କନକବ୍ୟୁରୋ : ଛତିଶଗଡ଼ ସରକାର ବର୍ଷ ତମାମ ମହାନଦୀର ତଣ୍ଟିଚିପି ରଖିଥିବା ବେଳେ ଓଡ଼ିଶା ପାର୍ଶ୍ଵ ଶୁଖିଲା ପଡୁଛି । ୧୫ ଦିନ ତଳେ ମହାନଦୀର କଲମା ବ୍ୟାରେଜ୍ ତଳେ ଛତିଶଗଡ଼ ସରକାର ବାଲିବନ୍ଧ କରି ଉଛୁଳା ପାଣିକୁ ଟାଣିନେବାକୁ ଷଡ଼ଯନ୍ତ୍ର କରିଥିବା ସମ୍ପର୍କରେ 'କନକ ନ୍ୟୁଜ'ରେ ଖବର ପ୍ରସାରଣ ହୋଇଥିଲା । କିନ୍ତୁ ପୂର୍ବ ସରକାର ଯେମିତି ମହାନଦୀ ଉପରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗକୁ ଜାଣି ଅଜଣା ହୋଇ ରହିଥିଲେ, ଏବେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି
ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦୂଷଣ : ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର
୧୦ ଦିନ ତଳେ ଆରମ୍ଭ ହୋଇଥିବା ବାଲିବନ୍ଧ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି । ବ୍ୟାରେଜ୍ ତଳକୁ ମହାନଦୀରେ ପାଣି ଆସୁଛି ସତ, କିନ୍ତୁ ତାହା ୧୨ କିମି ଦୂରରେ ଥିବା ଓଡ଼ିଶା ସୀମାନ୍ତ ଶୁଖାସୋଢ଼ାରେ ପହଞ୍ଚିପାରୁନି । ଓଡ଼ିଶା ସରକାରଙ୍କ ନିଦ ଏବେ ନ ଭାଙ୍ଗିଲେ ଅଣମୌସୁମୀ ଋତୁରେ ମହାନଦୀରେ ସ୍ବଳ୍ପ ପରିମାଣରେ ଆସୁଥିବା ପାଣି ପାଇବା କଷ୍ଟକର ହୋଇପଡ଼ିବ ବୋଲି ଦେଖିବାକୁ ମିଳିଛି।
ପାଣି ଅଟକାଇଦେଲା ଛତିଶଗଡ଼!
ମହାନଦୀରେ ବାଲିବନ୍ଧ ନିର୍ମାଣ କାମ ଶେଷ କଲା ଛତିଶଗଡ଼
କଲମା ବ୍ୟାରେଜ୍ ତଳକୁ ନଦୀରେ ପ୍ରାୟ ୧୦ ଫୁଟ ଉଚ୍ଚର ବାଲିବନ୍ଧ ନିର୍ମାଣ କରାଯାଇଛି
ନଦୀବନ୍ଧ ପରେ କଲମାରୁ ଓଡ଼ିଶା ପଟ ଶୁଖାସୋଢ଼ା ଯାଏଁ ପହଞ୍ଚୁନି ପାଣି
ଶିଳ୍ପାନୁଷ୍ଠାନ ପାଇଁ ବାଲିବନ୍ଧ କରି ପାଣି ଅଟକାଇଛି ଛତିଶଗଡ଼
ନଦୀର ପ୍ରାକୃତିକ ଜଳପ୍ରବାହ ରୋକୁଛି ପଡ଼ୋଶୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/04/mahanadi-2026-01-04-09-33-15.jpg)