ସାଇବର ଠକେଇ ମାମଲା : ଧର୍ମଶାଳାରେ କ୍ରାଇମବ୍ରାଞ୍ଚ ଓ ପୁଲିସର ବଡ଼ଧରଣର ରେଡ୍

Advertisment

ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ବଡ଼ଧରଣର ରେଡ୍ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ଚଢ଼ାଉ କରିଛନ୍ତି ।

ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ବଡ଼ଧରଣର ରେଡ୍ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ଚଢ଼ାଉ କରିଛନ୍ତି ।

cyber

cyber Photograph: (google)

କନକ ବ୍ୟୁରୋ: ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ବଡ଼ଧରଣର ରେଡ୍ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ଚଢ଼ାଉ କରିଛନ୍ତି । ସାଇବର ଠକେଇ ମାମଲାରେ ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ପାଖାପାଖି ୨୫ଲକ୍ଷ ଟଙ୍କା ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ।

ଆହୁରି ପଢନ୍ତୁ :ନାବାଳିକାକୁ ଅଶ୍ଳୀଳ କମେଣ୍ଟ, : ବନ୍ଧାହେଲେ ୨ ରୋଡ୍ ରୋମିଓ

ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚ ଟିମ୍ ଉଠେଇ ନେଇଥିବା ସୂଚନା ମିଳିଛି । ଗତକାଲି ରାତି ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଚଢ଼ାଉ କରାଯାଇଥିଲା । ତେବେ ଅନୁସନ୍ଧାନ ଚାଲିଥିବାରୁ ଅଟକଙ୍କ ନାମ ପୁଲିସ ଗୋପନ ରଖିଛି । ବିଭିନ୍ନ ପ୍ରକାର ଅନଲାଇନ୍‌ରେ ଟଙ୍କା ଠକେଇ ସହ ଅଶ୍ଳୀଳ ନ୍ୟୁଡ କଲ୍ ମାଧ୍ୟମରେ ଲୋକଙ୍କୁ ଲୁଟ୍‌ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe