କନକ ବ୍ୟୁରୋ: ବାତ୍ୟା ଦାନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି । ରାତି ୧ ରୁ ୨ଟା ଭିତରେ ଲ୍ୟାଣ୍ଡଫଲ ସମ୍ଭାବନା । ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ଯାଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ ଜିଲ୍ଲାରେ ଉପସ୍ଥିତି ଅଛନ୍ତି । ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୦ ଲକ୍ଷ ଟାର୍ଗେଟ ରଖିଥିଲୁ କିନ୍ତୁ ପରବର୍ତ୍ତୀ ସମୟରେ ଦିଗ ବଦଳିବାରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା । ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଈଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

Advertisment

ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି ୫ ଲକ୍ଷ ୮୪ ହଜାର ୮୮୮ ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି । ଏବେ ବି ଚାଲିଛି ୪ ଲକ୍ଷ ପାର କରିପାରେ, ୮୩୮୩ ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି । ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି, ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା  ୧ ଲକ୍ଷ ୭୨ ହଜାର ୯୧୬, ମୟୁରଭଂଜ ୧ ଲକ୍ଷ, ଭଦ୍ରକ ୭୫ ହଜାର, ଯାଜପୁରରେ ୫୮ ହଜାର, କେନ୍ଦ୍ରାପଡା  ୪୬ ହଜାର ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି । ମା ଗୃହକୁ ୪ ହଜାର ୪୩୧ ଜଣଙ୍କୁ ସ୍ତାନାନ୍ତରିତ କରାଯାଇଥିବା ବେଳେ ୧୬୦୦ ମହିଳା ଗର୍ଭ ଦାନ କରି ସୁରକ୍ଷିତ ଅଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ, ଶିଶୁଙ୍କ ଖାଦ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି. ରେଡ଼କ୍ରସ ଠାରେ ରିଲିଫ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛି ।

ବାତ୍ୟା ପରବର୍ତ୍ତୀ ମୁକାବିଲା ପାଈଁ ପରିବହନ ସ୍ୱାଭାବିକ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଈଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ଲ୍ୟାଣ୍ଡଫଲ ପରେ ଯେଉଁ ଯେଉଁ ଜିଲ୍ଲାକୁ ପ୍ରଭାବିତ କରିବ, ଢେଙ୍କାନାଳ, ଅନୁଗୁଳରେ ମଧ୍ୟ ସ୍ଥାନାନ୍ତରିତ ଏବଂ ବ୍ୟାପକ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଜିରୋ କାଜୁଆଲିଟି ମିଶନ ମଧ୍ୟ ସଫଳ ହେବ, ଆତଙ୍କିତ ନହୋଇ ସମସ୍ତେ ଯେଉଁଠି ଅଛନ୍ତି ସୁରକ୍ଷିତ ରୁହନ୍ତୁ ।