି, ଜେନେରେଟର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁନଃରୁଦ୍ଧାର ପାଇଁ ତ୍ୱରିତ ବ୍ୟବସ୍ଥା କରାଯାଇଛି । ସ୍ଥିତି ଅନୁଧ୍ୟାନ କରି ଅଧିକାରୀ ସରକାରଙ୍କୁ ରିପୋର୍ଟ ଦେବେ । ସରକାରଙ୍କ ନିବେଦନକୁ ଲୋକେ ଗ୍ରହଣ କରିଥିବାରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
-
Oct 24, 2024 11:49 IST
ଧାମରାରେ କାଚୁଛି ବର୍ଷା
-
Oct 24, 2024 11:39 IST
ବାତ୍ୟାକୁ ନେଇ ବଡ ସୂଚନା ; ସାମାନ୍ୟ ରିକର୍ଭ କରିପାରେ ‘ଦାନା’
ରିକର୍ଭ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ କରିବା ପରେ ସାମାନ୍ୟ ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିବ । ଏହା ପ୍ରଭାବରେ ବର୍ଷା ପରିମାଣ ବି ବୃଦ୍ଧି ପାଇବ ।
ସୂଚନା ଅନୁସାରେ, ଆଜି ରାତିରେ ସ୍ଥଳଭାଗ ଛୁଇଁବ ଦାନା । ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା ।
-
Oct 24, 2024 11:31 IST
‘ଦାନା’ର ଦୂରତା କମିଲା
-
Oct 24, 2024 11:16 IST
ଦିନ ସାଢେ ୧୧ ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
-
Oct 24, 2024 10:40 IST
କୁନିଛୁଆଙ୍କୁ କାଖେଇ ଆଣୁଛନ୍ତି ପୁଲିସକର୍ମୀ
-
Oct 24, 2024 09:41 IST
ପାରାଦୀପଠାରୁ ୨୬୦ କିମି ଦୂରରେ ବାତ୍ୟା; ୧୨ କିମି ବେଗରେ ଆଗଉଛି ‘ଦାନା’
ମାଡିଆସୁଛି ବାତ୍ୟା । ପାଣିପାଗ ବିଭାଗ ସୂଚନା ଅନୁସାରେ, ଏବେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏବେ ଏହା ପାରାଦୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ଥିବାବେଳେ, ଭଦ୍ରକ ଧାମରାଠାରୁ ୨୯୦ କିଲୋମିଟର ଦୂରରେ ଅଛି ଏବଂ ସାଗରଦ୍ୱୀପଠାରୁ ଏବେ ଏହା ୩୫୦ କିଲୋମିଟର ଦୂରରେ ଅଛି ।
ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଏବେ ଏହା ୧୨ କିଲୋମିଟର ବେଗରେ ଆଗଉଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କୌଣସି ଜିଲ୍ଲାରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପ୍ରତି ତହସିଲରେ ସରକାରୀ କର୍ମଚାରୀଙ୍କୁ ଆଲର୍ଟ ମୋଡରେ ରଖାଯାଇଛି । ଏହାସହ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ ଦିଆଯିବାରେ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।
-
Oct 24, 2024 09:37 IST
କମିଲା ବାତ୍ୟା ଦାନାର ଦୂରତା
-
Oct 24, 2024 09:03 IST
ବାତ୍ୟା ଦାନା ପାଇଁ ବିମାନ ଉଡାଣ ବାତିଲ ; ଆଜି ସନ୍ଧ୍ୟାରୁ କାଲି ୯ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ
ବାତ୍ୟା ‘ଦାନା’ ପାଇଁ ବିମାନ ଉଡାଣ ବାତିଲ। ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ ବନ୍ଦ ରହିବ। ବାତ୍ୟା ପାଇଁ ୪୦ଟି ବିମାନ ବାତିଲ ହୋଇଛି । ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ନିଷ୍ପତ୍ତି ନିଆଯିବ । ତେଣୁ ଯାତ୍ରୀମାନେ ଘରୁ ଆସିବା ବେଳେ ବିମାନ ଉଡାଣର ଷ୍ଟାଟସ ଦେଖି ଆସିବା ଉଚିତ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।
ବାତ୍ୟା ଦାନା: ୪୦ ବିମାନ ବାତିଲ
- ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ
- ବାତ୍ୟା ଦାନା ପାଇଁ ୪୦ଟି ବିମାନ ବାତିଲ
- ଭୁବନେଶ୍ବରରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ
- ବିମାନ ଚଳାଚଳ ପାଇଁ ଏହା ସୁରକ୍ଷିତ ନୁହେଁ
- ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି
- ଶୁକ୍ରବାର ସକାଳେ ପାଣିପାଗକୁ ଦୃଷ୍ଟିରେ ରଖି ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି -
Oct 24, 2024 08:46 IST
ବିଜୁଳୀ ତାର ଉପରେ ଭାଙ୍ଗି ପଡ଼ିଛି ଗଛଡ଼ାଳ
-
Oct 24, 2024 08:45 IST
ମା ଧାମରାଈଙ୍କ ଶରଣରେ ଧାମରାବାସୀ
-
Oct 24, 2024 08:43 IST
୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
-
Oct 24, 2024 07:14 IST
ଶ୍ରୀମନ୍ଦିର ପାଇଁ ସତର୍କତା
-
Oct 24, 2024 07:06 IST
ବାତ୍ୟା ପାଇଁ ଉଡ଼ିବନି ବିମାନ
-
Oct 24, 2024 07:01 IST
ବାତ୍ୟାକୁ ନେଇ କ’ଣ କହିଲେ ଆଇଏମଡି ଡିଜି ?
-
Oct 24, 2024 06:57 IST
ବାତ୍ୟା 'ୟାସ୍' ଭଳି ହେବ ବାତ୍ୟା 'ଦାନା' । ଫନି ଠାରୁ କମ ବେଗରେ ପବନ ବହିବ
କନକ ବ୍ୟୁରୋ : ବାତ୍ୟା ଦାନା ଓଡ଼ିଶା ମୁହାଁ ହୋଇଛି । ଆଜି ମଧ୍ୟରାତ୍ରୀରୁ ଆସନ୍ତାକାଲି ପାହାନ୍ତି ଭିତରେ ବାତ୍ୟା ସ୍ଥଳପଥ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ । ବାତ୍ୟା ଦାନା ଯେପରି ବିଶେଷ କ୍ଷୟକ୍ଷତି ନ କରିବ ସେଥିପାଇଁ ଅପଡେଟ ଦେଇ ଆସୁଛି ଆଇଏମଡି । ସରକାରଙ୍କୁ ବାତ୍ୟାର ମୁକାବିଲା ପାଇଁ ମିନିଟ୍ ଟୁ ମିନିଟ୍ ସୂଚନା ସରକାରଙ୍କୁ ଦେଉଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଡିଜି କହିଛନ୍ତି, ୨୦ ତାରିଖରୁ ପୂର୍ବାନୁମାନ କରିଥିବାରୁ ସରକାରଙ୍କୁ ପଦକ୍ଷେପ ନେବାରେ ସହଜ ହୋଇଛି । ଦାନା ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ମୁହାଁ ହେଉଛି । କିନ୍ତୁ ଫନି ଠାରୁ ଏହାର ପ୍ରକୋପ କମ ରହିବ । ତେବେ ୟାସ୍ ବାତ୍ୟା ଭଳି ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।
କେମିତି ରହିବ ସ୍ଥିତି?
ଫନି ଠାରୁ କମ ବେଗରେ ପବନ ବହିବ
ଫନି ବାତ୍ୟାରେ ଘଣ୍ଟାପ୍ରତି ୨୦୦ରୁ ୨୨୦ କିମି ବେଗରେ ପବନ ବହୁଥିଲା
ବାତ୍ୟା ୟାସ୍ ଭଳି ହେବ ବାତ୍ୟା ଦାନା
ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ
କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ପ୍ରଭାବିତ ହେବ, ଜଗତସିଂହପୁର ଆଂଶିକ ଭାବେ ପ୍ରଭାବିତ ହେବ
୨ ମିଟର ଉଚ୍ଚର ଲୁଣା ପାଣି ମାଡି ଆସିପାରେ
୨୦ରୁ ୩୦ ସେମି ବର୍ଷା ହୋଇପାରେ
ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ
ଅଷ୍ଟମୀ ନବମୀ ତିଥି ଥିବାରୁ ବଡ ଜୁଆରର ସେମିତି ଆଂଶକା ନାହିଁ
ଅକ୍ଟୋବରରେ ହେଉଥିବା ବାତ୍ୟା ଓଡ଼ିଶାକୁ ଅଧିକ ପ୍ରଭାବିତ କରେ
ମୌସୁମୀ ଫେରିବା ପରେ କେନ୍ଦ୍ରୀୟ ବଙ୍ଗୋପ ସାଗର ଉତ୍ତପ୍ତ ଥିବାରୁ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୁଏ
ଦକ୍ଷିଣ ଚୀନ୍ ସାଗରରୁ ଆସିଥିବା ବାତ୍ୟାର ଅବଶିଷ୍ଟାଂଶ ହେଉଛି ଦାନା
ଦକ୍ଷିଣ ଚୀନ୍ ସାଗରରେ ଆସୁଥିବା ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଆସି ସମ୍ପୂର୍ଣ୍ଣ ନଷ୍ଟ ହୁଏ ନାହିଁ
ଯାହା ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବା ସହ ବାତ୍ୟାର ରୂପ ନେଇଥାଏ
ସମୁଦ୍ର ଉପରେ ୨୬ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରହିଲେ ବାତ୍ୟା ସୃଷ୍ଟି ହୁଏ
ଏବେ ସମୁଦ୍ର ଉପରେ ୨୮ରୁ ୩୨ ଡିଗ୍ରୀ ଥିବାରୁ ବାତ୍ୟା ସୃଷ୍ଟି ହୋଇଛି
ଲା-ନିନା ସ୍ଥିତି ଥିବାରୁ ବାତ୍ୟା ସୃଷ୍ଟି ହୋଇଛି
ଲା-ନିନା ପାଇଁ ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ
ଲା-ନିନା ପାଇଁ ସୃଷ୍ଟି ହେଉଥିବା ବାତ୍ୟାର ଗତିପଥ ଓଡ଼ିଶା ଆଡକୁ ହୋଇଥାଏ
ଲା-ନିନା ପାଇଁ ସୃଷ୍ଟି ହେଉଥିବା ବାତ୍ୟା ଅଧିକ କ୍ଷତକାରୀ ହୋଇଥାଏ
ବାତ୍ୟା ୧୫ କିଲୋମିଟର ଉଚ୍ଚତା ଭିତରେ ରହିଥାଏ
ବାୟୁମଣ୍ଡଳର ପ୍ରଭାବ ହିସାବରେ ବାତ୍ୟା ଗତି କରିଥାଏ
୨୪ ଓ ୨୫ରେ ପ୍ରବଳ ବର୍ଷା ହେବ
ହେନ୍ତାଳ ବଣ ଜୁଆର ଓ ପବନର ବେଗକୁ କିଛିମାତ୍ରାରେ ହ୍ରାସ କରିଥାଏ
ହେନ୍ତାଳ ବଣ ବାତ୍ୟାର ତୀବ୍ରତା କମାଇପାରେ କିନ୍ତୁ ପୂରା ଦୁର୍ବଳ କରିନଥାଏ -
Oct 24, 2024 06:54 IST
ମାଡ଼ି ଆସୁଛି ବାତ୍ୟା ଦାନା
-
Oct 24, 2024 06:52 IST
ଭୀଷଣ ବାତ୍ୟାର ରୂପ ନେଲା ଦାନା
-
Oct 24, 2024 06:39 IST
ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା
/kanak/media/media_files/2024/10/24/UiqWLFWRfSqT6sPk5Hwf.jpg)
କନକ ବ୍ୟୁରୋ : ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା, ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା ।
ବାତ୍ୟା କେଉଁଠି ମାଡ଼ ହେବ ସେନେଇ ଭାରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ 'ଦାନା' ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ଜାରି ରହିବ । 'ଦାନା' ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ । ଭୀଷଣ ରୂପରେ ଆସୁଥିବା 'ଦାନା' ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ଜାରି ରହିବ । ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇ ଦିନ ଅତିପ୍ରବଳ ବର୍ଷା ହେବ । ତେବେ ସମୁଦ୍ର ଜୁଆରର ପ୍ରଭାବ ଉପକୂଳରେ ପଡ଼ିବ । ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ । ଜଗତସିଂହପୁର ଜିଲ୍ଲାରେ ୦.୫ରୁ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
-
Oct 23, 2024 23:07 IST
ବାତ୍ୟା ପୂର୍ବରୁ ବଦଳିଗଲା ଆକାଶର ରଙ୍ଗ
-
Oct 23, 2024 23:05 IST
ପାରାଦୀପରୁ ୪୬୦ କିଲୋମିଟର ଦୂରରେ ବାତ୍ୟା
-
Oct 23, 2024 23:04 IST
ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ
-
Oct 23, 2024 23:03 IST
୧୮ ଜିଲ୍ଲାରେ ଘାଣ୍ଟିବ ‘ଦାନା’
-
Oct 23, 2024 20:02 IST
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ସମୀକ୍ଷା
-
Oct 23, 2024 18:25 IST
ଏସଆରସିଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ
-
Oct 23, 2024 17:30 IST
ଆସୁଛି ବାତ୍ୟା... ଜାରି ହେଲା ହେଲ୍ପଲାଇନ ନମ୍ବର
/kanak/media/media_files/2024/10/23/fAROHnIziMjeYkZ99InU.jpg)
-
Oct 23, 2024 17:10 IST
ପାରାଦୀପଠାରୁ ୪୬୦ କିଲୋମିଟର ଦୂରରେ ବାତ୍ୟା
- ମାଡ଼ି ଆସୁଛି 'ଦାନା'
- ପାରାଦୀପଠାରୁ ୪୬୦ କିଲୋମିଟର ଦୂରରେ ବାତ୍ୟା
- ଧାମରାଠାରୁ ୪୯୦ କିଲୋମିଟର ଦୂରରେ ବାତ୍ୟା
- ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା
-
Oct 23, 2024 14:27 IST
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ
-
Oct 23, 2024 14:26 IST
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ ; ଭଦ୍ରକ , କେନ୍ଦ୍ରାପଡାରେ ପ୍ରଭାବ ଅନୁଭୂତ
ବାତ୍ୟାକୁ ନେଇ ଆଉ ଏକ ବଡ ଖବର । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ । ପାରାଦୀପରେ ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ । ଏବେ ପାରାଦୀପ ଠାରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ବାତ୍ୟା ଦାନା।
-
Oct 23, 2024 14:26 IST
ଏକାଠି ହୋଇ ବାତ୍ୟା ‘ଦାନା’କୁ ମୁକାବିଲା କରିବା ..
-
Oct 23, 2024 14:24 IST
ରାଜ୍ୟର ୪ ଜିଲ୍ଲାକୁ ବର୍ଷା ନେଇ ଚେତାବନୀ
-
Oct 23, 2024 13:01 IST
ଆଜି ସଂନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ
-
Oct 23, 2024 12:35 IST
କନକ ନ୍ୟୁଜର ପୂର୍ବାନୁମାନ ସତ
-
{{ created_at }}{{ blog_title }}{{{ blog_content }}}
Follow Us
/kanak/media/media_files/2024/10/24/Y1qFXuy9ejCY5diwWnOP.jpg)