କନକ ବ୍ୟୁରୋ: ନାବାଳିକା ଝିଅକୁ କମେଣ୍ଟ ମାରି ବନ୍ଧାହେଲେ ୨ ଜଣ ରୋଡ୍ ରୋମିଓ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ।   ରାସ୍ତା କଡ଼ରେ ଜଣେ କଲେଜ ଛାତ୍ରୀଙ୍କୁ  ଏକୁଟିଆ ଦେଖି ଷ୍ଟାଇଲ ମାରୁଥିଲେ।  ସେମାନଙ୍କୁ ଗିରଫ କରିଛି ଛେଣ୍ଡିପଦା ପୁଲିସ  ।  ଛେଣ୍ଡିପଦା ଅଞ୍ଚଳର ସମ୍ପୃକ୍ତ ନାବାଳିକା ଏକ ଘରୋଇ କଲେଜରୁ କ୍ଲାସ ସାରି ଘରକୁ ଫେରୁଥିଲେ ।   କୁମ୍ଭାର ସାହି-ସାଲୁଇଖମଣ ରାସ୍ତାରେ ୨ ରୋମିଓ ଏକ ବାଇକରେ ଆସି  ନାବାଳିକାକୁ ଅଶ୍ଳୀଳ  ଇଙ୍ଗିତ କରିବା ସହିତ ସିଗାରେଟ ଧୁଆଁ ଝିଅଟିର ମୁହଁକୁ ଛାଡିଥିଲେ ।  ଘଟଣା ସମ୍ପର୍କରେ ନାବାଳିକା ଜଣଙ୍କ ଘରେ କହିବା ପରେ ପରିବାର ଲୋକେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦୁଇ ରୋମିଓ ମନୋଜ ବାରିକ ଏବଂ ନିର୍ମଳ ବାରିକଙ୍କୁ ଗିରଫ କରିଛି ।  ଉଭୟ ମନୋଜ ଏବଂ ନିର୍ମଳ ସମ୍ପର୍କରେ ପିୟୁସି ପୁଅ ଏବଂ ମାମୁ ପୁଅ ବୋଲି ଜଣାପଡିଛି ।  

Advertisment

ଅଧିକ ପଢନ୍ତୁ ... ଗାଁକୁ ନାହିଁ ରାସ୍ତା : ୫ କିଲୋମିଟର ଭାରାରେ ବୁହାହେଲେ ରୋଗୀ