Congress Photograph: (google)
କନକ ବ୍ୟୁରୋ : ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC)ର ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସେପଟେ ବୈଠକ ଚାଲିଥିବା ବେଳେ, ଦଳ ଭିତରେ ଏକ ଭିନ୍ନ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ଦଳିତ ମୁଖ୍ୟମନ୍ତ୍ରୀ ନିଯୁକ୍ତ ଦାବିରେ ଏଆଇସିସି ମୁଖ୍ୟାଳୟ ବାହାରେ ହଠାତ୍ ଧାରଣା ଓ ବିକ୍ଷୋଭ ଆରମ୍ଭ ହୋଇଛି । CWCର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ମୁଖ୍ୟାଳୟରେ ପହଞ୍ଚିଥିଲେ । ଯାହା ପରେ ସମସ୍ତ ନେତା ମିଳିତ ଭାବେ ଆଲୋଚନାରେ ସାମିଲ ହୋଇଥିଲେ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ସୂଚନା ।
କଂଗ୍ରେସ ମୁଖ୍ୟାଳୟ ବାହାରେ ବିକ୍ଷୋଭକାରୀ ପହଞ୍ଚି କର୍ଣ୍ଣାଟକର ବର୍ତ୍ତମାନର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି । ବିକ୍ଷୋଭକାରୀମାନେ ହାତରେ ପୋଷ୍ଟର ଧରି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବା ସହ ନାରାବାଜି କରିଥିଲେ । ପୋଷ୍ଟରରେ ରାଜ୍ୟରେ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲେଖାଯାଇଛି ।
ଅଧିକ ପଢ଼ନ୍ତୁ---ଇଣ୍ଡିଗୋ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ରିପୋର୍ଟ ଦେଲା ଡିଜିସିଏ
ବିକ୍ଷୋଭକାରୀମାନେ କହିଛନ୍ତି ଯେ, ଏବେ ଦଳିତ ନେତୃତ୍ୱକୁ ଆଗକୁ ଆଣିବାର ସମୟ ଆସିଛି । ଏହି ବିକ୍ଷୋଭ ଠିକ୍ ସେହି ସମୟରେ ହୋଇଛି, ଯେତେବେଳେ ଭିତରେ ଦଳର ଶୀର୍ଷ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବୈଠକ କରୁଛନ୍ତି ।
Follow Us