ଭିଜିଲାନ୍ସ ଜାଲରେ କଟକ ସିଆର୍‌ଆର୍‌ଆଇ ଥାନା ଅଧିକାରୀ : ୪୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ି‌ଲେ

Advertisment

ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଂଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ । ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା । ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ

ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଂଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ । ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା । ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ

20

Photograph: (kanaknews)

କନକବ୍ୟୁରୋ : ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଂଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ । ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା। ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ  ।  ଆଜି ଅର୍ଥାତ୍ ଜାନୁଆରି ୪ ତାରିଖରେ କଟକର ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭୁବନେଶ୍ୱରର ରାଜମହଲ ଛକରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି  । 

ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଅଭିଯୁକ୍ତ ଶ୍ରୀ ବାରିକଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ବାରିକଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଭିଯୁକ୍ତ ବିଜୟ ବାରିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ଛତିଶଗଡ଼ ଅଟକାଇଦେଲା ମହାନଦୀ ପାଣି : କେବେ ନିଦରୁ ଉଠିବେ ସରକାର ଉଠିଲା ପ୍ରଶ୍ନ

ଭୁବନେଶ୍ୱରର ୟୁନିଟ୍ ୧ ସ୍ଥିତ ବିଜୟ କୁମାର ବାରିକଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଛି ।  ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ଜାରି ରହିଛି  ।  ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।   ଅଭିଯୁକ୍ତ ଥାନା ଅଧିକାରୀ ହେଲେ ସୁକୁମା ହାଁସଦା । ଆଜି ସକାଳ ସାଢେ଼ ୧୦ଟା ସମୟରେ ଧରାପଡ଼ିଥିବା ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି  ।

ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା  ଦଶମନ୍ତପୁର ବ୍ଲକ ସଦର ଥାନାରେ। ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଏହି ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଅଧୀନସ୍ଥ ଛଟା ଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ ।

ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ ।  କିନ୍ତୁ ଅଭିଯୁକ୍ତ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିବା ଦ୍ୱାରା ପ୍ରେମିକା ଥାନାର ଦ୍ବାରସ୍ଥ ହୋଇଥିଲେ । ହେଲେ ଯୁବତୀଙ୍କୁ ଥାନା ଅଧିକାରୀ ସୁକୁମା ହାଁସଦା ନ୍ୟାୟ ଦେବା ପରିବର୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ । ଗରିବ ପରିବାରର ଝିଅ ହୋଇଥିବାରୁ ଏନେଇ ‌ପୀଡ଼ିତା ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଭିଜିଲାନ୍ସର ଆଶ୍ରୟ ନେଇଥିଲେ । ସମ୍ପର୍କୀୟ ସୁରେଶ ସୁବୁଦ୍ଧିଙ୍କୁ ଠାରୁ ନଗଦ ୨୦ ହଜାର ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ ପୀଡ଼ିତା। ଥାନା ଅଧିକାରୀ ସୁକୁମା ହାଁସଦା ଲାଞ୍ଚ ନେବା ବେଳେ ଥାନା କାର୍ଯ୍ୟାଳୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଆବଶ୍ୟକ ତଥ୍ୟ ଥାନା ଅଧିକାରୀ ଠାରୁ ସଂଗ୍ରହ କରି, ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe